Plus Two Students
ମାନସିକ ନିର୍ଯାତନା ସହିନପାରି ବିଷ ପିଇ ଯୁକ୍ତ ଦୁଇ ଛାତ୍ରଙ୍କ ଆତ୍ମହତ୍ୟା ଅଭିଯୋଗ । କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ ମାନସିକ ନିର୍ଯାତନା ନେଇ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ମୃତ ଛାତ୍ର ଯାଜପୁର ରସୁଲପୁର ବ୍ଲକ ଓଡ଼ିଶୋ ଗାଁର ଆଶିଷ କୁମାର ପଣ୍ଡା । ଆଶିଷ ଜାରକା ସ୍ଥିତ ଏକ ଘରୋଇ କଲେଜରେ ଯୁକ୍ତ ୨ରେ ପାଠ ପଢୁଥିଲେ । କଲେଜରେ ବିଶୃଙ୍ଖଳା ସୃଷ୍ଟି କରିବା ଯୋଗୁ କଲେଜ କର୍ତ୍ତୃପକ୍ଷ, ଛାତ୍ରଙ୍କ ବାପା ଓ ମାଙ୍କୁ ଡାକି ଆଶିଷକୁ ଘରକୁ ନେଇଯିବାକୁ କହିଥିଲେ।
ଅଧିକ ପଢ଼ନ୍ତୁ: ଗୋଟିଏ ପରିବାରର ୩ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ, ବନ୍ଦ ଘରୁ ସମସ୍ତଙ୍କୁ ଉଦ୍ଧାର
ତେବେ ଘରକୁ ଯିବା ପରେ ଆଶିଷ ବିଷ ପିଇ ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ କଟକ ମେଡ଼ିକାଲ ନେଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେପଟେ ନିର୍ଯାତନା ଦେବା କଥାକୁ ଅସ୍ବୀକାର କରିଛନ୍ତି କଲେଜର ସମ୍ପାଦକ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1723011749.jpg)