Advertisment

Corruption Scandal: ଗିରଫ ପରେ ଖୋଲୁଛି କନିଷ୍ଠ ଯନ୍ତ୍ରୀଙ୍କ ଗୁମର; ସ୍ବାମୀଙ୍କ କଳାଧନକୁ ଭଡ଼ାଟିଆଙ୍କ ଘରେ ଲୁଚାଉଥିଲେ ପତ୍ନୀ...

କାଲି ଆପଣ ଦେଖିଥିବେ ନୂଆପଡ଼ା R&B; କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ସେଠୀଙ୍କ ପତ୍ନୀଙ୍କ ରୁବାବ୍...ଆଜି ଆସିଛି ତାଙ୍କ ସାତିର୍ ଦିମାକର ସାଂଘାତିକ ଷ୍ଟୋରୀ...ଯନ୍ତ୍ରୀ ସ୍ବାମୀଙ୍କ ଅସତ୍ ଅର୍ଜନର କଳାଚିଠାର ସୁରକ୍ଷା ପାଇଁ କେମିତି ଢାଲ ସାଜିଥିଲେ ପତ୍ନୀ, ଭିଜିଲାନ୍ସ ଖୋଲିଛି ପେଡ଼ି।

ଅଦ୍ୟତନ ହୋଇଛି
Corruption Scandal

Corruption Scandal

Advertisment

କୁହାଯାଏ, ପ୍ରତି ପୁରୁଷଙ୍କ ସଫଳତା ପଛରେ ଜଣେ ନାରୀର ହାତ ଥାଏ। କିନ୍ତୁ, ଭିଜିଲାନ୍ସ ଦ୍ବାରା ଗିରଫ କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀଙ୍କ କ୍ଷେତ୍ରରେ ଏକଥା ଟିକେ ଅଲଗା। ନୂଆପଡ଼ାରେ ଚାକିରି କରିଥିବା ସୁଶାନ୍ତଙ୍କ ଅମାପ ସଂପତ୍ତି ଠୁଳ ପଛରେ ଢାଲ ସାଜୁଥିଲେ ତାଙ୍କ ପତ୍ନୀ। ଆଶଙ୍କା କରୁଥିଲେ, ଆଜି ନ ହେଲେ କାଲି ଭିଜିଲାନ୍ସ ଜାଲରେ ପଡ଼ିବେ ସ୍ବାମୀ। ତେଣୁ ଅସତ୍ ଉପାୟରେ ଅର୍ଜିତ ଟଙ୍କା, ସୁନାକୁ ଲୁଚାଇ ରଖୁଥିଲେ ଭଡ଼ାଟିଆଙ୍କ ଘରେ। କିନ୍ତୁ ନାଟକୀୟ ଢଙ୍ଗରେ ସବୁ ଭଣ୍ଡାଫୋଡ୍ କରିଛି ଭିଜିଲାନ୍ସ।

Advertisment

କାଲି ଆପଣ ଦେଖିଥିବେ ନୂଆପଡ଼ା R&B କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ସେଠୀଙ୍କ ପତ୍ନୀଙ୍କ ରୁବାବ୍...ଆଜି ଆସିଛି ତାଙ୍କ ସାତିର୍ ଦିମାକର ସାଂଘାତିକ ଷ୍ଟୋରୀ...ଯନ୍ତ୍ରୀ ସ୍ବାମୀଙ୍କ ଅସତ୍ ଅର୍ଜନର କଳାଚିଠାର ସୁରକ୍ଷା ପାଇଁ କେମିତି ଢାଲ ସାଜିଥିଲେ ପତ୍ନୀ, ଭିଜିଲାନ୍ସ ଖୋଲିଛି ପେଡ଼ି। ସ୍ବାମୀଙ୍କ ଆୟବହିର୍ଭୂତ ସଂପତ୍ତିକୁ ପତ୍ନୀ ଲୁଚାଉଥିଲେ ଭଡ଼ାଟିଆଙ୍କ ଘରେ। ଲକ୍ଷେ କି ଦୁଇ ଲକ୍ଷ ଟଙ୍କା ନୁହଁ...ଶହେ କି ଦୁଇ ଶହ ଗ୍ରାମ୍ ସୁନା ନୁହଁ। ନଗଦ ୫୫ ଲକ୍ଷ ଟଙ୍କା ଏବଂ କେଜିଏ ୪ଶହ ଗ୍ରାମ୍ ସୁନା ଅଳଙ୍କାରକୁ ଲୁଚାଇ ରଖିଥିଲେ ଭଡ଼ାଟିଆଙ୍କ ପାଖରେ। କିନ୍ତୁ ୨୦୨୪, ଏପ୍ରିଲ୍ ୧୩ରେ ଏହି ଟଙ୍କା ଓ ସୁନାକୁ ଭଡ଼ାଟିଆ ଫେରାଉନଥିବା ଅଭିଯୋଗ ଆଣି ଧଉଳି ଥାନାରେ ଏତଲା ଦେଇଥିଲେ କନିଷ୍ଠ ଯନ୍ତ୍ରୀଙ୍କ ପତ୍ନୀ। ଖୋଳତାଡ଼ରୁ ଜଣାପଡ଼ିଲା, ଭିଜିଲାନ୍ସ ଚଢ଼ାଉର ଆଶଙ୍କା କରି ଏସବୁ ଟଙ୍କା ସୁନାକୁ ଲୁଚାଇ ରଖିଥିଲେ ଭଡ଼ାଟିଆଙ୍କ ନିକଟରେ। ନୂଆ ସରକାର ଆସିବା ପରେ ମାମଲାର ଫାଇଲ୍ ଖୋଲିଥିବା ଭିଜିଲାନ୍ସ ଶେଷରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀଙ୍କୁ ଆଜି ଗିରଫ କରଛି।

ଅଧିକ ପଢ଼ନ୍ତୁ: ପାକ୍ ଜାସୁସ ଗିରଫ; ଦେଶର ସୁରକ୍ଷା ସମ୍ପର୍କରେ ଯୋଗାଉଥିଲା ତଥ୍ୟ

ସୁଶାନ୍ତ ସେଠୀଙ୍କ ଚାକିରି ଜୀବନ ଆରମ୍ଭ ହୋଇଥିଲା ୨୦୦୪ରେ। ରାୟଗଡ଼ାରେ ପ୍ରୋଜେକ୍ଟ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଭାବେ ଠିକାରେ ଚାକିରି ଆରମ୍ଭ କରିଥିଲେ ସୁଶାନ୍ତ। ୨୦୧୧ରେ ଚାକିରି ନିୟମିତ ହେବା ପରେ ପରେ ବନିଯାଇଥିଲେ କନିଷ୍ଠ ଯନ୍ତ୍ରୀ। ବିଭିନ୍ନ ସ୍ଥାନରେ କାର୍ଯ୍ୟ କରିବା ପରେ ଶେଷ ଥର ପାଇଁ ୨୦୨୩ରେ ନୂଆପଡ଼ା R&Bରେ କନିଷ୍ଠ ଯନ୍ତ୍ରୀ ଭାବେ ଯୋଗ ଦେଇଥିଲେ। ଆଉ ନୂଆପଡ଼ାରେ ୨ ବର୍ଷର ଚାକିରି ଅବଧି ଭିତରେ ବେଆଇନ ଭାବେ ଠୁଳ କରିଥିଲେ ପୁଳା ପୁଳା ସମ୍ପତ୍ତି। 

Advertisment

ଭିଜିଲାନସ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ, ୩ଟି ବହୁତଳ ପ୍ରାସାଦ, ୯ଟି ଦାମୀ ପ୍ଳଟ, ୨ଟି ଦାମୀ କାର, ୫୫ ଲକ୍ଷ ଟଙ୍କା ବ୍ୟାଙ୍କ୍ ଜମା, ୧୪ ଲକ୍ଷ ଟଙ୍କାର ଘରୋଇ ଉପକରଣ ଏବଂ ଗୋଟିଏ ଫାର୍ମ ହାଉସ୍ ଠାବ ହୋଇଛି। ଆୟଠୁ ୩୪୭ ପ୍ରତିଶତ ଅଧକ ସମ୍ପତ୍ତି ଠୁଳ କରିଥିବା ସୂଚନା ଦେଇଛି ଭିଜିଲାନ୍ସ। ହେଲେ ଗତକାଲି କିନ୍ତୁ ଜେଇ ସୁଶାନ୍ତ ସେଠୀ କହିଥିଲେ, ତାଙ୍କ ପାଖରେ ଟଙ୍କା କି ସୁନା ଗହଣା କିଛି ନାହିଁ। ସୁଶାନ୍ତ ସେଠୀ ତ ଏବେ ଜେଲରେ। ହେଲେ ଅସତ୍ ଉପାୟରେ ଠୁଳ ସମ୍ପତ୍ତିକୁ ସୁରକ୍ଷା ଦେଉଥିବା ତାଙ୍କ ପତ୍ନୀଙ୍କ ବିରୋଧରେ ହେବ କି ଆକ୍ସନ ? ତାକୁ ନେଇ ବଢ଼ିଛି ଚର୍ଚ୍ଚା। 

Corruption Vigilance Arrest
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ