MPP Autonomous College
ପୁଣି ଅଧ୍ୟାପକଙ୍କ ବିରୋଧରେ ଛାତ୍ରଛାତ୍ରୀଙ୍କ ଅଭିଯୋଗ । ଆନ୍ଦୋଳନ କଲେ ଫେଲ୍ କରିଦେବାର ଧମକ । FM ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ବିବାଦ ଥମି ନଥିବା ବେଳେ ଆଉ ଏକ ପ୍ରତିଷ୍ଠିତ ସରକାରୀ କଲେଜରୁ ଆସିଛି ସମାନ ଅଭିଯୋଗ । ବାରିପଦାର MPP ସ୍ୱୟଂଶାସିତ ମହାବିଦ୍ୟାଳୟର ପଚାଶରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଗତକାଲି କଲେଜରୁ ଚାଲି ଚାଲି ଯାଇ ଏ ସମ୍ପର୍କରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ।
ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି ଯେ, ସେମାନଙ୍କର ପରୀକ୍ଷା ଠିକ୍ ସମୟରେ ହେଉନି। ପରୀକ୍ଷା ସରିବାର ୮ ମାସ ପରେ ବି ଫଳ ପ୍ରକାଶ ପାଉନି । ଏନେଇ ସେମାନେ ପ୍ରିନ୍ସିପାଲଙ୍କୁ ଜଣାଇବା ପରେ ମଧ୍ୟ କୈଣସି ସୁଫଳ ମିଳୁନାହିଁ । ବରଂ ବିଭାଗୀୟ ମୁଖ୍ୟମାନେ ଛାତ୍ରଛାତ୍ରୀଙ୍କୁ ଧମକ ଦେଉଛନ୍ତି ।
ଛାତ୍ରଛାତ୍ରୀ ମାନେ MPP ସ୍ୱୟଂଶାସିତ ମହାବିଦ୍ୟାଳୟର କିଛି ନିର୍ଦ୍ଦିଷ୍ଟ ଅଧ୍ୟାପକଙ୍କ ନାମରେ ଏଭଳି ଅଭିଯୋଗ ଆଣିଥିବାବେଳେ ଉଭୟ ଅଧ୍ୟାପକ ଏବଂ ଜିଲାପାଳ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ଆଗକୁ ଏନେଇ ତଦନ୍ତ କରି ନିହାତି ସମାଧାନ କରାଯିବ ବୋଲି ଜିଲ୍ଲାପାଳ ଛାତ୍ରଛାତ୍ରୀଙ୍କୁ ପ୍ରତିଶ୍ରୁତି ଦେବା ପରେ ଛାତ୍ରଛାତ୍ରୀ ମାନେ ପୁଣି କଲେଜ କ୍ୟାମ୍ପସ କୁ ଫେରିଥିଲେ । ତେବେ ଏ ନେଇ କଲେଜ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିନଥିବା ବେଳେ ଜିଲ୍ଲାପାଳ, ଏଡିଏମଙ୍କ ନେତୃତ୍ବରେ ଏକ୍ ଟିମ ଗଠନ କରି ଘଟଣାର ତଦନ୍ତ ସହ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752898246.jpg)