Advertisment

ଚୋରି ଜିନିଷ ଫେରାଇଲା କମିଶନରେଟ ପୋଲିସ, ଜିନିଷ ଫେରି ପାଇ ଲୋକେ ଖୁସ୍

ଚୋରି ଜିନିଷ ଲୋକଙ୍କୁ ଫେରାଉଛି ପୋଲିସ। ଆଉ ନିଜ ଜିନିଷ ଫେରି ପାରିବା ପରେ ଖୁସି କହିଲେ ନ ସରେ। କାହାର ୬ ମାସ ପୂର୍ବରୁ ଘରୁ ମୋବାଇଲ ଚୋରି ହୋଇଯାଇଥିଲା ତ ଆଉ କିଏ ଦଶହରା ବୁଲିବାକୁ ଯାଇ ଲୁଟର ଶିକାର ହୋଇଥିଲା।

Police return loot bike

Police return loot bike

Advertisment

ଲୋକଙ୍କୁ ଚୋରି ବାଇକ ଓ ମୋବାଇଲ ଫେରାଇଲା କମିଶନରେଟ ପୋଲିସ । ୨୭ ଦାମୀ ଚୋରି ବାଇକ ସହ ୮୦ଟି ଦାମୀ ମୋବାଇଲ ଲୋକଙ୍କୁ ଫେରାଇଛି କମିଶନରେଟ ପୋଲିସ। ରାଜଧାନୀର ବିଭିନ୍ନ ଥାନାରେ ଚୋରି ହୋଇଥିବା ନେଇ ପୂର୍ବରୁ ରିପୋର୍ଟ ହୋଇଥିଲା । ପୋଲିସ ଏନେଇ ବିଭିନ୍ନ ସମୟରେ ମାମଲା ରୁଜୁ କରିବା ସହ ତଦନ୍ତ କରି ଚୋରଙ୍କୁ ଗିରଫ କରିଛି। ଏହାସହ ଚୋରି ବାଇକ ଓ ମୋବାଇଲ ଜବତ କରି ମାଲିକଙ୍କୁ ଫେରାଇଛି।

Advertisment

ଚୋରି ଜିନିଷ ଲୋକଙ୍କୁ ଫେରାଉଛି ପୋଲିସ। ଆଉ ନିଜ ଜିନିଷ ଫେରି ପାରିବା ପରେ ଖୁସି କହିଲେ ନ ସରେ। କାହାର ୬ ମାସ ପୂର୍ବରୁ ଘରୁ ମୋବାଇଲ ଚୋରି ହୋଇଯାଇଥିଲା ତ ଆଉ କିଏ ଦଶହରା ବୁଲିବାକୁ ଯାଇ ଲୁଟର ଶିକାର ହୋଇଥିଲା। ଚୋରି ଜିନିଷ ଯେ ଆଉ ମିଳିବ ସେ ଆଶା ବି ନଥିଲା । ହେଲେ ପୋଲିସ ଚୋରକୁ ଧରିବା ସହ ତା ନିକଟରୁ ଚୋରି ଜିନିଷ ଜବତ କରିବା ପରେ ଏବେ ଲୋକଙ୍କୁ ଫେରାଇଛି। ଖାଲି ମୋବାଇଲ ନୁହେଁ ଦାମୀ ବାଇକକୁ ମଧ୍ୟ ଲୋକଙ୍କୁ ଫେରାଇଛି ପୋଲିସ । ଆନ୍ଧ୍ରରୁ ଚୋରି ହୋଇଥିବା ବୁଲେଟ ମଧ୍ୟ ଭୁବନେଶ୍ୱରରୁ ଜବତ କରିଛି ପୋଲିସ ।

କମିଶନରେଟ ପୋଲିସ ଚଳିତ ବର୍ଷ ପାଖାପାଖି ୮ଶହରୁ ଉର୍ଦ୍ଧ ଚୋରି ମୋବାଇଲ ଜବତ କରିବା ସହ ଲୋକଙ୍କୁ ଫେରାଇ ସାରିଲାଣି। ସେହିଭଳି ୧୬୭ଟି ଚୋରି ବାଇକ ମଧ୍ୟ ପୋଲିସ ଜବତ କରି ଫେରାଇଛି। ତେବେ ପୋଲିସ କମିଶନରଙ୍କ କହିବା କଥା, ଚଳିତବର୍ଷ ସର୍ବାଧିକ ଚୋରି ବାଇକ୍ ଓ ମୋବାଇଲ ଜବତ୍ କରାଯାଇଛି।

Advertisment
Bhubaneswar Odisha Commissionerate Police
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ