Advertisment

ଥାନା ହାଜତରେ ଯୁବକଙ୍କ ମୃତ୍ୟୁ ! ପୋଲିସ-ପବ୍ଲିକ୍ ମୁହାଁମୁହିଁ

ଖବର ପାଇଁ ପରିବାର ଲୋକ ଏବଂ ଗ୍ରାମବାସୀ ଡାକ୍ତରଖାନାକୁ ପହଞ୍ଚି ବ୍ୟାପକ ଭଙ୍ଗାରୁଜା କରିଥିଲେ। ପରିବାର ଲୋକେ ଅଭିଯୋଗ କରିଥିଲେ ଯେ ପୋଲିସ ଗୋବିନ୍ଦଙ୍କୁ ପିଟି ପିଟି ମାରି ଦେଇଛି ଏବଂ ଘଟଣାକୁ ଚପାଇ ଦେବା ପାଇଁ ଉଦ୍ୟମ କରିଥିବା ମୃତକଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି।

ଅଦ୍ୟତନ ହୋଇଛି
Police Lathi Charge

Police Lathi Charge

Advertisment

ବରଗଡ଼: ଥାନା ହାଜତରେ ଥିବା ଯୁବକଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଉତ୍ତେଜନା। ପୋଲିସ ମାଡରେ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ଡାକ୍ତରଖାନାରେ ବ୍ୟାପକ ଭଙ୍ଗାରୁଜା। ଶବ ଧରି ରାସ୍ତାରେ ପୋଲିସ-ପବ୍ଲିକ୍ ମଧ୍ୟରେ ଧସ୍ତାଧସ୍ତି। ଉତ୍ତେଜନା ଆହୁରି ତୀବ୍ର ରୂପ ନେଉଥିବା ବେଳେ ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡାଇବା ପାଇଁ ପୋଲିସ୍ କରିଥିଲା ଲାଠିଚାର୍ଜ। ଏଭଳି ଘଟଣା ଘଟିଛି ବରଗଡ଼ ଜିଲ୍ଲାର ତୋରା ଗ୍ରାମରେ।

Advertisment

ଗତ ଜୁଲାଇ ମାସ ୨୦ ତାରିଖରେ ମାଡପିଟ ଘଟଣାକୁ ନେଇ ବରଗଡ଼ ଟାଉନ ଥାନାରେ ଏକ ମାମଲାକୁ ରୁଜୁ ହୋଇଥିଲା। ବରଗଡ ତୋରା ଗ୍ରାମର ରାଧେଶ୍ୟାମ କୁମ୍ଭାରଙ୍କ ପୁଅ ଗୋବିନ୍ଦ କୁମ୍ଭାରଙ୍କୁ ପୋଲିସ ଗତ ରାତିରେ ଟାଉନ ଥାନାକୁ ଉଠାଇ ଆଣିଥିଲା। ଆଜି ସକାଳେ ଗୋବିନ୍ଦଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ପ୍ରଥମେ ପୁରୁଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନ ଆସିବାରୁ ତାଙ୍କୁ ଖେଦାପାଲି ସ୍ଥିତ ବରଗଡ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା।ତେବେ ଡାକ୍ତରଖାନାକୁ ପହଞ୍ଚିବା ପୂର୍ବରୁ ଗୋବିନ୍ଦଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଥିଲେ।

ତେବେ ଖବର ପାଇଁ ପରିବାର ଲୋକ ଏବଂ ଗ୍ରାମବାସୀ ଡାକ୍ତରଖାନାକୁ ପହଞ୍ଚି ବ୍ୟାପକ ଭଙ୍ଗାରୁଜା କରିଥିଲେ। ପରିବାର ଲୋକେ ଅଭିଯୋଗ କରିଥିଲେ ଯେ ପୋଲିସ ଗୋବିନ୍ଦଙ୍କୁ ପିଟି ପିଟି ମାରି ଦେଇଛି ଏବଂ ଘଟଣାକୁ ଚପାଇ ଦେବା ପାଇଁ ଉଦ୍ୟମ କରିଥିବା ମୃତକଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି। ଏପରିକି ଗୋବିନ୍ଦଙ୍କୁ ମାରି ହତ୍ୟା କରିଥିବା ପୋଲିସ ବିରୋଧରେ କାର୍ଯାନୁଷ୍ଠାନ ଗ୍ରହଣ କରାନଗଲେ ଆତ୍ମହତ୍ୟା କରିବେ ବୋଲି କହି ଡାକ୍ତରଖାନାର ସାତ ମହଳା ଉପରକୁ ଚଢି ଯାଇଥିଲେ।

Advertisment

ଅନ୍ୟପକ୍ଷରେ ଘଟଣାକୁ ନେଇ ପୋଲିସ ଗୋବିନ୍ଦଙ୍କୁ ଏକ ମାମଲାରେ ତାଙ୍କୁ ଘରୁ ଆଣି ଥାନାରେ ରଖିଥିବା କଥା ସ୍ୱୀକାର କରିଛି ପୋଲିସ। ଥାନାରେ ଗୋବିନ୍ଦଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତୁରନ୍ତ ଚିକିତ୍ସାଳୟକୁ ପଠାଇଯାଇଥିଲା ଏବଂ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ପୋଲିସ କହିଛି। ତେବେ ଶବ ବ୍ୟବଚ୍ଛେଦ ପାଇଁ ପୋଲିସ ନେଇଯାଉଥିବା ସମୟରେ ମୃତକଙ୍କ ପରିବାର ଓ ଗ୍ରମବାସୀ ମୃତ ଶରୀରକୁ ରଖି ଆନ୍ଦୋଳନକୁ ଓହ୍ଳାଇଥିଲେ ଏବଂ ଡାକ୍ତରଖାନାର ମୁଖ୍ୟ ଫାଟକରେ ଭଙ୍ଗାରୁଜା କରିଥିଲେ।

ପରେ ବରଗଡ ଗାନ୍ଧୀଛକ ଠାରେ ରାସ୍ତାରୋକ ଆନ୍ଦୋଳନକୁ ଓହ୍ଳାଇଥିବା ଉତ୍ତେଜନା ଦେଖିବାକୁ ମିଳିଥିଲା। ଏପରିକି ପୋଲିସ୍‌- ଉତ୍ତ୍ୟକ୍ତ ଲୋକେ ଧସ୍ତାଧସ୍ତି ହୋଇଥିଲେ. ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପକ୍ଷରୁ ଗୋଟିଏ ପ୍ଳାଟୁନ ଫୋର୍ସ ମୃତୟନ କରାଯାଇଥିଲା। ସ୍ଥିତି ଅସମ୍ଭାଳ ହେବାରୁ ପୋଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା।  ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରହିଥିବା ବେଳେ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି ବୋଲି ବରଗଡ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦିଲିପ କୁମାର ବାଗ କହିଛନ୍ତି। 

Advertisment
Odisha Police Lathi-charge Accused Death Public
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ