Advertisment

ଶେଷରେ ମୁହଁ ଖୋଲିଲେ ସ୍ୱାତୀ ମାଲିୱାଲ୍‌; ଅସଦାଚରଣ ନେଇ ଦେଲେ FIR

ଗତକାଲି ଦିଲ୍ଲୀ AIIMS ଯାଇ ସ୍ବାସ୍ଥ୍ୟ ପରୀକ୍ଷା କରାଇଛନ୍ତି ସ୍ବାତୀ । ସ୍ୱାତୀ ମାଲିୱାଲ ନିଜ ସହ ଘଟିଥିବା ଘଟଣାର ପ୍ରଥମ ପ୍ରତିକ୍ରିୟା ଜାରି କରିଛନ୍ତି । ଆପ ସାଂସଦ ନିଜ ଏକ୍ସ ଆକାଉଣ୍ଟର ପୋଷ୍ଟରେ କହିଛନ୍ତି ଯେ, ପୋଲିସକୁ ସେ ବୟାନ ଦେଇଛନ୍ତି ।

ଅଦ୍ୟତନ ହୋଇଛି
Swati Maliwal Files FIR Against Bibhav Kumar

Swati Maliwal's FIR

Advertisment

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ଆପ୍ ରାଜ୍ୟସଭା ସାଂସଦ ତଥା ଦିଲ୍ଲୀ ମହିଳା କମିଶନର ପୂର୍ବତନ ଅଧ୍ୟକ୍ଷା ସ୍ବାତୀ ମାଲିୱାଲଙ୍କୁ ଅସଦାଚରଣ ଅଭିଯୋଗ । କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବୈଭବ କୁମାର ଅସଦାଚରଣ କରିଥିବା ନେଇ ଘଟଣାର ୪ ଦିନ ପରେ ଦିଲ୍ଲୀ ପୋଲିସରେ ବିଧିବଦ୍ଧ ଅଭିଯୋଗ କଲେ ଆପ୍ ନେତ୍ରୀ ସ୍ବାତୀ। ଏହାପରେ ଦିଲ୍ଲୀ ପୋଲିସର ଦୁଇ ଜଣିଆ ଟିମ୍ ସ୍ବାତୀଙ୍କ ବାସଭବନକୁ ଯାଇ ବୟାନ ରେକର୍ଡ କରିଛି ।

Advertisment

ଅତିରିକ୍ତ ପୋଲିସ କମିଶନର ପିଏସ୍ ଖୁସାୱାଙ୍କ ନେତୃତ୍ବରେ ଏହି ଟିମ୍ ୪ ଘଣ୍ଟା ଧରି ତାଙ୍କର ବୟାନ ରେକର୍ଡ କରିଥିବା ସୂଚନା ମିଳିଛି । ସୋମବାର ସକାଳେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ କଣ ଘଟିଥିଲା, ତାହା ପୋଲିସକୁ ସବିଶେଷ ବୟାନ ଦେଇଛନ୍ତି ସ୍ବାତୀ । ତାଙ୍କ ବୟାନ ଆଧାରରେ ମାମଲା ରୁଜୁ କରିଛି ପୋଲିସ ଏବଂ ସେଥିରେ ବୈଭବଙ୍କ ନାଁ ଥିବା ସୂଚନା ମିଳିଛି । ସ୍ୱାତୀ ଏଫଆଇଆର୍‌ରେ ଦର୍ଶାଇଛନ୍ତି, ବୈଭବ କୁମାର ତାଙ୍କୁ ଚାପୁଡା ମାରିବା ସହ ଲାତ ଓ ପେଟରେ ମଧ୍ୟ ଆଘାତ ଦେଇଥିଲେ। ସେହିସମୟରେ କେଜ୍ରିୱାଲ ସେଠାରେ ଉପସ୍ଥିତ ଥିବା ସେ କହିଛନ୍ତି।

ଅଧିକ ପଢ଼ନ୍ତୁ: ସଚିବଙ୍କ ସହାୟକ ଘରୁ ବାହାରିଲା ୩୫ କୋଟି, ଗିରଫ ହେଲେ ବରିଷ୍ଠ କଂଗ୍ରସ ନେତା

Advertisment

ଅସଦାଚରଣ ଅଭିଯୋଗ ଘଟଣାକୁ ଜାତୀୟ ମହିଳା କମିଶନ ମଧ୍ୟ ନଜରକୁ ନେଇ ବୈଭବ କୁମାରଙ୍କୁ ସମନ୍ କରିଥିବା ବେଳେ, ଆପ୍ ମଧ୍ୟ ଏହି ଅଭିଯୋଗକୁ ସ୍ବୀକାର କରିବା ସହିତ କେଜ୍ରିୱାଲ ଉଚିତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଦଳ ପକ୍ଷରୁ କୁହାଯାଇଛି । ସେପଟେ ଏହି ପ୍ରସଙ୍ଗରେ କେଜ୍ରିୱାଲ କାହିଁକି ଚୁପ୍ ବୋଲି ପ୍ରଶ୍ନ ଉଠାଇ, ଘେରିଛି ବିଜେପି ।

ଗତକାଲି ଦିଲ୍ଲୀ AIIMS ଯାଇ ସ୍ବାସ୍ଥ୍ୟ ପରୀକ୍ଷା କରାଇଛନ୍ତି ସ୍ବାତୀ । ସ୍ୱାତୀ ମାଲିୱାଲ ନିଜ ସହ ଘଟିଥିବା ଘଟଣାର ପ୍ରଥମ ପ୍ରତିକ୍ରିୟା ଜାରି କରିଛନ୍ତି । ଆପ ସାଂସଦ ନିଜ ଏକ୍ସ ଆକାଉଣ୍ଟର ପୋଷ୍ଟରେ କହିଛନ୍ତି ଯେ, ପୋଲିସକୁ ସେ ବୟାନ ଦେଇଛନ୍ତି । ସ୍ୱାତୀ ମାଲିୱାଲ କହିଛନ୍ତି ଯେ, ‘ମୋ ସହ ଯାହା ହେଲା ତାହା ବହୁତ ଖରାପ । ଏହି ଘଟଣାରେ ମୁଁ ପୋଲିସକୁ ନିଜ ଷ୍ଟେଟମେଣ୍ଟ ଦେଇଛି । ମୋର ବିଶ୍ୱାସ ଯେ, ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Advertisment

ଯେଉଁ ଲୋକେ ମୋ ପାଇଁ ପ୍ରାର୍ଥନା କରିଛନ୍ତି ଧନ୍ୟବାଦ। ଯେଉଁ ଲୋକେ ଚରିତ୍ର ସଂହାର କରିବାର ପ୍ରୟାସ କରିଛନ୍ତି, ଏହା କହିଛନ୍ତି ଯେ, ଅନ୍ୟ ପାର୍ଟୀ ଇସାରାରେ କରିଛନ୍ତି, ଭଗବାନ ତାଙ୍କୁ ବି ଖୁସିରେ ରଖନ୍ତୁ । ଦେଶରେ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ଚାଲିଛି, ସ୍ୱାତୀ ମାଲିୱାଲ ଜରୁରୀ ନୁହେଁ, ଦେଶର ପ୍ରସଙ୍ଗ ଜରୁରୀ । ବିଜେପି ଲୋକଙ୍କୁ ଖାସ କରି ଅନୁରୋଧ କରୁଛି ସେମାନେ ଏହି ଘଟଣାର ରାଜନୀତି ନ କରନ୍ତୁ ।’


— Swati Maliwal (@SwatiJaiHind) May 16, 2024

Arvind Kejriwal Swati Maliwal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ