Advertisment

Dhiman Moves High Court: ଧୀମାନ ଚକମାଙ୍କୁ ମିଲିଲାନି ଜାମିନ, ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଲାଞ୍ଚୁଆ IAS

ଭିଜିଲାନ୍ସ କୋର୍ଟରେ ଜାମିନ ନାମଞ୍ଜୁର ପରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଧୀମାନ୍ ଚକ୍‌ମା । ଗିରଫ ହୋଇ ଜେଲରେ ଅଛନ୍ତି ଧର୍ମଗଡ଼ର ପୂର୍ବତନ ଉପଜିଲ୍ଲାପାଳ । ୧୦ ଲକ୍ଷ ଲାଞ୍ଚ ନେବାବେଳେ ଧୀମାନଙ୍କୁ ରେଡ୍ ହ୍ୟାଣ୍ଡେଡ୍ ଧରିଥିଲା ଭିଜିଲାନ୍ସ।

ଅଦ୍ୟତନ ହୋଇଛି
Dhiman Chakma

Dhiman Chakma

Advertisment

ହାଇକୋର୍ଟ ଗଲେ ଧର୍ମଗଡ଼ର ପୂର୍ବତନ ଉପଜିଲ୍ଲାପାଳ ଧୀମାନ୍ ଚକ୍‌ମା । ଭିଜିଲାନ୍ସ କୋର୍ଟରେ ଜାମିନ ନାମଞ୍ଜୁର ପରେ ହାଇକୋର୍ଟଙ୍କ ଦ୍ୱାରସ୍ଥ । ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇ ଜେଲ୍‌ରେ ଅଛନ୍ତି ଚକ୍‌ମା । ଗତ ୧୭ ତାରିଖରେ ଭବାନୀପାଟଣା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଧୀମାନଙ୍କ ଓକିଲ ଜାମିନ ଆବେଦନ କରିଥିବା ବେଳେ ତାହା ଖାରଜ ହୋଇଥିଲା । ଯାହାକୁ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଧୀମାନ ଚକମା । 

Advertisment

ସୂଚନାଯୋଗ୍ୟ, ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମା ଲାଞ୍ଚନେବାବେଳେ ଭିଜିଲାନ୍ସ ହାତରେ ରେଡ୍ ହ୍ୟାଣ୍ଡେଡ୍ ଧରା ପଡ଼ିଥିଲେ ।ଜୟପାଟଣା ଅଞ୍ଚଳର ଜଣେ କ୍ରସର ମାଲିକଙ୍କଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା । କ୍ରସର ମାଲିକଙ୍କୁ ଧୀମାନ ୨୦ ଲକ୍ଷ ଟଙ୍କା ଦାବି କରିଥିବା ଜଣାପଡ଼ିଥିଲା  । ହେଲେ କ୍ରସର ମାଲିକ ଅନ୍ୟ ଉପାୟ ନ ପାଇ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ପ୍ରଥମ କିସ୍ତି ବାବଦରେ ୧୦ ଲକ୍ଷ ନେଉଥିବା ବେଳେ ଭିଜିଲାନ୍ସ ଯୋଜନା ମୁତାବକ ଧୀମାନଙ୍କୁ ରେଡ୍ ହ୍ୟାଣ୍ଡେଡ୍ ଧରିଥିଲା ।  ପରେ ତାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା ।  ଚଢାଉରେ ଉପଜିଲ୍ଲାପାଳ ଧୀମାନଙ୍କ ଘରୁ ଆଉ ୪୭ ଲକ୍ଷ ମିଳିଥିଲା । ଯାହା ପରେ ତାଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । 

ଅଧିକ ପଢନ୍ତୁ: ବନ୍ଧାହେଲେ ଧର୍ମଗଡ଼ ଉପଜିଲ୍ଲାପାଳ, ରେଡ୍‌ବେଳେ ଘରୁ ବାହାରିଥିଲା ପୁଳାପୁଳା ଟଙ୍କା

Advertisment
IAS Officer Bribe Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ