Advertisment

ପୁଣି ଜିଲ୍ଲାପାଳ-ଜନ ପ୍ରତିନିଧିଙ୍କ ମଧ୍ୟରେ ମୁହାମୁହିଁ ସ୍ଥିତି, କେହି କାହାକୁ ଛାଡ଼ିବାକୁ ନାରାଜ..!

ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ପାଇଁ ଚେଷ୍ଟା କରିଥିବା ବେଳେ ସେ କ୍ୟାମେରା ଆଗରେ ପ୍ରତିକ୍ରିୟା ଦେବାକୁ ମନାକରିଦେଇଛନ୍ତି।

Crime

Crime

Advertisment

ପୁଣି ଜନପ୍ରତିନିଧି ଓ ବାବୁଙ୍କ ମଧ୍ୟରେ ତିକ୍ତତା । ରାସ୍ତା କାମକୁ ନେଇ ଜିଲାପାଳ ଏବଂ ସମିତିସଭ୍ୟଙ୍କ ମଧ୍ୟରେ କଥା କଟାକଟି । କୋରାପୁଟ ଜିଲ୍ଲା ଲମତାପୁଟ ବ୍ଳକ କାର୍ଯ୍ୟାଳୟରେ ଆୟୋଜିତ ଜନଶୁଣାଣିରେ ରାସ୍ତା କାମକୁ ନେଇ ଏଭଳି ସ୍ଥିତି ଉପୁଜିଥିଲା। ଟିକରପୋଡା ପଂଚାୟତର ସମିତିସଭ୍ୟ ଉଦ୍ଧବ ଅଙ୍ଗେଲଙ୍କୁ ହାତ ଧରି ବାହାର କରିଦେଲେ ଜିଲାପାଳଙ୍କ ପିଏସଓ। ଗାଁକୁ ଭଲ ରାସ୍ତା ଖଣ୍ଡେ ତିଆରି କରିବା ନେଇ ଆଗରୁ ତିନିଥର ଜିଲାପାଳଙ୍କ ଜନଶୁଣାଣିରେ ସେ ଅଭିଯୋଗ କରିଥିଲେ। ଆଜି ଚତୁର୍ଥ ଥର ଅଭିଯୋଗ କରିଥିଲେ। ଜିଲାପାଳଙ୍କୁ ସମସ୍ୟା ଉପରେ ପଚାରିବାରୁ ଦୁର୍ବ୍ୟବହାର କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ପାଇଁ ଚେଷ୍ଟା କରିଥିବା ବେଳେ ସେ କ୍ୟାମେରା ଆଗରେ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି।

Advertisment

କିଛି ଦିନ ପୂର୍ବରୁ ବଲାଙ୍ଗିରରୁ ମଧ୍ୟ ଏଭଳି ଏକ ଘଟଣା ସାମ୍ନାକୁ ଆସିଥିଲା । ବାବୁ ଓ ଜନ ପ୍ରତିନିଧିଙ୍କ ମଧ୍ୟରେ ମାରପିଟ୍‌ ଘଟଣା ଦେଖିବାକୁ ମିଳିଥିଲା । ସରପଞ୍ଚ ବନାମ ସରକାରୀ ଯନ୍ତ୍ରୀ । ଭିଡ଼ାଭିଡ଼ି ଅବସ୍ଥା । ହରିଶଙ୍କର ପୀଠରେ ହଇଚଇ ଖେଳାଇ ଦେଇଥିବା ଏକ ଭାଇରାଲ୍ ଭିଡିଓକୁ ନେଇ ସାରା ବଲାଙ୍ଗିର ଜିଲ୍ଲାରେ ହଟଚମଟ ଚାଲିଥିଲା । ରାଜ୍ୟବ୍ୟାପି ଚର୍ଚ୍ଚା ଚାଲିଲା । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, କାହିଁକି ଘଟିଲା ଏମିତି ? କାହିଁକି ଆକ୍ରମଣାତ୍ମକ ମୁଦ୍ରାକୁ ଆସିଯାଇଥିଲେ ପୂର୍ତ୍ତ ବିଭାଗ SDO ସିଦ୍ଧାର୍ଥ ଦାସ? କୁହାଯାଉଛି, ଅଭିଯୋଗରୁ ଯେଉଁ ବିବାଦ ଆରମ୍ଭ ହୋଇଥିଲା, ଆକ୍ରମଣରେ ତାହା ଶେଷ ହୋଇଥିଲା।

ହରିଶଙ୍କର ପୀଠର ସୌନ୍ଦର୍ଯ୍ୟକରଣ କାମରେ ଅନିୟମିତତା ଦେଖିବାରୁ ଅଭିଯୋଗ କରିଥିଲେ ଚଙ୍ଗରିଆ ସରପଞ୍ଚ ସୁଶିଲ କୁମାର । ସେ କହିଥିଲେ ପୁରୁଣା ପଥରକୁ ନ କାଢି କାହିଁକି ଉପରଠାଉରିଆ କାମ କରୁଛ ? କ’ଣ ପାଇଁ ବାଲି ସହିତ ଅଳ୍ପ ସିମେଣ୍ଟ ମିଶାଇ ନିମ୍ନମାନର କାମ କରୁଛ ? ତେବେ ଏଭଳି ଅଭିଯୋଗ ନୂଆ ନଥିଲା। ସଂପୃକ୍ତ ସରପଞ୍ଚ ନିମ୍ନମାନର କାମ ଓ ପୁରୁଣା ରଡ୍ ବ୍ୟବହାର ହେଉଥିବା କଥା ପୂର୍ବରୁ ଲିଖିତ ଭାବେ ଜଣାଇଥିଲେ।

Advertisment

ପାଟଣାଗଡ଼ର ପ୍ରହଲ୍ଲାଦ ପାଢୀ ନାମକ ଜଣେ ବ୍ୟକ୍ତି ମଧ୍ୟ ପୁରୁଣା ରଡର ଫଟୋ ଓ ଭିଜୁଆଲ ସହ ବିଭାଗୀୟ ଅଧିକାରୀ ଓ CM ପୋର୍ଟାଲରେ ଲିଖିତ ଅଭିଯୋଗ କରିଥିଲେ। କେମିତି ପୁରୁଣା ଏବଂ କଳଙ୍କି ଲଗା ରଡ୍ ବ୍ୟବହାର କରାଯାଇଥିଲା ତାର ଫଟୋ ମଧ୍ୟ ସମସ୍ତେ ଦେଖିଥିଲେ । ଏସବୁକୁ ନେଇ ଅଭିଯୋଗ ସତ୍ତ୍ୱେ ବାବୁଙ୍କ କୌଣସି ପରବାୟ ହିଁ ନଥିଲା। ତେଣେ ଅଧୀକ୍ଷଣ ଯନ୍ତ୍ରୀଙ୍କ ବି ରେଡିମେଡ୍ ଉତ୍ତର, ରଡ୍ ପୁରୁଣା ନୁହେଁ, ସିମେଣ୍ଟ ଲାଗି ଏଭଳି ଦେଖାଯାଉଛି। ଯାହାଫଳରେ ତିକ୍ତତା ଆରମ୍ଭ ହୋଇଥିଲା । ଆଉ କଥା ଯାଇ ମାରପିଟ୍‌ରେ ସରିଥିଲା ।

BJD BJP Congress Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ