Advertisment

କେମିତି ମାଆ ପାଖରୁ ନିଖୋଜ ହୋଇଗଲା ନାବାଳକ ପୁଅ? ନରବଳି ନା ଯୋଜନାବଦ୍ଧ ହତ୍ୟା?

ୟା ପଛରେ ଏକ ବଡ଼ ଧରଣର ଅଙ୍ଗ ଚାଲାଣ ରାକେଟ୍  କାମ କରୁଥିବା ନେଇ ସେମାନଙ୍କ ସନ୍ଦେହ ସୃଷ୍ଟି ହୋଇଛି। ସେପଟେ ଅନୁଗୁଳ ଏସପି କହିଛନ୍ତି ଘଟଣାକୁ ବିଭିନ୍ନ ଦିଗରୁ ତଦନ୍ତ କରାଯାଉଛି। ଅଧିକ ତଥ୍ୟ ହାସଲ ଲାଗି SCB ଏଫଏମଟି ବିଭାଗର ସହଯୋଗ ଲୋଡ଼ାଯାଇଛି।

undefined

Tensions erupts in Subarnapur village after missing boy’s body recovered by police

Advertisment

ଗୁପ୍ତଧନ ଆଶାରେ ନାବାଳକକୁ ନରବଳି ସନ୍ଦେହରେ ଏବେ ବି ଅନୁଗୁଳ କିଆକଟା ଅଞ୍ଚଳରେ ଲାଗି ରହିଛି ଚାପା ଉତ୍ତେଜନା। ଗତ ଶନିବାର ରାତିରେ ମୃତ ନାବାଳକ ନିଖୋଜ ହୋଇଥିବା ମଙ୍ଗଳା କୋଠୀକୁ କଡ଼ା ସୁରକ୍ଷାରେ ରଖି ସବୁ ଦିଗରୁ ତଦନ୍ତ ଚଳାଇଛି ଆଠମଲ୍ଲିକ ପୋଲିସ୍। ତାସହ ମଙ୍ଗଳା ସାଧିକା ରୀତାଞ୍ଜଳି ବାଘ ସହ ତାର ତିନି ପୁଅଙ୍କୁ ଗିରଫ ପରେ ଅଜଣା ସ୍ଥାନକୁ ନେଇ ଜେରା କରୁଛି। SP କହିଛନ୍ତି ଖୁବଶୀଘ୍ର ହତ୍ୟାର ମୋଟିଭ୍ ଜଣାପଡ଼ିବ। ସେପଟେ ଶବ ହସ୍ତାନ୍ତର ପରେ ନାବାଳକ ଶରୀରରୁ କିଛି ଅଙ୍ଗ ଗାଏବ ଥିବା ଅଭିଯୋଗ ଆଣିଛନ୍ତି ସଂପର୍କୀୟ।

Advertisment

କେମିତି ମାଆ ପାଖରୁ ନିଖୋଜ ହୋଇଗଲା ନାବାଳକ ପୁଅ? ନରବଳି ନା ଯୋଜନାବଦ୍ଧ ହତ୍ୟା? ଅନୁଗୁଳ କିଆକଟାରେ ନାବାଳକ ସଞ୍ଜୀବ ବିଶ୍ବାଳ ବୀଭତ୍ସ ହତ୍ୟା ଘଟଣାର ଖିଅ ଧରିବାକୁ ଆଠମଲ୍ଲିକ ପୋଲିସ ଚଳାଇଛି ତନାଘନା। ମୃତ ନାବାଳକର ମାଆଙ୍କ ଏତଲା ଆଧାରରେ- ପୋଲିସ୍ ମଙ୍ଗଳା ସାଧିକା ରୀତାଞ୍ଜଳି ବାଘ ଓ ତାର ତିନି ପୁଅ ଦିବ୍ୟରଞ୍ଜନ, ଜ୍ୟୋତିରଞ୍ଜନ ଓ ସୌମ୍ୟରଞ୍ଜନ ବାଘକୁ ଅଜ୍ଞାତ ସ୍ଥାନକୁ ନେଇ ଜେରା କରୁଛି। ଘଟଣା ଦିନ ଅର୍ଥାତ୍ ଗତ ଶନିବାର ରାତିରେ ରୀତାଞ୍ଜଳି କେଉଁଠି ଥିଲେ ? ମଙ୍ଗଳା କୋଠୀକୁ ମୃତ ନାବାଳକ ଓ ତା ମାଆକୁ କିଏ ଡାକିଥିଲା ? ରାତିରେ କେଉଁ ପରିସ୍ଥିତିରେ ସଞ୍ଜୀବ କେମିତି ଘର ବାହାରକୁ ଗଲା ? ଏସବୁର ଟିକନିଖ୍ ତଥ୍ୟ ଖୋଜୁଛନ୍ତି ତଦନ୍ତକାରୀ ଅଫିସର୍।

ସେପଟେ ଗତକାଲି ସଞ୍ଜୀବର ମୃତଦେହକୁ ଧରି ପୋଲିସ୍ ବହୁ ବିଳମ୍ବରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା ଓ ଶୀଘ୍ର ଦାହ ସଂସ୍କାର କରିବାକୁ ଚାପ ବି ପକାଇଥିବା ସଂପର୍କୀୟ ଅଭିଯୋଗ କରିଛନ୍ତି। ଖାଲି ସେତିକି ନୁହେଁ, ପୋଲିସ୍ ହସ୍ତାନ୍ତର କରିଥିବା ମୃତଦେହରୁ ଅନେକ ଅଙ୍ଗପ୍ରତ୍ୟଙ୍ଗ ଗାଏବ ଥିବା ଅଭିଯୋଗ ଆଣିଛନ୍ତି ସଂପର୍କୀୟ। ନାବଳକର ଦୁଇଟି ଯାକ ଆଖି, କିଡନୀ ଓ ଅନ୍ୟ କେତେକ ଅଙ୍ଗ ଗାଏବ ଥିବା କହିଥିଲେ।

Advertisment

ତେଣୁ ୟା ପଛରେ ଏକ ବଡ଼ ଧରଣର ଅଙ୍ଗ ଚାଲାଣ ରାକେଟ୍  କାମ କରୁଥିବା ନେଇ ସେମାନଙ୍କ ସନ୍ଦେହ ସୃଷ୍ଟି ହୋଇଛି। ସେପଟେ ଅନୁଗୁଳ ଏସପି କହିଛନ୍ତି ଘଟଣାକୁ ବିଭିନ୍ନ ଦିଗରୁ ତଦନ୍ତ କରାଯାଉଛି। ଅଧିକ ତଥ୍ୟ ହାସଲ ଲାଗି SCB ଏଫଏମଟି ବିଭାଗର ସହଯୋଗ ଲୋଡ଼ାଯାଇଛି। ବଳି ଦିଆଯାଇଥିବା ସନ୍ଦେହକୁ ଏଡ଼ାଇ ଦିଆଯାଇନପାରେ ବୋଲି ଏସପି କହିଛନ୍ତି।

ଏଣେ ନାବାଳକ ସଞ୍ଜିବକୁ ନରବଳି ସନ୍ଦେହ ପରେ ସାରା କିଆକଟା ଥାନା ଅଞ୍ଚଳରେ ଖେଳିଯାଇଛି ଚାଞ୍ଚଲ୍ୟ। ଏମିତିକି ଟୁସର ଗାଁ ସ୍ଥିତ ମଙ୍ଗଳା ସାଧିକା ରୀତାଞ୍ଜଳି ବାଘ କରିଥିବା ହୁକୁମ କୋଠିକୁ ସବୁ ଦିନ ପାଇଁ ଭାଙ୍ଗି ନିଶ୍ଚିହ୍ନ କରିବାକୁ ଆସିଥିଲେ ଉତ୍ତ୍ୟକ୍ତ ଗାଁ ଲୋକେ। ହେଲେ ପୋଲିସ୍ ସେମାନଙ୍କୁ ବାଧା ଦେଇଥିଲା। ଉକ୍ତ ଘରକୁ କଡ଼ା ସୁରକ୍ଷାରେ ରଖି ପୋଲିସ୍ ଗାଁ ଲୋକଙ୍କୁ ବୁଝାସୁଝା କରୁଛି। ତେଣେ ସେ ଘର ବାଟ ଦେଇ ଯାଆସ କରିବାକୁ ଲୋକୋ ମଧ୍ୟ ଭୟ କଲେଣି।

Advertisment

ଅଭିଯୋଗ ଅନୁସାରେ, ସୁବର୍ଣ୍ଣପୁରର ମୃତକ ସଞ୍ଜୀବ ଅସୁସ୍ଥ ଥିବାରୁ ଟୁସର ସ୍ଥିତ ମଙ୍ଗଳା କୋଠିକୁ ନିଜ ମାଆ ସହ ଅଧିଆ ପଡ଼ିବାକୁ ଆସିଥିଲା। ମଙ୍ଗଳା ସାଧିକା ବୋଲାଉଥିବା ଗୀତାଞ୍ଜଳି ବାଘ ଗତ ଶନିବାର ସନ୍ଧ୍ୟାରେ ପୂଜାର୍ଚ୍ଚନା ପରେ, ସଞ୍ଜୀବର ମାଆଙ୍କୁ ବାରଣ୍ଡାରେ ଶୋଇବାକୁ କହିଥିଲା ଓ ସଞ୍ଜୀବଙ୍କୁ ମଙ୍ଗଳା କୋଠି ଭିତରକୁ ନେଇଯାଇଥିଲା। ହେଲେ ସକାଳ ବେଳକୁ ସଞ୍ଜିବ ନିଖୋଜ ହୋଇଯାଇଥିଲା ଓ ତା ବୀଭତ୍ସ ମୃତଦେହ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା।

Missing Boy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ