ଇନଷ୍ଟାରେ ବୁଲୁଛି ଠକ ପ୍ରେମିକ; ନିଜକୁ RPF ଅଧିକାରୀ କହି ଯୁବତୀଙ୍କୁ କରୁଥିଲା ପ୍ରେମ ନିବେଦନ...

ଠକ ପ୍ରେମିକ । ନିଜକୁ ଆରପିଏଫ ଅଧିକାରୀ କହି ଯୁବତୀଙ୍କୁ ପ୍ରେମ ନିବେଦନ । ଏକାଧିକ ଯୁବତୀଙ୍କଠୁ ଟଙ୍କା ଠକିଥିବା ଅଭିଯୋଗ । 

ଇନଷ୍ଟାରେ ବୁଲୁଛି ଠକ ପ୍ରେମିକ

ଇନଷ୍ଟାଗ୍ରାମରେ ବୁଲୁଛି ଠକ ପ୍ରେମିକ। ନିଜକୁ ଆରପିଏଫ ଅଧିକାରୀ କହି ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଯୁବତୀଙ୍କୁ ପ୍ରେମ ନିବେଦନ କରୁଛନ୍ତି । ଏଭଳି ରୋମିଓକୁ ରାଉରକେଲା ରେଳ ଷ୍ଟେସନରୁ ଗିରଫ କରିଛି ପୋଲିସ । ଇନଷ୍ଟାଗ୍ରାମ ମାଧ୍ୟମରେ ଯୁବତୀଙ୍କୁ ମିଛି ମିଛିକା ଭଲ ପାଇବା ପରେ ସେମାନଙ୍କଠୁ ଅର୍ଥ ହଡ଼ପ କରୁଥିଲେ। ନିଜକୁ ଜଣେ ଆରପିଏଫ ଅଧିକାରୀ ବୋଲି କହିଥିଲେ । ଅନେକ ଯୁବତୀଙ୍କ ଠାରୁ ଏଭଳି ଅର୍ଥ ହଡ଼ପ କରିବା ନେଇ ଅଭିଯୋଗ ରହିଛି ।

 

ଅଭିଯୁକ୍ତ ହେଉଛି ତେଲେଙ୍ଗାନାର କଦମ ସଦାଶିବ । ଗତ କିଛି ବର୍ଷ ହେବ ଏମିତି କାମରେ ଜଡ଼ିତ ରହିଛି । ରାଉରକେଲା ଜିଆରପି ଯୁବକଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି । ଆରପିଏଫର ଅଭିଯୋଗ କ୍ରମେ ଜିଆରପି ଥାନାରେ ମାମଲା ମଧ୍ୟ ହୋଇଛି ।