Landlord death
ପରକୀୟା ପ୍ରୀତିର ସାଙ୍ଘାତିକ ପରିଣାମ। ଘର ମାଲିକଙ୍କୁ କିରୋସିନ ଢାଳି ଜାଳି ମାରିଦେଲେ ଭଡ଼ାଟିଆ ମହିଳା । ବ୍ରହ୍ମପୁର ସୁବାସ ନଗରରୁ ଏହି ଖବର ସାମନାକୁ ଆସିଛି । ସୂଚନା ଅନୁସାରେ, ବ୍ରହ୍ମପୁରରେ ରହୁଥିବା ଅବସରପ୍ରାପ୍ତ RI ହରିହର ସାହୁଙ୍କ ଘରେ ଭଡ଼ାଟିଆ ଭାବେ ରହୁଥିଲେ ସୁଦେଷ୍ଣା ଜେନା । ଉଭୟଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ଥିଲା । କିନ୍ତୁ ସମ୍ପର୍କରେ କୌଣସି କାରଣରୁ ତିକ୍ତତା ବଢିବାରୁ ସୁଦେଷ୍ଣା ହରିହରଙ୍କ ଉପରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ । ଗୁରତର ଅବସ୍ଥାରେ ହରିହରଙ୍କୁ ପ୍ରଥମେ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।
କଟକରେ ଚିକିତ୍ସାଧୀନ ଅବସ୍ଥାରେ ହରିହର ମୃତ୍ୟୁବରଣ କରିଛନ୍ତି । ମୃତ ହରିହରଙ୍କ ଝିଅ ଏନେଇ ଅଭିଯୋଗ କରିଥିଲେ । ତଦନ୍ତ ବେଳେ ଭଡ଼ାଟିଆ ସୁଦେଷ୍ଣା ଏହି କାଣ୍ଡ ଘଟାଇଥିବା ପୋଲିସ ଜାଣିବାକୁ ପାଇଛି । ସେପଟେ ହତ୍ୟା ମାମଲା ରୁଜୁ କରି ତଦନ୍ତକୁ ଜୋରଦାର କରିଛି ବ୍ରହ୍ମପୁର ପୋଲିସ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748768151.jpg)