crime
ଦଣ୍ଡମୁକ୍ତ ଅଞ୍ଚଳରେ ଦଣ୍ଡ ଦେଲେ ଦିଦି । ଷଷ୍ଠ ଶ୍ରେଣୀ ଛାତ୍ରକୁ ସ୍କୁଲ୍ରେ ଦିଦିଙ୍କ ମୁଥ ମାଡ଼ । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ରେ ଏଭଳି ଏକ ଅଭାବନୀୟ ଘଟଣା । କଙ୍କଡାହାଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରାର୍ଥନା କ୍ଲାସ ବେଳେ ଛାତ୍ରଙ୍କୁ ବିଧା ମାରିବାରୁ ଛାତ୍ର ଜଣକ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି ହୋଇଛି ।
ଗୁରୁତର ଛାତ୍ର ଜଣଙ୍କ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ର ଗଣପତି ମହାନ୍ତ । ମାଡ଼ ଖାଇବା ପରେ ଛାତିରେ ଗଭୀର ଯନ୍ତ୍ରଣା ହେବାରୁ ତାଙ୍କୁ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ସୂଚନା । ବିଦ୍ୟାଳୟର ମିସ ମାମା ଦିଦି ଛାତ୍ର ଜଣଙ୍କୁ ପ୍ରାର୍ଥନା କ୍ଲାସରେ ନଖ ଦେଖାଇବା ବେଳେ ଛାତିକୁ ବିଧା ମାଡ଼ କରିଥିବା ଜଣାପଡ଼ିଛି ।
ଅଧିକ ପଢ଼ନ୍ତୁ: ବିନ୍ଦି ହେଲା କାଳ; ଚାପୁଡ଼ା ମାରିଲେ ଶିକ୍ଷୟିତ୍ରୀ, ଜୀବନ ହାରିଲେ ଛାତ୍ରୀ
ପରିବାର ଲୋକେ ଖବର ପାଇବା ମାତ୍ରେ ଛାତ୍ର ଜଣଙ୍କୁ ପ୍ରଥମେ କଙ୍କଡ଼ାହାଡ଼ ମେଡିକାଲରେ ଭର୍ତ୍ତି କରିଥିଲେ । ପରେ ଛାତ୍ର ଜଣକୁ କାମାକ୍ଷାନଗର ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି । ଘଟଣାର ତଦନ୍ତ ପରେ ଆକ୍ସନ ନେବାକୁ କଙ୍କଡାହାଡ଼ ବ୍ଲକ ଶିକ୍ଷାଧିକାରୀ ମତବ୍ୟକ୍ତ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/crime_1689150517.jpg)