Sourin Bhatt
କଣ୍ଠଶିଳ୍ପୀ ସୌରୀନ ଭଟ୍ଟକୁ ଧରିବା ପାଇଁ କୋଲକାତା ଗଲା କଟକ କମିସନରେଟ ପୋଲିସର ସ୍ୱତନ୍ତ୍ର ଟିମ୍ । କଟକର ଜଣେ ଯୁବତୀ ସୌରୀନ ଭଟ୍ଟଙ୍କ ବିରୋଧରେ ଯୌନ ଶୋଷଣ ନେଇ ମହିଳା ଥାନାରେ ଏତଲା ଦେବା ପରେ ସେ ଫେରାର ଅଛନ୍ତି । ତାଙ୍କୁ ଗିରଫ କରିବା ପାଇଁ ବର୍ତ୍ତମାନ କଟକ କମିସନରେଟ ପୋଲିସର ସ୍ୱତନ୍ତ୍ର ଟିମ୍ କୋଲକାତା ଯାଇଛି। ସୌରିନଙ୍କୁ ପ୍ରଥମେ ଠାବ କରିବା ପରେ ତାଙ୍କୁ ଗିରଫ କରାଯିବ ବୋଲି ସ୍ପଷ୍ଟ କରିଛି କଟକ କମିଶନରେଟ ପୋଲିସ ।
ସୌରିନ ନିଜ ମୋବାଇଲକୁ ସୁଇଚ୍ ଅଫ କରିଥିବାରୁ ତାଙ୍କ ସହ ଯୋଗାଯୋଗ ହୋଇପାରୁନି। ପୋଲିସ ପ୍ରଥମେ ସୌରିନଙ୍କ କୋଲକାତା ସ୍ଥିତ ବାସଭବନକୁ ଯାଇ ସେଠାରେ ଖୋଜା ଖୋଜି କରିବ। ସେପଟେ ସୌରୀନଙ୍କ ବିରୋଧରେ ଅଭିଯୋଗ ଆଣିଥିବା ପୀଡ଼ିତାଙ୍କ ଡାକ୍ତରୀ ମଇନା ୧୬୪ ଆଧାରରେ ବୟାନ ରେକର୍ଡ କରିଛି ପୋଲିସ। ଉଭୟ ଭିଡିଓ ଓ ଅଡିଓ ମୋଡରେ ମଧ୍ୟ ପୋଲିସ ଅଭିଯୋଗକାରୀଣିଙ୍କ ବୟାନ ରେକର୍ଡ କରିଛି । ବିବାହର ପ୍ରତିଶୃତି ଦେଇ ସୌରୀନ ତାଙ୍କୁ ଶାରୀରିକ ଶୋଷଣ କରିବା ସହ ଠକେଇ କରିବା ନେଇ ଯୁବତୀ ଜଣକ ଅଭିଯୋଗ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1687351946.jpg)