Advertisment

ପୂରା ପରିବାରକୁ ସଫା କରିଦେଲା ୧୮ ବର୍ଷର ପିଲା, କହିଲା- 'ମୋତେ ଖାଇଯାଇଥାନ୍ତେ... ସମସ୍ତଙ୍କୁ ସଫା କରିଦେଲି'

ସେମାନେ 'ମାଂସାଶୀ'... ଯଦି ସେମାନେ ମରିନଥାନ୍ତେ... ତାହାହେଲେ ସେମାନେ ମୋତେ ମାରିଦେଇଥାନ୍ତେ।

ଅଦ୍ୟତନ ହୋଇଛି
teen murders parents and siblings

teen murders parents and siblings

Advertisment

ଯଦି ସେମାନେ ମରିନଥାନ୍ତେ... ତାହାହେଲେ ସେମାନେ ମୋତେ ମାରିଦେଇଥାନ୍ତେ। ଏମିତି ସନ୍ଦେହ କରି ସାରା ପରିବାରକୁ ସଫା କରିଦେଲା ଜଣେ ୧୮ ବର୍ଷର ଯୁବକ। ଯୁବକ ଜଣକ ଯେଉଁ ନାରକୀୟ କାଣ୍ଡ ଭିଆଇଛି, ତାହା ଶୁଣିଲେ ଲୋମ ଟାଙ୍କୁରି ଉଠିବ। ଏହି ଯୁବକ ଜଣକ ବିନା କାରଣରେ ତା ବାପା ମା, ଭଉଣୀଙ୍କ ସହ ୫ ବର୍ଷର ଭାଇକୁ ବି ହତ୍ୟା କରିଛି। ଅଭିଯୁକ୍ତର ନାଁ ସେସର ଓଲାଡେ ବୋଲି ଜଣାପଡ଼ିଛି। ଏଭଳି ଘଟଣା ଘଟିଛି ଆମେରିକାର ଟେକ୍ସାସ ସହରରେ। 

Advertisment

ପୋଲିସର କହିବାନୁସାରେ  ଜଣେ ଯୁବକ ତାର ପରିବାରକୁ କ୍ଷତି ପହଞ୍ଚାଇବା ସହ ନିଜକୁ ମାରିଦେବାର ଧମକ ବି ଦେଉଥିବା ଖବର ପାଇଥିଲୁ। ଘଟଣାସ୍ଥଳରେ ପହଞ୍ଚିବା ପରେ ସେସର ଓଲାଡେ ନାମକ ଜଣେ ଯୁବକ ଗୃହବନ୍ଦୀ ହୋଇ ରହୁଥିବା ବେଳେ ଅନେକଙ୍କ ମୃତଦେହ ସେଠାରେ ପଡ଼ିଥିଲା। ଅଭିଯୁକ୍ତକୁ ପୋଲିସ ଥାନାକୁ ନେଇଥିଲା।

ଓଲାଡେ ପୋଲିସକୁ କହିଛି ଯେ ସେ ବନ୍ଧୁକ ଗୁଳିରେ ତା ପରିବାର ଲୋକଙ୍କୁ ହତ୍ୟା କରିଛି। ପୋଲିସ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଘର ଭିତରେ ଭିନ୍ନ ଭିନ୍ନ ସ୍ଥାନରେ ଗୁଳି କରିଥିଲା, ତାଙ୍କୁ ଏକାଠି କରି ବାଥରୁମ୍‌କୁ ଆଣିଥିଲା.  ପ୍ରଥମେ ବାପା ରିଉବେନ ଓଲାଡେ, ମା ଆଇଡା ଗାରସିଆଙ୍କୁ ହତ୍ୟା କରିବା ପରେ ବଡ଼ ଭଉଣୀ ଲିସବେଟ୍‌ ଓଲାଡେ ଓ ସାନ ଭାଇ ଓଲିଭର ଓଲାଡେକୁ ହତ୍ୟା କରିଥିଲା। ହେଲେ ହତ୍ୟାର ରକ୍ତଛିଟା ଘର ଚଟାଣରେ ବିଛାଡ଼ି ହୋଇ ପଡ଼ିଥିଲା। ଅଭିଯୁକ୍ତ ଜଣକ ହତ୍ୟା କରିଥିବା ନେଇ ସ୍ୱୀକାର କରିବା ସହ ଚାଞ୍ଚଲ୍ୟକର ବୟାନ ଦେଇଛି। ସେ କହିଛି ସେମାନେ 'ମାଂସାଶୀ'... ଯଦି ସେମାନେ ମରିନଥାନ୍ତେ... ତାହାହେଲେ ସେମାନେ ମୋତେ ମାରିଦେଇଥାନ୍ତେ।

Advertisment

ତେବେ ଲିସାବେଟ୍‌ ଓଲାଡେ(ଅଭିଯୁକ୍ତର ଭଉଣୀ) ଅଫିସ କାମ ନକରିବାରୁ ଜଣେ ସହକର୍ମୀଙ୍କ ସନ୍ଦେହ ବଢିଥିଲା। ସେତେବେଳେ ସେସର ଉପରେ ତାଙ୍କର ସନ୍ଦେହ ବଢିଥିଲା। ସମ୍ପୃକ୍ତ ପରିବାର ଏକ ସୁନ୍ଦର ପରିବାର ଓ ପରିଶ୍ରମୀ ଲୋକ ବୋଲି ସେମାନଙ୍କ ପଡୋଶୀ କହିଛନ୍ତି।   

Parents Siblings
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ