Advertisment

Teacher Misconduct: ଗଣିତ ଆସିଲାନି ବୋଲି ଛାତ୍ରୀଙ୍କୁ ମାଡ଼ ମାରି ଆଖି ଫୁଟେଇଦେଲେ ଶିକ୍ଷୟିତ୍ରୀ

ଗଣିତ ପାଠ ନଆସିବାରୁ ୪ର୍ଥ ଶ୍ରେଣୀରେ ପଢ଼ୁଥିବା ତାଙ୍କ ଝିଅକୁ ମାରି ରକ୍ତାକ୍ତ କରିଦେଲେ ଶିକ୍ଷୟିତ୍ରୀ । ସ୍କୁଲର ବକେୟା ଦରମା ଦିଆଯାଇନଥିବାରୁ ପ୍ରଧାନଶିକ୍ଷକ ଓ ଶ୍ରେଣୀ ଶିକ୍ଷୟତ୍ରୀ ଚକ୍ରାନ୍ତ କରି ଝିଅକୁ ମାଡ଼ ମାରିଥିବା ଅଭିଯୋଗ କଲେ ଛାତ୍ରୀଙ୍କ ବାପା ।

author-image
Debadatta Aryashrestha
Teacher Assault

Teacher Assault

ଗଣିତ ଆସିଲାନି ବୋଲି ଛାତ୍ରୀଙ୍କୁ ମାଡ଼ । ମୁଥ ମାରି ଛାତ୍ରୀଙ୍କ ଆଖି ଫଟେଇ ଦେଲେ ଶିକ୍ଷୟିତ୍ରୀ । ଡୁମଡୁମା ଫେଜ-୨ର ଏକ ଘରୋଇ ସ୍କୁଲରେ ଘଟିଛି ଏଭଳି ଅଭବନୀୟ ଘଟଣା । ଏନେଇ ଛାତ୍ରୀଙ୍କ ବାପା ଖଣ୍ଡଗିରି ଥାନାରେ ମାମଲା ରୁଜୁ କରିଛନ୍ତି । ବକେୟା ଦରମା ଦେଇନଥିବାରୁ ଏଭଳି ମାଡ଼ ମାରିଥିବା ଅଭିଯୋଗ ଆଣିଛନ୍ତି ତାଙ୍କ ବାପା । ସେପଟେ କ୍ୟାମେରା ସାମ୍ନାରେ ସ୍କୁଲ କର୍ତ୍ତୃପକ୍ଷ ପ୍ରତିକ୍ରିୟା ଦେବାକୁ ମନା କରିଥିବାବେଳେ ଶିକ୍ଷୟିତ୍ରୀ ଜଣଙ୍କ ଘଟଣା ପାଇଁ ଦୁଃଖିତ ବୋଲି କହିଛନ୍ତି । ଜାଣିଶୁଣି ନୁହେଁ ବରଂ ଭୁଲ ବଶତଃ ହୋଇଥିବା କହିଛନ୍ତି ।

Advertisment

ଛାତ୍ରୀଙ୍କ ବାପାଙ୍କ ଅଭିଯୋଗକ୍ରମେ ଗଣିତ ପାଠ ନଆସିବାରୁ ୪ର୍ଥ ଶ୍ରେଣୀରେ ପଢ଼ୁଥିବା ତାଙ୍କ ଝିଅକୁ ଡୁମୁଡୁମା ଫେଜ-୨ରେ ଥିବା ଏକ ଘରୋଇ ସ୍କୁଲର ଶିକ୍ଷୟିତ୍ରୀ ମାଡ ମାରି ରକ୍ତାକ୍ତ କରିଦେଲେ। ମାଡ଼ ମାରି ଛାତ୍ରୀଙ୍କ ଆଖି ନଷ୍ଟ କରିଦେଇଛନ୍ତି ଶିକ୍ଷୟତ୍ରୀ। ଗଣିତ ଆସିଲାନି ବୋଲି ମାଡ଼ ମାରି ଆଖି ଫଟେଇ ଦେଇଥିବା ଅଭିଯୋଗ ହୋଇଛି । ଚତୁର୍ଥ ଶ୍ରେଣୀର ଝିଅକୁ ଏକ ସ୍ୱତନ୍ତ୍ର ଆଖି ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ଏନେଇ ଖଣ୍ଡଗିରି ଥାନାରେ ମାମଲା ରୁଜୁ ହୋଇଛି । ଏଫଆଇଆରରେ ତାଙ୍କ ବାପା ଦର୍ଶାଇଛନ୍ତି, ସ୍କୁଲର ବକେୟା ଦରମା ଦିଆଯାଇନଥିବାରୁ ପ୍ରଧାନଶିକ୍ଷକ ପ୍ରକାଶ ଚନ୍ଦ୍ର ସ୍ୱାଇଁ ଓ ଶ୍ରେଣୀ ଶିକ୍ଷୟତ୍ରୀ ଗୀତାଞ୍ଜଳି ଚକ୍ରାନ୍ତ କରି ଝିଅକୁ ମାଡ଼ ମାରିଛନ୍ତି । ଘଟଣାର ତଦନ୍ତ କରି ନ୍ୟାୟ ପ୍ରଦାନ କରିବାକୁ ସେ ଅନୁରୋଧ କରିଛନ୍ତି ।

ସେପଟେ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସମ୍ପୃକ୍ତ ଶିକ୍ଷୟିତ୍ରୀ । କ୍ୟାମେରା ଆଗକୁ ନଆସି ଘଟଣା ପାଇଁ ସେ ଦୁଃଖିତ ବୋଲି କହିଛନ୍ତି । ଗଣିତ ଆସିଲାନି ବୋଲି ମାଡ଼ ମାରିବା ବେଳେ ଭୁଲ୍ ବଶତଃ ଆଖିରେ ବାଜିଥିଲା । ଏହାପରେ ତୁରନ୍ତ ହସ୍ପିଟାଲକୁ ଆଣି ଚିକିତ୍ସା କରାଇଥିଲେ । ଏଥିପାଇଁ ସେ ଅନୁତପ୍ତ ବୋଲି କହିଛନ୍ତି ଶିୟୟିତ୍ରୀ । ହେଲେ ପ୍ରଧାନଶିକ୍ଷକଙ୍କର ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଆହତ ଛାତ୍ରୀଙ୍କ ବାପା କହିଛନ୍ତି ଝିଅର ଆଖିର ଅବସ୍ଥା ଜଟିଳ ଅଛି । ଡାକ୍ତର କହୁଛନ୍ତି ଏବେ ଷ୍ଟିଜ୍ ପଡ଼ିଛି, ଏହା ଶୁଖିବା ପରେ ହିଁ ପରୀକ୍ଷା ପରେ ଜଣାପଡ଼ିବ । ସେପଟେ ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ ।

Advertisment
Bhubaneswar
Advertisment
Advertisment