• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନାଲିପାଣି ନିଶାରେ ଚୁର୍‌ ଶିକ୍ଷକ । ଜ୍ଞାନରେ ମନ୍ଦିରରେ ହିଁ ପିଲାଙ୍କ ସାମ୍ନାରେ ମଦ ପିଇବା ପରେ ଅଡ଼ୁଆରେ ମଦୁଆ ଗୁରୁ(Drunk Teacher) । ଏକଥା ଜଣାପଡ଼ିବା ପରେ ଗାଁ ଲୋକ ତୁରନ୍ତ ସ୍କୁଲରେ ପହଞ୍ଚିଯାଇଥିଲେ । ଜଣେ ମହିଳା ଶିକ୍ଷକଙ୍କ ପ୍ୟାଣ୍ଟ୍‌ ପକେଟ୍‌ ଖୋଜି ଏକ ମଦ ବୋତଲ ମଧ୍ୟ ବାହାର କରିଛନ୍ତି, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି । ଜାମ୍ମୁ(Jammu)ର ଡୋଡା ଜିଲ୍ଲାର ପ୍ରାଥମିକ ସରକାରୀ ସ୍କୁଲରେ ଏଭଳି ଦେଖିବା ପାଇଁ ମିଳିଛି ।

ଏହି ଘଟଣା ପରେ ଶିକ୍ଷକଙ୍କୁ ସ୍କୁଲ କୋଠରୀରେ ତାଲା ପକାଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଜଣାଇଥିଲେ । ଏବେ ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି । ଏହି ମାମଲା ପୋଲିସ ପାଖରେ ମଧ୍ୟ ପହଞ୍ଚିଛି । ଅନ୍ୟପଟେ ମଦ ବୋତଲ ମଧ୍ୟ ଉଦ୍ଧାର କରାଯାଇଛି ।

ଗାଁ ଲୋକଙ୍କ କହିବା ଅନୁସାରେ, ଅଭିଯୁକ୍ତ ଶିକ୍ଷକ ବିକ୍ରମ ସିଂ କିଛି ଛାତ୍ରଙ୍କୁ ପଠାଇ ସ୍କୁଲକୁ ମଦ ଅଣାଇଥିଲେ । ଏହା ପରେ ପିଲାମାନଙ୍କ ସାମ୍ନାରେ ମଦ୍ୟପାନ କରିଥିଲେ । ଗାଁ ଲୋକ ଏହାକୁ ବିରୋଧ କରିବାରୁ ଓଲଟି ଶିକ୍ଷକ ଜଣକ ତାଙ୍କୁ ଦୁର୍ବ୍ୟବହାର କରିଥିଲେ ।

ଅଭିଯୁକ୍ତ ଶିକ୍ଷକଙ୍କ ନିକଟରୁ ଦୁଇଟି ବୋତଲ ମଦ ଉଦ୍ଧାର କରାଯାଇଛି । ଅତୀତରେ ମଧ୍ୟ ଶିକ୍ଷକ ଅନେକ ଥର ଏପରି କାମ କରିଛନ୍ତି । ୨୦୧୫ ମସିହାରୁ ମଦ୍ୟପାନ କରି ବିକ୍ରମ ସାର୍‌ ସ୍କୁଲକୁ ଆସୁଥିଲେ । ମୁଖ୍ୟ ଶିକ୍ଷା ଅଧିକାରୀ ତାଙ୍କୁ ‌ଏନେଇ ଅନେକ ଥର ଚେତାବନୀ ଦେବା ସହ କାର୍ଯ୍ୟନୁଷ୍ଠାନ ଗ୍ରହଣ ମଧ୍ୟ କରିଥିଲେ । ହେଲେ କୁକୁର ଲାଙ୍ଗୁଡ଼ ଜନ୍ମରୁ ବଙ୍କା ପରି ତାଙ୍କ କାର୍ଯ୍ୟକଳାପରେ କୌଣସି ସୁଧାର ଆସିନଥିଲା ।

ଏବେ ଆଉ ଅଭିଯୁକ୍ତ ଶିକ୍ଷକଙ୍କୁ ତ୍ରାହି ନାହିଁ । ଘଟଣାର ତଦନ୍ତ ଆରମ୍ଭ ହେବା ସହ ଏବେ ତାଙ୍କୁ ସସପେଣ୍ଡ୍‌ କରାଯାଇଛି । ହେଲେ ଏଥର ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ଶିକ୍ଷାଧିକାରୀ କହିଛନ୍ତି ।