୪୦ ବର୍ଷର ତଳର ଜମି ବିବାଦ । ଯେଉଁଥିପାଇଁ ଚାଲିଗଲା ଜଣେ ନୀରିହ ନାବାଳକଙ୍କ ଜୀବନ । ଖଣ୍ଡାରେ ଗଣ୍ଡିରୁ ଅଲଗା କରିଦେଲେ ମୁଣ୍ଡ । ଆଜ୍ଞା ହଁ, ଏମିତି ଏକ ଭୟଙ୍କର ଓ ଛାତି ଥରାଇବା ଭଳି ଘଟଣା ଏବେ ସାମ୍ନାକୁ ଆସିଛି । ଯିଏ ବି ଶୁଣୁଛି ସିଏ କିଛି ସମୟ ପାଇଁ ସ୍ତବ୍ଧ ହୋଇଯାଉଛି । ଆଉ କହୁଛି... କେତେ ନିଷ୍ଠୁର ଏ ମଣିଷ । ସାମନ୍ୟ ଜମି ପାଇଁ ଜଣେ ନାବାଳକଙ୍କ ଜୀବନ ନେବାକୁ ବି ପଛାଉନାହାନ୍ତି । ବୁଧବାର ଅର୍ଥାତ ଦୀପାବଳିର ଠିକ୍ ଗୋଟିଏ ଦିନ ପୂର୍ବରୁ ୩୦ ଅକ୍ଟୋବରରେ ଏହି ଘଟଣା ଘଟିଛି ।
Also Read
୪୦ ବର୍ଷ ତଳର ଜମି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ଲାଗିଥିଲା କଥା କଟାକଟି । ଧିରେ ଧିରେ ଏହି କଥା କଟାକଟି ଅସମ୍ଭାଳ ସ୍ଥିତିକୁ ଆସିଥିଲା । ଉଭୟ ପକ୍ଷ ହାତହାତି ହୋଇଥିଲେ । ପରିସ୍ଥିତି ସମ୍ଭାଳିବା ସାମନ୍ୟ କଷ୍ଟ ସାଧ୍ୟ ହୋଇଥିଲା । ଏଥିରେ ଗୋଟିଏ ପକ୍ଷର କିଛି ବ୍ୟକ୍ତି ଅତି ଉତ୍କ୍ଷିପ୍ତ ହୋଇପଡ଼ିଥିଲେ । ଆଉ ଅନ୍ୟ ପକ୍ଷର ଜଣେ ନାବାଳକର ମୁଣ୍ଡକୁ ଖଣ୍ଡାରେ ହାଣିଥିଲେ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା । ପରିସ୍ଥିତି ଖୁବ୍ ଭୟାବହ ହୋଇଥିଲା । ସମସ୍ତଙ୍କ ମନରେ ଅଜଣା ଭୟ ଖେଳିଯାଇଥିଲା ।
ଆଉ ଏପଟେ ପୁଅର କଟା ମୁଣ୍ଡକୁ ଧରି ଘଣ୍ଟା ଘଣ୍ଟା ଧରି ବସି ରହିଥିଲା ମାଆ । ଆଖିରୁ ଶୁଖୁନଥିଲା ଲୁହ । କଣ୍ଠ ବାସ୍ପରୁଦ୍ଧ ହୋଇପଡ଼ିଥିଲା । ମାତ୍ର କିଛି ସମୟ ମଧ୍ୟରେ ସତେ ଯେମିତି ମାଆର ସଂସାର ଉଜୁଡ଼ି ଯାଇଥିଲା । ପୁଅ ଆଉ ଏହି ଦୁନିଆରେ ନାହିଁ ବୋଲି ମାଆ ବିଶ୍ୱାସ କରିବାକୁ ରାଜି ନଥିଲା ।
ଉତ୍ତରପ୍ରଦେଶ ଜୋନ୍ପୁରରୁ ଏହି ଘଟଣା ସାମ୍ନାକୁ ଆସିଛି । ସ୍ଥାନୀୟ ପୋଲିସର କହିବା କଥା, ଗୌରାବାଦଶାହପୁର ଥାନା ଅନ୍ତର୍ଗତ କବିରୁଦ୍ଦୀନ୍ ଗାଁରେ ଜମି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ଏଭଳି କାଣ୍ଡ ଘଟିଛି ।
ଖଣ୍ଡାରେ ହାଣିଥିବା ଲୋକ ଘଟଣାସ୍ଥଳରୁ ଫେରାର...
ପୋଲିସର କହିବାନୁସାରେ ଦୁଇ ପରିବାର ମଧ୍ୟରେ କଥା କଟାକଟି ହୋଇଥିଲା । ଆଉ ଏହା ଉଗ୍ରରୂପ ନେବା ପରେ ପରିସ୍ଥିତି ହିଂସାତ୍ମକ ହୋଇପଡ଼ିଥିଲା । ତାପରେ କିଛି ବ୍ୟକ୍ତି ରାଜଜିତ ଯାଦବଙ୍କ ୧୭ ବର୍ଷୀୟ ପୁଅ ଅନୁରାଗର ପିଛା କରିଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କ ପାଖରେ ଏକ ଧାରୁଆ ଖଣ୍ଡା ରହିଥିଲା । ଯେଉଁଥିରେ ଉକ୍ତ ବ୍ୟକ୍ତି ଜଣକ ଏତେ ଜୋରରେ ଅନୁରାଗଙ୍କୁ ଆକ୍ରମଣ କରିଥିଲେ ଯେ, ଗଣ୍ଡିରୁ ମୁଣ୍ଡ ସମ୍ପୂର୍ଣ୍ଣ ଅଲଗା ହୋଇଯାଇଥିଲା ।
ଏହି ହତ୍ୟାକାଣ୍ଡ ପରେ ଉକ୍ତ ବ୍ୟକ୍ତି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଆଉ ପୋଲିସ ଏବେ ତାକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଛାନଭିନ୍ କରୁଛି । ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଦୁଇ ଜଣଙ୍କୁ ପୋଲିସ ଗିରଫ କରିଛି । ତେବେ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ଉକ୍ତ ଗାଁରେ ବ୍ୟାପକ ଫୋର୍ସ ମୁତୟନ କରିଛି । ଗାଁ ଲୋକଙ୍କ କହିବା କଥା ପୁଅର କଟା ମୁଣ୍ଡ ଧରି ମାଆ ଦୀର୍ଘ ସମୟ ପର୍ଯ୍ୟନ୍ତ ସେମିତି ବସିରହି କାନ୍ଦୁଥିଲା ।
୪୫ ବର୍ଷରୁ ଚାଲି ଆସୁଥିଲା ବିବାଦ
ପୋଲିସ ଅଧିକ୍ଷକ ଅଜୟ ପାଲ ଶର୍ମାଙ୍କ କହିବାନୁସାରେ, ଏହି ଜମି ବିବାଦ ଦୀର୍ଘ ୪୦ରୁ ୪୫ ବର୍ଷ ଧରି ଚାଲି ଆସୁଛି । ଗୋଟିଏ ପକ୍ଷର ଆକ୍ରମଣକାରୀଙ୍କ ମଧ୍ୟରେ ରମେଶ ଓ ଲାଲତ ଥିଲେ । ସେଇମାନେ ହିଁ ନାବାଳକ ଅନୁରାଗକୁ ହତ୍ୟା କରିଛନ୍ତି ।