ଗାଡ଼ି ପାର୍କିଂ ବଚସାରୁ ଭୁଜାଲି ମାଡ଼ !
ରାଜଧାନୀରେ ପୁଣି ବୁଲିଲା ଖଣ୍ଡା ଭୁଜାଲି I ଧଉଳି ଥାନା ଅନ୍ତର୍ଗତ ଲିଙ୍ଗପୁର ଛକରେ ଅପରାଧୀଙ୍କ ଉନ୍ମତ୍ତ କାଣ୍ଡ I ଘର ଆଗରୁ ବାଇକ କାଢିବାକୁ କହିବାରୁ କଲେ ମରଣାତ୍ମକ ଆକ୍ରମଣ I ଅଭିଯୁକ୍ତଙ୍କ ଆକ୍ରମଣରେ ଶିବ ପ୍ରସାଦ ସେଠୀ ଓ ସ୍ବପ୍ନେଶ୍ବର ପାଣିଗ୍ରାହୀ ଆହତ I ହାପି ଭୋଇ, ଉତ୍ତମ ମହାପାତ୍ରଙ୍କ ସମେତ ୮ରୁ ୧୦ ଜଣ ଯୁବକ ଆକ୍ରମଣ କରିଥିବା ସୂଚନା ମିଳିଛି I
ଅଧିକ ପଢ଼ନ୍ତୁ: ପୁଣି ନବବଧୂର ନରହନ୍ତା ରୂପ: ବିବାହର ୧୫ ଦିନ ପରେ ସ୍ୱାମୀକୁ କୁରାଢ଼ିରେ ହାଣି ହତ୍ୟା
ମିଳିଥିବା ସୂଚନା ଅନୁସାରେ, ଶିବ ପ୍ରସାଦ ସେଠୀ ତାଙ୍କ କାର ବାହାର କରିବା ସମୟରେ ଘର ଆଗ ରାସ୍ତାରେ ବାଇକ୍ ରହିଥିବା ଦେଖିଥିଲେ । ଏହାପରେ ସେ ବାଇକ୍କୁ ବାହାର କରିବାକୁ ହର୍ଣ୍ଣ ବଜାଇଥିଲେ । କିନ୍ତୁ ଏଥିରେ ଅଭିଯୁକ୍ତମାନେ ଉତ୍କ୍ଷିପ୍ତ ହୋଇ ମରଣାତ୍ମକ ଆକ୍ରମଣ କରିଥିଲେ । ଅଭିଯୁକ୍ତମାନେ କାରକୁ ଭାଙ୍ଗିବା ସହ କୋଲଡ୍ରିଙ୍କସ ବୋତଲରେ ଆକ୍ରମଣ କରିଥିଲେ । ତେବେ ଆକ୍ରମଣକାରୀ ଗତ କିଛିଦିନ ତଳେ ଜେଲରୁ ଜାମିନରେ ବାହାରିଥିଲେ ବୋଲି ସୂଚନା ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749890803.jpg)