• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦିନେ ମାତା ସୀତା ଦେଇଥିଲେ ଅଗ୍ନିପରୀକ୍ଷା। ନିଜେ ସତୀ ବୋଲି ପ୍ରମାଣିତ କରିବା ପାଇଁ ମାତା ସୀତା ଦେଇଥିଲେ ଅଗ୍ନି ପରୀକ୍ଷା । କାରଣ ରାବଣ ତାଙ୍କୁ ଅପହରଣ କରି ନେଇ ରଖିଥିଲା ନିଜ ରାଜ୍ୟରେ । ପ୍ରଭୁ ରାମଚନ୍ଦ୍ର ତାଙ୍କୁ ସେଠାରୁ ଉଦ୍ଧାର କରି ଆଣିବା ପରେ, ରାମଙ୍କ ରାଜ୍ୟବାସୀ ସୀତାଙ୍କୁ ସନ୍ଦେହ କରିଥିଲେ । ଯେଉଁଥିପାଇଁ ଶ୍ରୀରାମଚନ୍ଦ୍ର ସୀତାଙ୍କୁ ଅଗ୍ନିପରୀକ୍ଷା ଦେବାକୁ କହିଥିଲେ । ଆଉ ଆମେ ସମସ୍ତେ ଏହା ଭଲ ଭାବେ ଜାଣିଛନ୍ତି ସେହି ଅଗ୍ନିପରୀକ୍ଷା କିଭଳି ହୋଇଥିଲା।

ତେବେ ଏହା ତ ଥିଲା ତ୍ରେତୟା ଯୁଗର କଥା। କିନ୍ତୁ ଏବେ କଳି ଯୁଗରେ ବି ଲୋକଙ୍କୁ ଦେବାକୁ ପଡ଼ୁଛି ଅଗ୍ନିପରୀକ୍ଷା । ତାହା ପୁଣି ତ୍ରେତୟା ଯୁଗର ଅଗ୍ନିପରୀକ୍ଷା ଷ୍ଟାଇଲ୍‌ରେ । ଆପଣ ସାମାନ୍ୟ ଦ୍ୱନ୍ଦ୍ୱରେ ପଡ଼ୁଥିବେ। କ’ଣ ଏହି ଅଗ୍ନିପରୀକ୍ଷା । ଆମେ କାହିଁକି ଏଭଳି କହୁଛୁ।

ଅଧିକ ପଢ଼ନ୍ତୁ: ବିବାହ ଦିନ କନ୍ୟାଙ୍କ ହୋଇଗଲା ମୃତ୍ୟୁ; ଶାଳୀ ହେଲା ସ୍ତ୍ରୀ

ପୁରା କାହାଣୀଟି ହେଲା, ତେଲେଙ୍ଗାନା ବଞ୍ଜାରୁପଲ୍ଲୀର ଜଣେ ବ୍ୟକ୍ତିଙ୍କୁ ନିଜ ସତୀତ୍ୱ ପ୍ରମାଣିତ କରିବା ପାଇଁ ଦେବାକୁ ପଡ଼ିଛି ଅଗ୍ନିପରୀକ୍ଷା । କାରଣ ଗାଁ ଲୋକେ ସନ୍ଦେହ କରିଥିଲେ ଯେ, ଉକ୍ତ ଯୁବକଙ୍କର ତାଙ୍କ ଭାଇ ବୋହୂ ସହ କିଛି ଅନୈତିକ ସମ୍ପର୍କ ରହିଛି । ଏହି ସନ୍ଦେହକୁ ଦୂର କରିବା ପାଇଁ ଅର୍ଥାତ ଏହାକୁ ମିଛ ବୋଲି ପ୍ରମାଣିତ କରିବା ପାଇଁ ଯୁବକଙ୍କୁ ଦେବାକୁ ପଡ଼ିଛି ଅଗ୍ନି ପରୀକ୍ଷା ।

ଗୋଟିଏ ସ୍ଥାନରେ ନିଆଁ ଲଗାଗଲା । ଆଉ ସେଥିରେ ଏକ ଲୁହା ରଡ୍‌ ରଖାଗଲା । ଯେତେବେଳେ ଲୁହ ରଡ୍‌ଟି ନିଆଁରେ ଦାଉ ଦାଉ ହୋଇ ଗରମ ହୋଇଗଲା, ସେତେବେଳେ ଯୁବକଙ୍କୁ ସେହି ରଡ୍‌କୁ ନିଆଁରୁ ବାହାର କରିବା ପାଇଁ କୁହାଗଲା । ଆଉ ଯୁବକ ମଧ୍ୟ ସେହି ତତଲା ଲୁହା ରଡ୍‌କୁ ନିଆଁରେ ହାତ ପୁରାଇ ବାହାର କଲେ । ଏହାପରେ କିଛି ଗାଁ ଲୋକଙ୍କର ସନ୍ଦେହ ଦୂର ହେଲା । ଆଉ ଭାଇ ବୋହୁ ସହ ଉକ୍ତ ଯୁବକଙ୍କର କୌଣସି ଅନୈତିକ ସମ୍ପର୍କ ନାହିଁ ବୋଲି କିଛି ଲୋକ ଗ୍ରହଣ କଲେ ।

କିନ୍ତୁ ଅନ୍ୟପଟେ ଗାଁର ପଞ୍ଚାୟତ ବା ମୁଖିଆମାନେ ଏହାକୁ ଗ୍ରହଣ କଲେନି । ଏହି ପରୀକ୍ଷା ଦେବା ପରେ ବି ସେମାନେ ଯୁବକଙ୍କୁ ନିର୍ଦ୍ଦୋଷ ବୋଲି ମାନିବାକୁ ନାରାଜ । ଆଉ ତାଙ୍କୁ ବାଧ୍ୟ କଲେ ଯେ, ‘ତୁମେ ତୁମ ଭୁଲ ସ୍ୱୀକାର କର’ । ଏତେ ସବୁ ପରେ ଉକ୍ତ ଯୁବକଙ୍କ ପତ୍ନୀ ପୋଲିସର ଦ୍ୱାରସ୍ଥ ହୋଇଛି । ଆଉ ପୁରା ଘଟଣା ପୋଲିସ ଆଗରେ ବଖାଣିଛନ୍ତି । ପୋଲିସ ଘଟଣାସ୍ଥଳକୁ ଯାଇ ଛାନ୍‌ଭିନ୍‌ ଆରମ୍ଭ କରିଛି ।

ତେବେ ଏହି କାହାଣୀଟି ଆପଣଙ୍କୁ ଆଶ୍ଚର୍ଯ୍ୟ କରୁଥାଇ ପାରେ । କାରଣ ଏକବିଂଶ ଶତାବ୍ଦିରେ ଏଭଳି ଦଣ୍ଡ ମିଳିବା ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ । ଏହାକୁ ସାଧାରଣତଃ ଆମେ ଅନ୍ଧ ବିଶ୍ୱାସ ବୋଲି ମଧ୍ୟ କହିଥାଉ । କିନ୍ତୁ ଏବେ ବି ଆମ ସମାଜରେ ଏଭଳି କୁସଂସ୍କାର ତଥା କୁପ୍ରଥା ବାରମ୍ବାର ଦେଖିବାକୁ ମିଳିଥାଏ । ଯାହାକି ଆମ ସମାଜ ପାଇଁ ଏକ ଅଶୁଭ ସଙ୍କେତ ବୋଲି କୁହାଯାଇପାରେ ।