Advertisment

Father Allegedly Kills Son: ପୁଅକୁ ମାରି ଟାଙ୍ଗିଦେଲା ବାପା! ବୁକୁ ଫଟେଇ ବାହୁନି କାନ୍ଦୁଛି ମା’...

ଆଖି ଆଗରେ ଭେଣ୍ଡିଆ ପୁଅକୁ ଫ୍ୟାନ୍‌ରେ ଝୁଲୁଥିବା ଦେଖି କେଉଁ ମା’ ବା ସହିପାରିବ। ଜୟନ୍ତୀଙ୍କ ପାଦ ତଳୁ ଖସି ଯାଇଛି ମାଟି । ସେ କ’ଣ କରିବେ କିଛି ବୁଝି ପାରୁ ନାହାନ୍ତି। ପୁଅର କେମିତି ମୃତ୍ୟୁ ହେଲା, ତା’ ସହ କ’ଣ ଘଟିଛି କିଛି ଜାଣିପାରୁନାହାନ୍ତି।

ଅଦ୍ୟତନ ହୋଇଛି
Man Allegedly of Kills Son

Man Allegedly of Kills Son

Advertisment

ବୁକୁ ଫଟେଇ ବାହୁନି କାନ୍ଦୁଛି ମା’। ଥମୁନି ଆଖିରୁ ଲୁହ। ଯିଏ ଦିନେ ତାକୁ କାନ୍ଧ ଦେଇଥାନ୍ତା, ସିଏ ଏବେ ଅଧାବାଟରୁ ଛାଡି ଚାଲିଯାଇଛି। ଆଖି ଆଗରେ ଭେଣ୍ଡିଆ ପୁଅକୁ ଫ୍ୟାନ୍‌ରେ ଝୁଲୁଥିବା ଦେଖି କେଉଁ ମା’ ବା ସହିପାରିବ। ଜୟନ୍ତୀଙ୍କ ପାଦ ତଳୁ ଖସି ଯାଇଛି ମାଟି । ସେ କ’ଣ କରିବେ କିଛି ବୁଝି ପାରୁ ନାହାନ୍ତି। ପୁଅର କେମିତି ମୃତ୍ୟୁ ହେଲା, ତା’ ସହ କ’ଣ ଘଟିଛି କିଛି ଜାଣିପାରୁନାହାନ୍ତି। ପୁଅର ମୃତ୍ୟୁ ପାଇଁ ବାପାକୁ ଦାୟୀ କରିଛନ୍ତି ମାମୁଁ। ବାପା ଗାଳିଗୁଲଜ ସହିନପାରି ପୁଅ ଆତ୍ମହତ୍ୟା କରିଥାଇପାରେ ବୋଲି ଅଭିଯୋଗ ଆଣିଛନ୍ତି।

Advertisment

ଫୁଲବାଣୀର କେନ୍ଦୁପଦର। ଘରେ ରୁହନ୍ତୁ ପ୍ରମୋଦ ବଗର୍ତି ଏବଂ ମା ଜୟନ୍ତୀ ବଗର୍ତି। ଏକ ମାତ୍ର ୧୬ ବର୍ଷର ପୁଅ ଅଭିଜିତ ବଗର୍ତି। ଗତ କିଛି ଦିନ ହେବ ପ୍ରମୋଦ ଓ ପତ୍ନୀ ଜୟନ୍ତୀଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା। ପ୍ରମୋଦ କିଛି କାମ ଧନ୍ଦା କରୁନଥିଲେ। ଅଧିକାଂଶ ସମୟ ମଦ ପିଇ ମା’-ପୁଅକୁ ମାରପିଟ୍ କରୁଥିଲେ। ଜୟନ୍ତୀ ପର ଘରେ କାମ କରି ପରିବାରର ପେଟ ପୋଷନ୍ତି। ବୁଧବାର ମଧ୍ୟ ଜୟନ୍ତୀ କାମ କରିବା ପାଇଁ ଯାଇଥିଲା। ଆଉ ଘରେ ଥିଲେ ବାପା ପୁଅ । ତେବେ ଏହା ପୂର୍ବରୁ ଚୁଟି କଟାକୁ କେନ୍ଦ୍ର କରି ବାପା-ପୁଅ ମଧ୍ୟରେ ଝଗଡା ହୋଇଥିଲା। ସନ୍ଧ୍ୟା ବେଳେ ଜୟନ୍ତୀ ଘରକୁ ଫେରିଥିଲେ। କବାଟ ବାଡେ଼ଇଥିଲେ ମଧ୍ୟ କେହି ଖୋଲିନଥିଲେ। ଶେଷରେ ସେ କବାଟ ତାଡ଼ି ଘରେ ପଶିବା ବେଳକୁ ଫ୍ୟାନରେ ପୁଅର ମୃତଦେହ ଝୁଲୁଥିବା ଦେଖି ଚକିତ ହୋଇପଡିଥିଲେ। 

ଅଧିକ ପଢ଼ନ୍ତୁ: ବାହାଘର ଆଳରେ ଓଡ଼ିଶାରୁ ଯାଇ ଆନ୍ଧ୍ରରେ କରୁଥିଲେ ଲୁଟ୍; ବାନ୍ଧିଲା ପୋଲିସ୍

Advertisment

ଘଟଣା ଘଟିବା ପରେ  ସ୍ୱାମୀ ପ୍ରମୋଦ ଫେରାର ଥିଲେ। ଭିଣୋଇ ହିଁ ଭଣଜାକୁ ହତ୍ୟା କରି ଫ୍ୟାନରେ ଝୁଲାଇ ଦେଇଛି ବୋଲି ସିଧାସଳଖ ମାମୁଁ ଅଭିଯୋଗ ଆଣିଛନ୍ତି। ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଭିଯୁକ୍ତ ବାପାକୁ ଅଟକ ରଖି ପଚରାଉଚରା ଜାରି ରଖିଛି।

ଏପଟେ ପ୍ରଶ୍ନ ଉଠୁଛି ବାପା ପୁଅ ମଧ୍ୟରେ ଚୁଟି କାଟିବାକୁ କେନ୍ଦ୍ର କରି କିଛି ଝଗଡ଼ା ହୋଇଥିଲା କି ? ପୁଅର ଜୋର ଜବରଦସ୍ତ ଚୁଟି କାଟିଥିଲା କି ବାପା ? ଚୁଟି କାଟିବା ପରେ ଅଭିଜିତ ଏହାକୁ ସହ୍ୟ ନକରିପାରି ଫ୍ୟାନରେ ଝୁଲିପଡ଼ିଲା କି ? ପୋଲିସ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପରେ ପୂରା ଘଟଣା ସାମ୍ନାକୁ ଆସିବ।

Advertisment

ଅଧିକ ପଢ଼ନ୍ତୁ: ଶୁଆକୁ ଫାଶୀ ଦେଇ କରୁଥିଲେ ରିଲ୍ସ , ବାନ୍ଧିନେଲା ପୋଲିସ

Phulbani Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ