Advertisment

Honeytrap Queens Nabbed: ସୁନ୍ଦରୀଙ୍କ ଭୟଙ୍କର କାଣ୍ତ; ଟଙ୍କା ନଦେଲେ ଆଣନ୍ତି ମିଥ୍ୟା ଦୁଷ୍କର୍ମ ଅଭିଯୋଗ...

ଡଉଲ ଡାଉଲ ଚେହେରା। ଦେଖିବାକୁ ବେଶ୍ ସୁନ୍ଦର। ହେଲେ ଚିନ୍ତା ତାଙ୍କର ଭୟଙ୍କର। ବୁଢ଼ିଆଣୀ ଜାଲରେ ଥରେ ଯିଏ ଫସିଛି, ଆଉ ଫିଟିବାର ବାଟ ପାଇନି।

ଅଦ୍ୟତନ ହୋଇଛି
Honeytrap Queens Nabbed

Honeytrap Queens Nabbed

Advertisment

ପ୍ରଥମେ ପ୍ରେମ ଜାଲରେ ଫସାଇ ଟଙ୍କା ଆଦାୟ କରନ୍ତି । ଟଙ୍କା ନଦେଲେ ଆଣନ୍ତି ମିଥ୍ୟା ଦୁଷ୍କର୍ମ ଅଭିଯୋଗ । ପରେ ଆପୋଷ ବୁଝାମଣା ଆଳରେ କରିଦିଅନ୍ତି କାଙ୍ଗାଳ ।

Advertisment

ଡଉଲ ଡାଉଲ ଚେହେରା। ଦେଖିବାକୁ ବେସ୍‌ ସୁନ୍ଦର। ହେଲେ ଚିନ୍ତା ତାଙ୍କର ଭୟଙ୍କର। ବୁଢ଼ିଆଣୀ ଜାଲରେ ଥରେ ଯିଏ ଫସିଛି, ଆଉ ଫିଟିବାର ବାଟ ପାଇନି। ଖାଲି କରିଦିଅନ୍ତି ପୁରୁଷଙ୍କ ବ୍ୟାଙ୍କ ଆକାଉଣ୍ଟ। ସୁନ୍ଦରୀଙ୍କ ଏହି ମାୟାରେ ପଢ଼ିଛନ୍ତି ଅନେକ। ହେଲେ ଏବେ ପୋଲିସ ପଞ୍ଝାରେ ପଡ଼ିଛନ୍ତି ଏହି ତିନି ହନିଟ୍ରାପ୍‌ କୁଇନ୍‌। ରାଜସ୍ଥାନର ଦୌସାରୁ ଆସିଛି ଲେଡି ଲୁଟେରାଙ୍କ ଏଭଳି କିଛି ନୂଆ ମାମଲା।  

ଅଧିକ ପଢନ୍ତୁ: ସ୍ତ୍ରୀକୁ ମାରି ସୁଟକେସରେ ରଖିଲା, ଘରକୁ ଫେରି ବିଷ ପିଇଲା ଅଭିଯୁକ୍ତ

ଜୟପୁରର ଏବଂ ଅଲୱରରେ ରୁହନ୍ତି ତିନି ଜଣ ମହିଳା। ବୟସ, ୩୦, ୩୨ ଓ ୩୬। ଏମାନଙ୍କ ମୂଳ ଟାର୍ଗେଟ୍‌ ହେଲେ ପୁରୁଷ। ତାଙ୍କୁ ଫସାଇ ତାଙ୍କଠୁ ଟଙ୍କା ଆଦାୟ କରିବା ହେଉଛି ଏମାନଙ୍କ କାମ। ପୁରୁଷମାନେ କିଭଳି ତାଙ୍କ ମୋହରେ ଫସିବେ ତାହା ସେ଼ମାନଙ୍କୁ ବେଶ୍‌ ଜଣା। ସୁନ୍ଦର ଚେହେରା ଦେଖାଇ ନିଜ ଆଡକୁ ଟାଣୁଥିଲେ ଆଉ ଲୁଟୁଥିଲେ। ନିକଟରେ ମଇଁଷି ବାଛୁରୀ କିଣିବା ଆଳରେ ଜଣେ ବ୍ୟକ୍ତିଙ୍କୁ ଟାର୍ଗେଟ୍ କରିଥିଲେ ତିନି ମହିଳା। ତେବେ ମଇଁଷି ବିକିବାକୁ ମନା କରିଦେଇଥିଲେ ବ୍ୟକ୍ତିଜଣକ। ଏହାପରେ ଆରମ୍ଭ ହୋଇଯାଇଥିଲା ହଙ୍ଗାମା। ଉକ୍ତ ବ୍ୟକ୍ତିଙ୍କ ଘରକୁ ଯାଇ ୫୦ ଜହାର ଟଙ୍କା ଦାବି କରିଥିଲେ ସୁନ୍ଦରୀ। ନ ଦେଲେ ମିଛ ଦୁଷ୍କର୍ମ ମାମଲାରେ ଫସାଇବାକୁ ବି ଧମକ ଦେଇଥିଲେ। ଅଭିଯୋଗ ପରେ ପୋଲିସ ଏବେ ତିନି ମହିଳାଙ୍କୁ ଗିରଫ କରିଛି। ସିକନ୍ଦରା, ବଲାହେରୀ ଓ ଜୟପୁରରୁ ଅନେକଙ୍କ ଲୋକଙ୍କୁ ଏମାନେ ହନିଟ୍ରାପ୍‌ରେ ଫସାଇ ପୁଳା ପୁଳା ଟଙ୍କା ଲୁଟ୍‌ କରିଥିବା ତଦନ୍ତରୁ ଜଣାପଡିଛି। 

Advertisment

ତେବେ ଏମାନଙ୍କ ମୁଖିଆ କିଏ ? ଆଉ କାହା ସହ ରହିଛି ଏହି ସୁନ୍ଦରୀଙ୍କ ଲିଙ୍କ ? ଗ୍ୟାଙ୍ଗରେ ଆଉ କିଏ କିଏ ସାମିଲ ଅଛନ୍ତି ? ମହିଳାମାନଙ୍କୁ ପଚରାଉଚରା କଲେ ହନିଟ୍ରାପ୍‌ର ଅଧିକ ମାମଲା ସାମ୍ନାକୁ ଆସି ପାରିବ। 

ଅଧିକ ପଢନ୍ତୁ: ସବୁ ଧରାଇଦେଲା CCTV, ଏମିତି ଥିଲା ହତ୍ୟାକାଣ୍ଡର ମାଷ୍ଟରପ୍ଲାନ୍ 

Police Special Story Honeytrap
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ