Advertisment

କୋର୍ଟରେ ପିଟିସନ୍ ଦାଏର କଲେ ତପସ୍ୱିନୀ

ତପସ୍ୱିନୀ କୋର୍ଟରେ ହାଜର ହେବା ସହ ତାଙ୍କ ସ୍ୱାମୀ କୁଆଡେ ଗଲେ ସେ ନେଇ ପିଟିସନ ଦାଖଲ କରିଛନ୍ତି।

undefined

Tapaswini and Sumit

Advertisment

ବ୍ରହ୍ମପୁର: ଆସିକା ଚିନି କଳ ଗେଷ୍ଟ ହାଉସ୍‌ରୁ ତପସ୍ୱିନୀଙ୍କୁ ଛାଡ଼ି ସ୍ୱାମୀ ସୁମିତ ଚାଲିଯିବାର ୪ ଦିନ ବିତିଛି। ଏନେଇ ତପସ୍ୱିନୀଙ୍କ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲେ ବି କୌଣସି ପଦକ୍ଷେପ ନିଆଯାଇନଥିବା କହିଛନ୍ତି ଖୋଦ୍ ତପସ୍ୱିନୀ। ପୋଲିସ ସହଯୋଗ କରୁନଥିବା ଓ ସ୍ୱାମୀ ଛାଡ଼ି ଚାଲିଯାଇଥିବା ନେଇ ସେ ଓକିଲଙ୍କ ଜରିଆରେ ଏସଡିଜେଏମ୍ କୋର୍ଟରେ ପିଟିସନ ଦାଖଲ କରିଛନ୍ତି।

Advertisment

ଆଜି ଫ୍ୟାମିଲି କୋର୍ଟରେ ଶୁଣାଣି ବେଳେ ସୁମିତ ଅନୁପସ୍ଥିତ ଥିଲେ। ତେବେ ତପସ୍ୱିନୀ କୋର୍ଟରେ ହାଜର ହେବା ସହ ତାଙ୍କ ସ୍ୱାମୀ କୁଆଡେ ଗଲେ ସେ ନେଇ ପିଟିସନ ଦାଖଲ କରିଛନ୍ତି। 

ଗତ ୨୭ ତାରିଖରେ ତପସ୍ୱିନୀ ଦାସଙ୍କ ଆବେଦନର ଶୁଣାଣି ବ୍ରହ୍ମପୁର SDJM କୋର୍ଟରେ ହୋଇଥିଲା। ୨୯ ତାରିଖ ଯାଏ ବ୍ରହ୍ମପୁର ସଖୀ କେନ୍ଦ୍ରରେ ତପସ୍ୱିନୀ ଦାସ ରହିବେ ବୋଲି କୋର୍ଟ କହିଥିଲେ। ହେଲେ ତପସ୍ୱିନୀ କହିଥିଲେ,  ମୁଁ ସଖି କେନ୍ଦ୍ରକୁ ଯିବିନି।  ମୁଁ ଯେଉଁଠି ବସିଥିଲି ସେଇଠି ବସିବି। ମୋତେ ବୋହୂ ହିସାବରେ ଘରକୁ ନନେବା ଯାଏ ମୁଁ ଧାରଣାରେ ବସିବି।’

Advertisment

ତପସ୍ୱିନୀଙ୍କ ଅଭିଯୋଗ ଥିଲା, ଶ୍ୱଶୂର(ପ୍ରମୋଦ ସାହୁ)ଙ୍କ ସାନ ପୁଅ ଡାକ୍ତର ସୁମିତ ସାହୁଙ୍କୁ ସେ ୨୦୨୦ ସେପ୍ଟେମ୍ବର ୭ ତାରିଖରେ କୋର୍ଟ ମ୍ୟାରେଜ୍ କରିଥିଲେ। ଶ୍ୱଶୁର ଘର ଲୋକେ ପୁଣି ବୈଦିକ ରୀତିରେ ବିବାହ କରାଇବାର ମିଛ ପ୍ରତିଶ୍ରୁତି ଦେଇ ତାଙ୍କୁ ବାପ ଘରକୁ ପଠାଇ ଦେଇଥିଲେ। ଏହାପରେ ଶ୍ୱଶୁର ଘର ଲୋକେ ତାଙ୍କୁ ଠକି ଚାଲିଛନ୍ତି। ବିବାହ ପାଇଁ ଦୁଇ ଦୁଇଟି ତାରିଖ ଦେଇ ବି କଥା ରଖିନଥିବାରୁ ସେ ଶ୍ୱଶୁର ଘର ସାମ୍ନାରେ ଧାରଣା ଦେଇଥିଲେ।

ପରେ ବ୍ରହ୍ମପୁର ଏସଡିଜେଏମ୍ କୋର୍ଟ ଉଭୟଙ୍କୁ ୭ ଦିନ ଲାଗି ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ସଂପର୍କ ଯୋଡ଼ିବାକୁ ତପସ୍ୱିନୀ ଓ ତାଙ୍କ ସ୍ୱାମୀ ସୁମିତଙ୍କୁ ୭ ଦିନ ସମୟ ଦେଲେ କୋର୍ଟ। ଉଭୟଙ୍କୁ ୭ ଦିନ ଏକାଠି ରହିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶରେ କହିଛନ୍ତି, ଆସିକାରେ ଏକ ଭଡ଼ା ଘରେ ଏକାଠି ରୁହନ୍ତୁ ଉଭୟେ। ଭଡ଼ା ଘର ଠିକ୍ କରି ସୁରକ୍ଷା ଦାୟିତ୍ୱରେ ରହିବେ ଆସ୍କା ଥାନା IIC। ୭ ଦିନ ମଧ୍ୟରେ ଉଭୟଙ୍କୁ କାହା ସହ ଦେଖାସାକ୍ଷାତକୁ କୋର୍ଟ ବାରଣ କରିଥିଲେ। 

Advertisment
Odisha Berhampur Bride
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ