Advertisment

ଭିଜିଲାନ୍ସ ଛାଟ ଡର; ଚମ୍ପଟ ମାରିଲେ କନିଷ୍ଠ ଯନ୍ତ୍ରୀ

ଭିଜିଲାନ୍ସ ରେଡ ବେଳେ ଘର ଛାତ ଡେଇଁ ଚମ୍ପଟ୍ ମାରିଲେ କନିଷ୍ଠ ଯନ୍ତ୍ରୀ । ଭୁବନେଶ୍ବର ଜାଗମରା ସ୍ଥିତ ଘରେ ଭିଜିଲାନ୍ସ ପହଞ୍ଚିବା କ୍ଷଣି ଯନ୍ତ୍ରୀ ଜଣକ ଛାତ ଡେଇଁ ଚମ୍ପଟ ମାରିଥିଲେ ।

ଅଦ୍ୟତନ ହୋଇଛି
Vigilance

Vigilance

Advertisment

ଭିଜିଲାନ୍ସ ରେଡ ବେଳେ ଘର ଛାତ ଡେଇଁ ଚମ୍ପଟ୍ ମାରିଲେ କନିଷ୍ଠ ଯନ୍ତ୍ରୀ । ଭୁବନେଶ୍ବର ଜାଗମରା ସ୍ଥିତ ଘରେ ଭିଜିଲାନ୍ସ ପହଞ୍ଚିବା କ୍ଷଣି ଯନ୍ତ୍ରୀ ଜଣକ ଛାତ ଡେଇଁ ଚମ୍ପଟ ମାରିଥିଲେ । ଖସି ପଳାଇଥିବା JE ଜଣକ ହେଲେ ସୁନୀଲ ପାଢ଼ୀ । ସେ ପଡ଼ିଶା ଘର ଛାତକୁ ଡେଇଁ ପଳାଇଥିଲେ । ଏନେଇ ସ୍ପଷ୍ଟ କରିଛି ଭିଜିଲାନ୍ସ ।

Advertisment

ସୁନୀଲ ପାଢ଼ୀ ଭୁବନେଶ୍ବର RWS&Sର କନିଷ୍ଠ ଯନ୍ତ୍ରୀ ଅଛନ୍ତି । ଆୟ ବହିର୍ଭୂତ ସଂପତ୍ତି ଠୁଳ ନେଇ ଆଜି ଭୋରରୁ ଜାଗମରା ଘରେ ରେଡ୍ ପାଇଁ କବାଟ ବାଡ଼େଇଥିଲା ଭିଜିଲାନ୍ସ ଟିମ୍ । ତେବେ ଏତେକି ବେଳେ ଜେଇ ଜଣକ ଛାତ ଡେଇଁ ପଳାଇଥିଲେ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ୫ଟି ସ୍ଥାନରେ ରେଡ୍ କରୁଛି ।

ସୁନୀଲଙ୍କ ସୁନାମ୍ଭ ସ୍ଥିତ ପୈତୃକ ଘର, ଆସିକା ବସଷ୍ଟାଣ୍ଡରେ ଥିବା ମାର୍କେଟ କମ୍ପେକ୍ସ, ଭଂଜନଗର ସ୍ଥିତ ସମ୍ପର୍କୀୟ ଘର, ଭୁବନେଶ୍ବର ଜାଗମରା ଘରେ ଚଢଉ ଚାଲିଛି ।

Advertisment
Vigilance Raid JE
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ