Khalistani Terrorist Pannun Target: ପୁଣି ଆତଙ୍କୀ ପନ୍ନୁର ଟାର୍ଗେଟ୍, ବିମାନ ବନ୍ଦରରୁ ଉଡ଼ାଣ ନ ଭରିବାକୁ ଚେତାବନୀ

ଗତ କିଛିଦିନ ତଳେ ମଧ୍ୟ ଭୁବନେଶ୍ୱରକୁ ଧମକ ଦେଇଥିଲା ପନ୍ନୁ । ଭୁବନେଶ୍ୱରରେ ତିନି ଦିନିଆ ସମ୍ମିଳନୀ ଡିଜି ସମ୍ମିଳନୀ ଚାଲିଥିବା ବେଳେ ଏଥିରେ ବ୍ୟାଘାତ ସୃଷ୍ଟି କରିବାକୁ ଖଲିସ୍ତାନୀ ଆତଙ୍କୀ ଗୁରୁୱନ୍ତ ସିଂ ପନ୍ନୁ ଧମକ ଦେଇଥିଲା ।

Khalistani Terrorist

ଭୁବନେଶ୍ୱରରେ ଚାଲିଥିବା DGP କନଫରେନ୍ସକୁ ପୁଣି ଖଲିସ୍ତାନୀ ଆତଙ୍କୀ ପନ୍ନୁର ଟାର୍ଗେଟ । ଜଣେ ବରିଷ୍ଠ ସାମ୍ବାଦିକଙ୍କୁ ଖଲିସ୍ତାନୀ ଆତଙ୍କୀ ପନ୍ନୁ ଦେଇଛି ଧମକ ପୂର୍ଣ୍ଣ ଇ-ମେଲ୍ । ଅଡ଼ିଓ ମେସେଜରେ ଭୁବନେଶ୍ୱର ଏୟାରପୋର୍ଟକୁ ଟାର୍ଗେଟ । ଆସନ୍ତକାଲି ଭୁବନେଶ୍ୱର ବିମାନ ବନ୍ଦରରୁ ଉଡ଼ାଣ ନ ଭରିବାକୁ ଚେତାବନୀ । ଖଲିସ୍ତାନୀ ପତାକା ଉଡ଼ାଇଲେ ୨୫ ଲକ୍ଷର ପୁରସ୍କାର ଘୋଷଣା ।

ଆତଙ୍କୀ ପନ୍ନୁ ପାଇଁ ଓଡ଼ିଶାରେ କିଏ କରୁଛି କାମ । ପନ୍ନୁ ପଠାଉଥିବା ଧମକପୂର୍ଣ୍ଣ ମେସେଜରେ ଓଡ଼ିଆରେ ଲେଖାକୁ ନେଇ ବଢ଼ିଲା ସଂଦେହ । ପନ୍ନୁ ପାଇଁ ସ୍ଲିପର ସେଲ ଭାବେ ଓଡ଼ିଶାରେ କିଏ ? ଖଲିସ୍ତାନୀ ଆତଙ୍କୀ ପନ୍ନୁ ଦେଇଥିବା ଧମକପୂର୍ଣ୍ଣ ମେସେଜରେ ଓଡ଼ିଆରେ ଥମ୍ବନେଲ୍ ଲେଖାଯାଇଛି । ପନ୍ନୁର ଅଡ଼ିଓକୁ ଓଡ଼ିଆରେ ଅନୁବାଦ କରାଯାଇଛି । ରାଜ୍ୟରେ ଖଲିସ୍ତାନୀ ଆତଙ୍କୀଙ୍କ ସ୍ଲିପର ସେଲ ଚାଲିଛି କି ? ଏହି ସଂଦେହ ଏବେ ଦୃଢିଭୂତ ହୋଇଛି । ଘଟଣାର ଖୋଳତାଡ଼ ହେଲେ କେଉଁଠୁ ଆସିଛି ଏହି ଧମକପୂର୍ଣ୍ଣ ଇ-ମେଲ, ଏହା ପଛରେ କିଏ ସମସ୍ତ ଘଟଣା ପଦାକୁ ଆସିବ ।

ଗତ କିଛିଦିନ ତଳେ ମଧ୍ୟ ଭୁବନେଶ୍ୱରକୁ ଧମକ ଦେଇଥିଲା ପନ୍ନୁ । ଭୁବନେଶ୍ୱରରେ ତିନି ଦିନିଆ ସମ୍ମିଳନୀ ଡିଜି ସମ୍ମିଳନୀ ଚାଲିଥିବା ବେଳେ ଏଥିରେ ବ୍ୟାଘାତ ସୃଷ୍ଟି କରିବାକୁ ଖଲିସ୍ତାନୀ ଆତଙ୍କୀ ଗୁରୁୱନ୍ତ ସିଂ ପନ୍ନୁ ଧମକ ଦେଇଥିଲା । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଶିଖ୍ ଫର୍ ଜଷ୍ଟିସ ସଂଗଠନର ବିଚ୍ଛିନ୍ନତାବାଦୀ ନେତା ପନ୍ନୁ ଏନେଇ ଭିଡିଓ ବାର୍ତ୍ତା ଜାରି କରିଥିବା କୁହାଯାଉଛି ।

ସେପଟେ ରାଜ୍ୟ ରାଜଧାନୀରେ ପୋଲିସ ମହାନିର୍ଦ୍ଦେଶକଙ୍କ ମହାମେଳି । ଲୋକସେବା ଭବନରେ ଚାଲିଥିବା ଡିଜିପି ସମ୍ମିଳନୀର ଆଜି ଦ୍ୱିତୀୟ ଦିନ । ଆଜି ଏହି କନଫରେନ୍ସରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଜନେସ ସେସନ, ବ୍ରେକ ଆଉଟ୍ ସେସନ, ଥିମାଟିକ୍ ଡାଇନିଂ ଟେବୁଲ ସେସନର ଅଭିନବ ବ୍ୟବସ୍ଥା କରାଯାଇଛି ।

ଏହା ସହ ପଢ଼ନ୍ତୁ:କର୍ମୀଙ୍କୁ ଝିଅ-ବୋହୂର ପାଠ ପଢ଼ାଇଲେ ମୋଦି, କହିଲେ ...

ଯେଉଁଥିରେ ଖାଇବା ଟେବୁଲରେ ବି ଭିନ୍ନ ଭିନ୍ନ ବିଷୟ ଭିତ୍ତିକ ଆଲୋଚନା ହେବ । ଯାହାଦ୍ୱାରା ଆଭ୍ୟନ୍ତରୀଣ ସୁରକ୍ଷା, ଜରୁରିକାଳୀନ ସ୍ଥିତିରେ ଆଇନଶୃଙ୍ଖଳା ବଜାୟ ରଖିବା ଭଳି ସ୍ଥିତି ନେଇ ବରିଷ୍ଠ ପୋଲିସ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କ ଆଗରେ ନିଜର ବହୁମୂଲ୍ୟ ମତ ରଖିବାର ସୁଯୋଗ ପାଇପାରିବେ ।

ଆତଙ୍କବାଦ, ବାମପନ୍ଥୀ ଉଗ୍ରବାଦର ମୁକାବିଲା ସହ ସାଇବର ସୁରକ୍ଷା, ବେଆଇନ୍ ଅନୁପ୍ରବେଶ ଓ ଶରଣାର୍ଥୀ ସମସ୍ୟାର ସମାଧାନ, ନିଶା କାରବାର ରୋକିବା, ମହିଳା ଅପରାଧ ନିୟନ୍ତ୍ରଣ, ଆଇନଶୃଙ୍ଖଳା ପରିଚାଳନା, ନୂଆ ଅପରାଧ ଆଇନର କାର୍ଯ୍ୟକାରିତା ଭଳି ବିଷୟ ଉପରେ ଚାଲିବ ମାନସ ମନ୍ଥନ । ବିଶେଷ କରି ସମୟ ସହ ତାଳ ଦେଇ ଅପରାଧ କ୍ଷେତ୍ରରେ ଟେକ୍ନୋଲୋଜିର ବ୍ୟାପକ ବ୍ୟବହାରକୁ ନେଇ ବ୍ଲୁ ପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ ହେବ ।

ବଡ କଥା ହେଉଛି ଏଥର ଏସବୁ ଉପରେ ଟପିକ୍ ୱାରି ପ୍ରେଜେଣ୍ଟେସନ୍ ପାଇଁ ୧୨ଟି ୱାର୍କିଂ ଗ୍ରୁପ୍ ଗଠନ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପସ୍ଥିତିରେ ଏସବୁ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କାର୍ଯ୍ୟକ୍ରମ ରହିଛି। ପ୍ରଥମ ଥର ଓଡ଼ିଶାରେ ଆୟୋଜିତ ହୋଇଛି ଏହି ସର୍ବଭାରତୀୟ ସମ୍ମିଳନୀ ।

ସେପଟେ ଗତକାଲି ରାଜଧାନୀରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କୁ ପାଖରେ ପାଇ ଲୋକଙ୍କ ଓ କର୍ମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି । ମନ୍ଦିର ନଗରୀରେ ମୋଦି ଉତ୍ସାହ... କୋହଲା ପାଗକୁ ଉଷୁମ କରୁଥିଲା ନାଚଗୀତ, ସାଂସ୍କୃତିକ ଆୟୋଜନ । କେଉଁଠି ଘୋଡ଼ାନାଚ-ଘଣ୍ଟନାଦ, ଆଉ କେଉଁଠି ଡାଲଖାଇ ଓ ଆଦିବାସୀ ନୃତ୍ୟ... ତାଳେ ତାଳେ ଝୁମୁଥିଲେ ଅଗଣିତ ମୋଦି ଫ୍ୟାନ୍... ପାରମ୍ପରିକ ଲୋକନୃତ୍ୟରେ କମ୍ପୁଥିଲା ରାଜଧାନୀର ରାଜରାସ୍ତା ।

ଏଭଳି ମାହୋଲରେ ପ୍ରିୟ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରିଥିଲା ଭୁବନେଶ୍ୱର । ନମୋଙ୍କ ଝଲକ ପାଇବା ମାତ୍ରେ ମୋଦି ମୋଦି ନାରାରେ କମ୍ପିଥିଲା ଏୟାରପୋର୍ଟ ନିକଟ ସଭାସ୍ଥଳ । ଜଗନ୍ନାଥଙ୍କ ମାଟିରେ ପାଦ ଦେଇ ସେଠାରେ ପ୍ରଥମେ ବିଶାଳ ଜନସମାବେଶକୁ ସମ୍ବୋଧନ କରିଥିଲେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ।

ଅଭିଭାଷଣରେ ଓଡ଼ିଶା ଏବଂ ଓଡ଼ିଶାବାସୀଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି ମୋଦି । କହିଛନ୍ତି, ଏଠାରେ ଆମର ସରକାର ନଥିଲା, ଯୋଜନାର ନାଁ ବଦଳାଇ ଦିଆଯାଉଥିଲା । ତଥାପି ଆମେ ନିଷ୍ଠାର ସହ ଓଡ଼ିଶାର ବିକାଶ ପାଇଁ ଲଗାତାର କାମ କରୁଥିଲୁ । ଓଡ଼ିଶା ଲୋକେ ଦିଲ୍ଲୀରେ ବିଜେପି କାମକୁ ଦେଖି ଆମକୁ ହୃଦୟ ଖୋଲି ସମର୍ଥନ କଲେ ।

ଏହା ସହ ପଢ଼ନ୍ତୁ:ଖଲିସ୍ତାନୀ ଆତଙ୍କୀ ଟାର୍ଗେଟରେ କି ଡିଜିପି- ଆଇଜି ସମ୍ମିଳନୀ ?