Advertisment

Online Gaming: ଆଇ.ଜିଙ୍କ ବଡ଼ ବୟାନ: ଅନଲାଇନ ଗେମ୍‌ରୁ ଅପରାଧୀ ପାଲଟିଯାଉଛନ୍ତି ଯୁବପିଢ଼ି !

ଆମେ ତଦନ୍ତ କରୁଥିବା ଅଧିକାଂଶ ମାମଲାରେ ସଂପୃକ୍ତ ଯୁବପିଢ଼ି। ସେମାନଙ୍କ ଭିତରୁ ଅଧିକାଂଶ ଅନଲାଇନ୍‌ ଗେମ୍‌ ଖେଳି ଲକ୍ଷ ଲକ୍ଷ ଟଙ୍କା ହାରି ଯାଉଛନ୍ତି । ତା’ ପରେ ପାଲଟିଯାଉଛନ୍ତି ଅପରାଧୀ । ଏମିତି କହିଛନ୍ତି ଉତ୍ତରାଂଚଳ ଆଇ.ଜି ହିମାଂଶୁ ଲାଲ।

ଅଦ୍ୟତନ ହୋଇଛି
undefined

Online Gaming Addiction Turning Youth Into Criminals

Advertisment

ଉତ୍ତରାଂଚଳ ଆଇ.ଜି ହିମାଂଶୁ ଲାଲଙ୍କ ଖୋଲା ବୟାନ। ଆମେ ତଦନ୍ତ କରୁଥିବା ଅଧିକାଂଶ ମାମଲାରେ ସଂପୃକ୍ତ ଯୁବପିଢ଼ି। ସେମାନଙ୍କ ଭିତରୁ ଅଧିକାଂଶ ଅନଲାଇନ୍‌ ଗେମ୍‌ ଖେଳି ଲକ୍ଷ ଲକ୍ଷ ଟଙ୍କା ହାରି ଯାଉଛନ୍ତି । ତା’ ପରେ ପାଲଟିଯାଉଛନ୍ତି ଅପରାଧୀ । ଧାର କରଜ ସୁଝିବା ପାଇଁ ବ୍ୟାଙ୍କ ଡକାୟତି , ଚୋରୀ ଓ  ଚେନ୍‌ ଲୁଟ୍‌ ଭଳି ଅପରାଧରେ ସଂପୃକ୍ତ ରହୁଛନ୍ତି ଅପରାଧୀ । ବରଗଡରେ ଏକ ବ୍ୟାଙ୍କ ଡକାୟତିରେ ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କଲା ସମୟରେ, ଡାକୟତି ପଛର କାରଣ କହିଥିଲେ ଆଇ.ଜି । ଗିରଫ ପାଂଚଜଣ ଡକାୟତ, ଅଭ୍ୟାସଗତ ଡକାୟତ ନଥିଲେ । ଅନଲାଇନ ଗେମ୍‌ ଖେଳି, ୧୨ ଲକ୍ଷ ଟଙ୍କା ହାରିବା ପରେ, ଟଙ୍କା ପରିଶୋଧ ପାଇଁ ବ୍ୟାଙ୍କ ଲୁଟର ଉଦ୍ୟମ କରିଥିଲେ । ବରଗଡ ପୋଲିସ ତଦନ୍ତ କରି ଡକାୟତଙ୍କୁ କାବୁ କରିଥିଲା ।

Advertisment

ସେମାନଙ୍କ ପାଖରୁ ଗୋଟିଏ ବନ୍ଧୁକ, ଦୁଇଟି ଜୀବନ୍ତ ଗୁଳି , ମାରଣାସ୍ତ୍ର ଓ ଦୁଇଟି ନକଲି ବନ୍ଧୁକ ଜବତ କରି ପାଂଚ ଜଣ ଯୁବକଙ୍କୁ ବ୍ୟାଙ୍କ ଡକାୟତି ମାମଲାରେ କୋର୍ଟ ଚାଲାଣ କରିଛି ବରଗଡ ପୋଲିସ । ଅନଲାଇନ ଗେମ୍‌ରୁ ପ୍ରଥମେ ଆର୍ଥିକ ଅପରାଧ, ସାଇବର କ୍ରାଇମର ଶିକାର ହେଲା ପରେ, ଯୁବକମାନେ ଅପରାଧି ପାଳଟିଯାଉଥିବା ବରିଷ୍ଠ ପୋଲିସ ଅଧିକାରୀଙ୍କ ମତ । 

ଅଧିକ ପଢ଼ନ୍ତୁ: ଜୀବନ ହାରିବା ଆଗରୁ ଯନ୍ତ୍ରଣାଭରା ବାର୍ତ୍ତା, ପତ୍ନୀ ଦେଉଥିଲେ ମାନସିକ ନିର୍ଯ୍ୟାତନା

Advertisment

କେବଳ ବରଗଡରେ ନୁହେଁ, ବଲାଙ୍ଗିରରେ ବି ଅନଲାଇନ୍‌ରୁ ଅପରାଧୀ ପାଲଟିବାର ନଜିର କମ ନାହିଁ । ଗୋଟିଏ ମାସ ତଳେ, ବଂଗୋମୁଣ୍ଡା ପୋଷ୍ଟ ଅଫିସରେ ଟଙ୍କା ହଡପ ଘଟଣାକୁ ନେଇ ତଦନ୍ତ କରିଥିଲା ପୋଲିସ । ତଦନ୍ତ ରିପୋର୍ଟରେ ଅନଲାଇନ୍‌ ଗେମ୍‌ରୁ ଅପରାଧ କରିଥିଲେ । ପୋଷ୍ଟ ଅଫିସରେ କାର୍ଯ୍ୟରତ ପୋଷ୍ଟାଲ ଆସିଷ୍ଟାଣ୍ଟ ପୂର୍ଣ୍ଣଚନ୍ଦ୍ର ଭୋଇ ଏବଂ ସବ-ପୋଷ୍ଟ ମାଷ୍ଟର ଅଭିମନ୍ୟୁ ଛତ୍ରିଆ ୬୦ ଲକ୍ଷ ଟଙ୍କା ହଡପ ଅଭିଯୋଗରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିଲେ । ତଦନ୍ତରୁ ସ୍ପଷ୍ଟ ହୋଇଥିଲା ପ୍ରଥମେ ଅନଲାଇନ ଗେମ୍‌ରେ ଟଙ୍କା ଲଗାଇଥିଲେ । ଆଜି ହେବ କାଲି ହେବ କହି ବାରବାର ଅନଲାଇନ ଗେମ୍‌ରେ ଟଙ୍କା ଲଗାଉଥିଲେ ଦୁଇ କର୍ମଚାରୀ ।

ପୋଷ୍ଟ ଅଫିସକୁ ଟଙ୍କା ଡିପୋଜିଟ କରିବାକୁ ଆସୁଥିବା ଗ୍ରାହକଙ୍କ ଟଙ୍କାକୁ ଅନଲାଇନ ଗେମରେ ଲଗାଉଥିଲେ ଉଭୟ କର୍ମଚାରୀ । ପାଖାପାଖି ୬୦ ଲକ୍ଷ ଟଙ୍କା ପୋଷ୍ଟ ଅଫିସରେ ଡିପୋଜିଟ ନହେବା ପରେ ପ୍ରଘଟ ହୋଇଥିଲା କଥା । ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ । ଅନଲାଇନ ଗେମରେ ନିଜ ଟଙ୍କା ତକ ସରିଗଲା ପରେ, ପୋଷ୍ଟ ଅଫିସରୁ ଫନ୍ଦିଫିକର କରି ଅନଲାଇନ ଗେମରେ ବିଭାଗୀୟ ଟଙ୍କା ଲଗାଇଥିଲେ ଦୁଇ କର୍ମଚାରୀ । କେବଳ ଗୋଟିଏ ଘଟଣା ନୁହେଁ, ଏଭଳି ଅନେକ ଘଟଣାରେ ଏବେ ଯୁବ ସମାଜ ଫଶିଥିବା କହିଛନ୍ତି ବଲାଙ୍ଗିର ଏସ୍.ପି । 

Advertisment

ସେଥିପାଇଁ ଜିଲ୍ଳାର ବିଭିନ୍ନ ଅଂଚଳରେ ବୁଲୁଛି ସଚେତନତା ରଥ । କିନ୍ତୁ ଅନଲାଇନ ଗେମ୍‌ରୁ ଯୁବକ ଅପରାଧି ହେଉଥିବାରୁ, ଅନଲାଇନ ଗେମ୍‌ର ଆଇନଗତ ଦିଗ ପ୍ରତି ତଦନ୍ତ କରୁଥିବା କହିଛନ୍ତି ଉତ୍ତରାଂଚଳ ଆଇ.ଜି । 

ଅଧିକ ପଢ଼ନ୍ତୁ: କୋହଳ ହେବ କଏଦୀଙ୍କ ସଜା, ସମୟ ଆଗରୁ ମୁକ୍ତିର ଆନନ୍ଦ

Online Gaming Criminals Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ