Advertisment

Tattoo in Foreign woman’s; ଧାର୍ମିକ ଭାବନାକୁ ଆଘାତ; ବିଦେଶିନୀଙ୍କ ଜଂଘରେ ମହାପ୍ରଭୁଙ୍କ ଟାଟୁ

ଭୁବନେଶ୍ୱରର ଏକ ଟାଟୁ ସେଣ୍ଟରରେ ଏଭଳି ଟାଟୁ କରାଇଥିଲେ ଜଣେ ବିଦେଶୀ ମହିଳା। ନିଜ ସୋସାଲ ମିଡିଆ ଆକାଉଣ୍ଟରେ ମହିଳା ଜଣକ ଏହାକୁ ଅପଲୋଡ୍ କରିବା ପରେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି।

ଅଦ୍ୟତନ ହୋଇଛି
Tattoo

Tattoo

Advertisment

ଓଡ଼ିଆଙ୍କ ଧାର୍ମିକ ଭାବନାକୁ ପୁଣି ଆଘାତ। ବିଦେଶିନୀଙ୍କ ଜଂଘରେ ମହାପ୍ରଭୁ ଜଗନ୍ନାଥଙ୍କ ଟାଟୁକୁ ନେଇ ଦେଖାଦେଇଛି ଅସନ୍ତୋଷ। ଓଡ଼ିଆଙ୍କ ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ଚିତ୍ରକୁ ଶରୀରର ଏଭଳି ସ୍ଥାନରେ ଟାଟୁ କରିବାକୁ ନେଇ ଥାନାରେ ଅଭିଯୋଗ ହୋଇଛି। ଏନେଇ ଗତକାଲି ସହିଦ ନଗର ଥାନାରେ ଲିଖିତ ଅଭିଯୋଗ କରିଛି ହିନ୍ଦୁ ସେନା।

Advertisment

ପୋଲିସ ଟାଟୁ ସେଣ୍ଟରର ମାଲିକଙ୍କୁ ଆଜି ପଚରାଉଚରା କରାଯିବ। କେଉଁ ଭଳି ପରିସ୍ଥିତିରେ ଟାଟୁ ସେଣ୍ଟର ମାଲିକ ଟାଟୁ କଲେ?  କାହିଁକି ଟାଟୁ କରିବା ପାଇଁ ମନା କଲେନି ?ଏଭଳି ଗୁଡ଼େଇ ତୁଡ଼େଇ ଅନେକ ପ୍ରଶ୍ନ ପଚାରିବ ପୁଲିସ। ଏଥିସହ ଘଟଣାର ଖୋଳତାଡ କରିବ। 

ଅଧିକ ପଢ଼ନ୍ତୁ: ଦେହରେ ଟାଟୁ କରୁଥିଲେ ସାବଧାନ; ହୋଇପାରେ ବ୍ଲଡ କ୍ୟାନସର !

ସୂଚନା ମୁତାବକ, ଭୁବନେଶ୍ୱରର ଏକ ଟାଟୁ ସେଣ୍ଟରରେ ଏଭଳି ଟାଟୁ କରାଇଥିଲେ ଜଣେ ବିଦେଶୀ ମହିଳା। ନିଜ ସୋସାଲ ମିଡିଆ ଆକାଉଣ୍ଟରେ ମହିଳା ଜଣକ ଏହାକୁ ଅପଲୋଡ୍ କରିବା ପରେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି।

Advertisment

ହିନ୍ଦୁ ସେନାର କର୍ମକର୍ତ୍ତା କହିଛନ୍ତି, ଜଣେ ବିଦେଶିନୀ  ଜଂଘରେ ଓଡ଼ିଆଙ୍କ ଆରାଧ୍ୟ ଦେବତା ଶ୍ରୀଜଗନ୍ନାଙ୍କ ଚିତ୍ର କରିଛନ୍ତି। ଏହାକୁ ଆମେ ବିରୋଧ କରୁଛୁ। ଏନେଇ ଥାନାରେ ଅଭିଯୋଗ ମଧ୍ୟ କରାଯାଇଛି। 

ଅଧିକ ପଢ଼ନ୍ତୁ: ଲୋକଙ୍କୁ ସଚେତନ କରିବାକୁ ନିଆରା ପ୍ରୟାସ, ଭୋଟ୍ ପାଇଁ ଦେହରେ ଟାଟୁ

 

Bhubaneswar Tattoo
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ