ନୀଳଗିରି ପୋଲିସକୁ ବଡ଼ ସଫଳତା। ଧରାପଡ଼ିଲେ ଜାଲ ନୋଟ କାରବାରର ଦୁଇ ଅଭିଯୁକ୍ତ। ଏମାନଙ୍କ ଠାରୁ ଜବତ ହେଲା ୩୨ ହଜାର ୭ ଶହ ଟଙ୍କାର ଜାଲ ନୋଟ। ସେଥି ମଧ୍ୟରୁ କିଛି ୫ ଶହ, ଦୁଇ ଶହ ଓ ୧ ଶହ ଟଙ୍କିଆ ନୋଟ ରହିଛି । ଦୁଇ ଅଭିଯୁକ୍ତ ହେଲେ ନୀଳଗିରି ଥାନା ସନ୍ତରାଗଡ଼ିଆ ଅଂଚଳରେ ପୂର୍ଣ୍ଣଚନ୍ଦ୍ର ନାୟକ ଓ ଖଇରା ଥାନା ଅଞ୍ଚଳର ବୀଣାପାଣି ମୁଖୀ । ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ବାଲେଶ୍ବର ଏସପି ସାଗରିକା ନାଥ। ଲୋକେ ୫ ଶହ,ଦୁଇ ଶହ ଓ ଶହେ ଟଙ୍କିଆ ନୋଟ୍ ପରଖି ନେବାକୁ ଏସପି ସଚେତନ କରିଛନ୍ତି ।
Also Read