Advertisment

ମାତିଛନ୍ତି ଅଦୃଶ୍ୟ ଲୁଟେରା ! ହୁସିଆର ନହେଲେ ସର୍ବସ୍ୱ ଲୁଟି ନେଉଛନ୍ତି ହ୍ୟାକର୍

ଦୁଇ ଜଣଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଲେ ସାଇବର ଲୁଟେରା । ଜଣେ ଯବାନଙ୍କ ଆକାଉଣ୍ଟରୁ ୪ ଲକ୍ଷ ୭୫ ହଜାର ଟଙ୍କା ଗାଏବ ।

Cyber Loot

Cyber Loot

Advertisment

ମାତିଛନ୍ତି ସାଇବର ଲୁଟେରା । ହୁସିଆର ନହେଲେ ସର୍ବସ୍ୱ ଲୁଟି ନେଉଛନ୍ତି ହ୍ୟାକର। ନିକଟରେ ରାଜଧାନୀ ଭୁବନେଶ୍ୱରରେ ଦୁଇ ଜଣଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଅଦୃଶ୍ୟ ଲୁଟେରା।

Advertisment

ସେମିତି ସାଇବର ଲୁଟେରାଙ୍କ ଦ୍ୱାରା ଶିକାର ହୋଇଛନ୍ତି ଜଣେ ଯୁବକ । ତାଙ୍କ ଘର ଖୋର୍ଦ୍ଧା ବାଲୁଗାଁ ଅଞ୍ଚଳରେ । ଯୁବକଙ୍କ ବାପା ବ୍ରେନ ଷ୍ଟୋକରେ ହୋଇଥିଲେ ଆକ୍ରାନ୍ତ। ଚିକିତ୍ସା ପାଇଁ ତାଙ୍କ ବାପାଙ୍କୁ ଭୁବନେଶ୍ୱର ଫାୟରଷ୍ଟେସନ ଛକରେ ଥିବା ବିବେକାନନ୍ଦ ହସ୍ପିଟାଲରେ ଚିକିତ୍ସିତ କରାଇଥିଲେ। କିଛି ଦିନ ପରେ ତାଙ୍କ ବାପାଙ୍କର ମୃତ୍ୟୁ ହେଲା।

ମେଡିକାଲ ଡକ୍ୟୁମେଣ୍ଟ ପାଇଁ ଯୁବକ ଜଣଙ୍କ ହସପିଟାଲକୁ ଫୋନ୍ କରିବାକୁ ଗୁଗୁଲ ସର୍ଚ୍ଚରେ ଫୋନ୍ ନମ୍ୱର୍ ଖୋଜିଥିଲେ। ଆଉ ଗୁଗୁଲରୁ ହସ୍ପିଟାଲ ଫୋନ ନମ୍ବର ପାଇ କଲ୍ କରିଥିଲେ । ଡକ୍ୟୁମେଣ୍ଟ ପାଇବା ପାଇଁ ଯୁବକଙ୍କୁ ୧ ହଜାର ଟଙ୍କା ପଠାଇବାକୁ କୁହାଯାଇଥିଲା । ୟୁପିଆଇ ଜରିଆରେ ଟଙ୍କା ପୈଠ ବେଳେ ଯୁବକଙ୍କ ଆକାଉଣ୍ଟରୁ କଟି ଯାଇଥିଲା ୨୩ ହଜାର ଟଙ୍କା।

Advertisment

ପରେ ଯୁବକ ଜଣଙ୍କ ଜାଣିବାକୁ ପାଇଥିଲେ ସାଇବର ଠକଙ୍କ ହାବୁଡ଼ରେ ପଡ଼ିଛନ୍ତି । ଏନେଇ ସାଇବର ଥାନାରେ ସେ ଦ୍ୱାରସ୍ତ ହୋଇଛନ୍ତି । ସେପଟେ ହସ୍ପିଟାଲ ରିସେପ୍‌ସନ ନମ୍ବର ହ୍ୟାକ୍ ହୋଇଥିବା କହିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ। ଅପରପକ୍ଷରେ ଏହି ନମ୍ବରରେ କେହି ଟଙ୍କା ନପଠାଇବା ପାଇଁ ଅନୁରୋଧ କରିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ ।

ସାଇବର ଠକଙ୍କ ଜାଲରେ ପଡି ଜଣେ ବିଏସଏଫ ଯବାନ ମଧ୍ୟ ହରାଇଛନ୍ତି ଲକ୍ଷ ଲକ୍ଷ ଟଙ୍କା । କ୍ରେଡିଟ୍ କାର୍ଡ ବନ୍ଦ କରାଇବା ଆଳରେ ଯବାନଙ୍କଠାରୁ ୪ ଲକ୍ଷ ୭୫ ହଜାର ଟଙ୍କା ଲୁଟି ନେଇଛନ୍ତି ସାଇବର ଲୁଟେରା। କ୍ରେଡିଟ କାର୍ଡ ବନ୍ଦ କରାଇ ଦେବାକୁ କହି ସାଇବର ଠକ ଲୁଟିନେଇଛନ୍ତି ଟଙ୍କା। ଚାଲାକି କରି କ୍ରେଡିଟ୍ କାର୍ଡ ନମ୍ବର ସହ ସିଭିଭି ନମ୍ବର ମାଗି ନେଇ ଲୁଟି ନେଇଛନ୍ତି। ଏନେଇ ସାଇବର ଥାନା ପୋଲିସର ଦ୍ୱାରସ୍ତ ହୋଇଛନ୍ତି ଯବାନ। ସବୁ ସମୟରେ ସବୁ କ୍ଷେତ୍ରରେ ଲୋକଙ୍କୁ ସାଇବର ଠକେଇ ନେଇ ସଚେତନ କରାଯାଉଛି । ହେଲେ ସାଇବର ଠକଙ୍କ ଠକେଇ ଜାଲରୁ ମୁକ୍ତ ହୋଇପାରୁନାହାନ୍ତି ସାଧାରଣ ଲୋକେ । 

Advertisment

Cyber Crime Cyber Fraud Fraud
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ