୨୦୨୨ ଫେବ୍ରୁଆରୀ ୧୬ ଅମାପ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହେଲେ ଓଡ଼ିଶା ପୋଲିସର ସିଗ୍ନାଲ ବିଭାଗର ପୂର୍ବତନ ASP ତ୍ରିନାଥ ମିଶ୍ର । ତାଙ୍କଠୁ ଜବତ ହୋଇଥିଲା ୯ କୋଟି ୫ ଲକ୍ଷରୁ ଅଧିକ ବେଆଇନ ଅର୍ଜିତ ସମ୍ପତ୍ତି। ୨୦୨୧, ନଭେମ୍ବର ୯ ଓଡ଼ିଶା ପୋଲିସ ଓୟାର ହାଉସିଂ ଓ ୱେଲଫେୟାର କର୍ପୋରେସନ ପୂର୍ବତନ ଡେପୁଟି ମ୍ୟାନେଜର ପ୍ରତାପ ସାମଲ ୧୪ କୋଟି ୮୮ ଲକ୍ଷ ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଅର୍ଜନ ଅଭିଯୋଗରେ ତାଙ୍କୁ ଗିରଫ କଲା ଭିଜିଲାନ୍ସ ।
ସେହିଭଳି ୨୦୧୭ରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିଲେ OSICର ଏମ୍ଡି ପାର୍ଥସାରଥୀ ମିଶ୍ର । ସେହି ୨୦୧୨୭ରେ ଦୁର୍ନୀତି ଅଭିଯୋଗରେ SCB ମେଡିକାଲ କଲେଜର ପ୍ରଫେସର ଡାକ୍ତର ରବୀନ୍ଦ୍ର ଜେନାଙ୍କୁ ବି ଗିରଫ କରିଥିଲା ଭିଜିଲାନ୍ସ। ରାଜ୍ୟର ଏ ସବୁ ବଡ଼ ବଡ଼ ଅଧିକାରୀଙ୍କ ଘରେ ଯେତେବେଳେ ଭିଜିଲାନ୍ସ ରେଡ୍ କରୁଥିଲା, ସେତେବେଳେ ଚାଲିଥିଲା ଖୁବ୍ ତମ୍ବି ତୋଫାନ । ସରକାରୀ ସେବାରେ ଥାଇ ଦୁର୍ନୀତି ଓ ଶୋଷଣ କରି ଶେଷରେ ଧରାପଡ଼ିଥିବା ଏ ବାବୁମାନେ ସଜା ପାଇବେ ବୋଲି ଆଶା କରାଯାଉଥିଲା ।
Also Read
କିନ୍ତୁ ଏ ସବୁ ମାମଲାରେ ଅଭିଯୁକ୍ତଙ୍କୁ ଦୋଷୀ ପ୍ରମାଣିତ କରିବାରେ ଯେମିତି ଏକଦମ୍ ଫେଲ ମାରିଛି ତଦନ୍ତକାରୀ ସଂସ୍ଥା । ତ୍ରିନାଥ ହୁଅନ୍ତୁ କି ପ୍ରତାପ କିମ୍ବା , ତଥ୍ୟ ପ୍ରମାଣ ଅଭାବରୁ ନିର୍ଦ୍ଧାରିତ ୬୦ ଦିନରେ ଚାର୍ଜସିଟ୍ ଦାଖଲ କରି ନପାରିବାରୁ ଜାମିନ୍ ପାଇବାରେ ସଫଳ ହୋଇଛନ୍ତି । ସବୁ ଅଭିଯୁକ୍ତ ଯାହା ଭିଜିଲାନ୍ସର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛି ।
ଚାର୍ଜସିଟ୍ ଦାଖଲରେ ବିଳମ୍ବରୁ ଜାମିନରେ ଖସି ଯାଉଥିବା ଏଭଳି ଅଫିସରଙ୍କ ତାଲିକା ଆହୁରି ଲମ୍ବା ଆଶ୍ଚର୍ଯ୍ୟର କଥା ହେଉଛି, ଭିଜିଲାନ୍ସ ଜାଲରେ ଫସିବା ଏବଂ ଅଚଳାଚଳ ସମ୍ପତ୍ତିର ତଥ୍ୟ ମିଳିବା ପରେ ଏଭଳି ବହୁ ଦୁର୍ନୀତିଖୋର ଅଧିକାରୀଙ୍କୁ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତିରେ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର । ଯାହା ସେମାନଙ୍କ ଦୋଷ ଓ ସଂପୃକ୍ତିକୁ ଆହୁରି ଦୃଢ଼ କରୁଛି । କିନ୍ତୁ ଏସବୁ ପରେ ବି ଅଭିଯୁକ୍ତଙ୍କ ବିରୋଧରେ କାହିଁକି ଚାର୍ଜସିଟ୍ ଦାଖଲ ହୋଇପାରୁନି, ଏଥିରେ ପ୍ରକ୍ରିୟାଗତ ସମସ୍ୟା ରହୁଛି । ନା ଜାଣିଶୁଣି ବିଳମ୍ବ କରାଯାଇଛି, ଯାହା ଦୁର୍ନତିଖୋର୍ଙ୍କୁ ଖସିବାର ବାଟ କଢ଼ାଉଛି ।
ଏପଟେ ତଥ୍ୟ କହୁଛି, ରାଜ୍ୟରେ ଯେତିକି ଭିଜିଲାନ୍ସ ମାମଲା ହେଉଛି, ସେ ଭିତରୁ ଅଧାରୁ ଅଧିକ ମାମଲାରେ ଖସି ଯାଉଛନ୍ତି ଅଭିଯୁକ୍ତ। ୨୦୧୯ରେ ୪୮, ୨୦୨୦ରେ ୪୬ ଏବଂ ୨୦୨୧ରେ ମାତ୍ର ୪୩ ପ୍ରତିଶତ ମାମଲାରେ ଦୋଷୀ ଦଣ୍ଡ ପାଇଛନ୍ତି ।