STF Seizes Royal Bengal Tiger Skin In Baripada
ଶିମିଳିପାଳ ଅଭୟାରଣ୍ୟରେ ପୁଣି ଜନ୍ତୁ ଶିକାର। ଦନ୍ତାହାତୀ ଶିକାର ପରେ ଏବେ ଶିମିଳିପାଳରେ ମହାବଳ ବାଘ ଶିକାର ହୋଇଥିବା ଖବର ସାମ୍ନାକୁ ଆସିଛି। ମହାବଳ ବାଘକୁ ଶିକାର କରି ଛାଲ ବିକ୍ରି ଉଦ୍ୟମ କରୁଥିବା ବେଳେ STF ହାତରେ ଶିକାରୀ ଧରାପଡ଼ିଛନ୍ତି। ଜଣେ ଶିକାରୀ ଧରା ପଡ଼ିଥିବା ବେଳେ ୨ ଜଣ ଚମ୍ପଟ ମାରିଛନ୍ତି।
ସୂଚନା ଅନୁସାରେ, ବାରିପଦା ଉଦଳା ରାସ୍ତାର ଶ୍ରୀଦାମଚନ୍ଦ୍ରପୁରଠାରେ ବାଘ ଛାଲ ବିକ୍ରି ପାଇଁ ଡିଲ୍ ଚାଲିଥିଲା। ଖବର ପାଇ STFର ଏକ ଟିମ୍ ଚଢ଼ଉ କରିଥିଲେ। ଏହି ସମୟରେ ଜଣେ ଶିକାରୀ ଧରା ପଡ଼ିଥିବା ବେଳେ ୨ ଜଣ ଘଟଣାସ୍ଥଳରୁ ଖସି ପଳାଇଥିଲେ। ଗିରଫ ଅଭିଯୁକ୍ତଙ୍କ ଠାରୁ ଗୋଟିଏ ମହାବଳ ବାଘର ଛାଲ ଜବତ କରାଯାଇଛି। ମାସକ ପୂର୍ବେ ବାଘକୁ ଶିମିଳିପାଳରେ ଗୁଳି କରି ଶିକାର କରାଯାଇ ଥିବା ଅନୁମାନ କରାଯାଉଛି। ଯାହାକି ଶିମିଳିପାଳ ଅଭୟାରଣ୍ୟରେ ବାଘ ମଧ୍ୟ ଅସୁରକ୍ଷିତ ବୋଲି ପ୍ରମାଣ ହୋଇଛି।
ଅଧିକ ପଢ଼ନ୍ତୁ: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ଗିରଫ କଲା ଇଡି
ସୂଚନାଥାଉ କି, ପୂର୍ବରୁ ଶିମିଳିପାଳରେ ହାତୀ ଶିକାର ପରେ ଶିକାରୀ ହାତୀର ଦାନ୍ତ କାଟି ନେଇଥିଲେ। ପରେ ଘଟଣାକୁ ଚପାଇ ଦେବା ଲାଗି ହାତୀର ମୃତଶରୀରକୁ ପୋଡ଼ି ବନ କର୍ମଚାରୀମାନେ ପାଉଁଶକୁ ନଦୀରେ ଭସାଇ ଦେଇଥିଲେ। ଏହି ଘଟଣାରେ ୩ ବନ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ବାଘ ଓ ହାତୀଙ୍କ ସୁରକ୍ଷିତ ଅଭୟାରଣ୍ୟ ଶିମିଳିପାଳରେ ମହାବଳ ବାଘ ଛାଲ ଜବତ, ହାତୀ ଶିକାର ସାଂଘାତିକ ଘଟଣା। ଏବେ ଏନେଇ ଶିମିଳିପାଳରେ ବନ୍ୟ ଜନ୍ତୁଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ବାଘଙ୍କ ସୁରକ୍ଷା ଏବଂ ବଂଶ ବୃଦ୍ଧି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏପରି ସ୍ଥିତିରେ ବାଘ ଛାଲ ଜବତ ମିଳିବା ଘଟଣା ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୃପକ୍ଷଙ୍କ ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/____1670987449.jpg)