Advertisment

ଲକ୍ଷାଧିକ ଟଙ୍କା ହରାଇ ଛାତ୍ରଙ୍କ ଆତ୍ମହତ୍ୟା, ମୃତ୍ୟୁ ପଛରେ ଅନଲାଇନ୍ ଗେମ୍

ବାଲେଶ୍ୱର ସୋର ଥାନା ଗୁଡ଼ ଅଞ୍ଚଳର ଘଟଣା । ମୃତକ ଯୁକ୍ତ ୩ ଦ୍ୱିତୀୟ ବର୍ଷ ଛାତ୍ର ଉଦୟ କୁମାର ବେହେରା ।

ଅଦ୍ୟତନ ହୋଇଛି
Balasore Student Suicide For Online Game

online game

Advertisment

ଜୀବନ ନେଇଗଲା ଅନଲାଇନ୍ ଗେମ୍ । ଅନଲାଇନ୍ ଗେମରେ ଲକ୍ଷାଧିକ ଟଙ୍କା ହରାଇ ଶେଷରେ ଛାତ୍ର ଜଣକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଘଟଣା ବାଲେଶ୍ୱର ଜିଲ୍ଲା ସୋର ଥାନା ଗୁଡ଼ ଅଞ୍ଚଳର । ଯୁକ୍ତ ତିନି ଦ୍ୱିତୀୟ ବର୍ଷ ଛାତ୍ର ଉଦୟ କୁମାର ବେହେରା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

Advertisment

ଉଦୟଙ୍କ ସମ୍ପର୍କୀୟଙ୍କ ସୂଚନା ଅନୁସାରେ, ଅନେକ ଦିନ ହେଲା ସେ ଅନଲାଇନ ଗେମ ଖେଳି ସେଥିରେ ଲକ୍ଷାଧିକ ଟଙ୍କା ହରାଇଥିଲେ । ବାସୁଦେବପୁରର ଏକ ଘରୋଇ ହଷ୍ଟେଲରେ ରହି ପାଠ ପଢୁଥିବା ଉଦୟ ଦୁଇଦିନ ତଳେ ଘରକୁ ଆସିଥିଲେ । ଘରେ ଥିବାବେଳେ ମଧ୍ୟ ସେ ଅନଲାଇନ ଗେମରେ ବ୍ୟସ୍ତ ରହୁଥିଲେ, ଯାହାକୁ ନେଇ ତାଙ୍କ ମା ତାଙ୍କୁ ଅନେକ ବାର ବାରଣ ମଧ୍ୟ କରିଥିଲେ l କିନ୍ତୁ ଉଦୟ କାହା କଥା ନମାନି ଗେମ ଖେଳିବାରେ ବ୍ୟସ୍ତ ରହୁଥିଲେ l ତେବେ ଏଥିପାଇଁ ମାନସିକ ଚାପରେ ରହିବା ସହ କାହା ସହ କଥାବାର୍ତ୍ତା କରୁନଥିଲେ । ୨୬ ତାରିଖ ଦିନ ରାତିରେ ଖାଇପିଇ ସମସ୍ତେ ଶୋଇବାକୁ ଯାଇଥିବା ବେଳେ ଗତକାଲି ସକାଳେ ଫ୍ୟାନରେ ଗାମୁଛାରେ ରଶି ଲଗାଇଥିବା ତାଙ୍କ ମାଆ ଦେଖିଥିଲେ l

ଗ୍ରାମବାସୀ ଓ ସମ୍ପର୍କୀୟଙ୍କ ସହାୟତାରେ ଉଦୟଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସୋର ପୁଲିସ ଶବ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । 

Advertisment

 ଅନଲାଇନ ଗେମ ପ୍ରଭାବରେ ଯୁବପିଢି ଆସି ଏହି ଭଳି ଭାବେ ଅର୍ଥ ହରାଇବା ସହିତ ମାନସିକ ଚାପରେ ପଡି ଜୀବନ ହାରୁଛନ୍ତି l ତେବେ ଏହା ପ୍ର‍ଥର ଘଟଣା ନୁହେଁ, ପୂର୍ବରୁ ଏହି ଗାଁ ସମେତ ରାଜ୍ୟର ଅନେକ ଅଞ୍ଚଳର ପିଲାମାନେ ଅନଲାଇନ ଗେମ ଖେଳି ଅର୍ଥ ହରାଇବା ସହିତ ଭୁଲ ନିଷ୍ପତ୍ତି ନେଇଛନ୍ତି l 

Online Game Student Suicide Student Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ