Advertisment

କଳାକାର ଅସଲି ହେଲେ ନିର୍ଦ୍ଦେଶକ ନକଲି, ଜାଣନ୍ତୁ..

ଆପଣ ଆକ୍ଟିଂ ପାଇଁ ବିକଳ ହେଉଛନ୍ତି କି? ଅଭିନୟ ପୂର୍ବରୁ ଦେଖନ୍ତୁ ଏହି ଭିଡିଓ..

author-image
Manoranjan Behera
Fake Film

Fake Film

ଲାଇଟ, କ୍ୟାମେରା, ଆକ୍ସନ । ଆରମ୍ଭ ହେଲା ସୁଟିଂ । ଡାଇରେକ୍ଟରଙ୍କ ଉପସ୍ଥିତିରେ ଅଭିନୟ କରୁଛନ୍ତି କଳାକାର । ଏହି କଥା ଶୁଣିଲା ପରେ ଭାବିବେ କୌଣସି ସିନେମା କିମ୍ବା ସିରିଏଲର ସୁଟିଂ ଚାଲୁଥିବା । କିନ୍ତୁ ପ୍ରକୃତ କଥା ହେଉଛି ଏହା ଏକ ଫେକ୍‌ ସୁଟିଂ । କଳାକାର ତ ଅସଲି କିନ୍ତୁ ନିଦେର୍ଶକ ପୂରା ନକଲି । କଳାକାରଙ୍କୁ ଭୂଆଁ ବୁଲାଇ ଟଙ୍କା ହଡପ କରିବା ପାଇଁ ଏମିତି ଫେକ୍‌ ସୁଟିଂ କରୁଛନ୍ତି ଜଣେ ଡାଇରେକ୍ଟର । ବଲାଙ୍ଗିରର ଯୁବ କଳାକାର ସୁଦାମ ଚରଣ ସିଂ ଠକେଇର ଶିକାର ହେବା ପରେ, ଜଣା ପଡିଛି ପୂରା କଳାକାରନାମା ।

Advertisment

ତେବେ ଘଟଣାଟି ଥିଲା କିଛି ଏମିତି । ଗତ ବର୍ଷ କରୋନା ସମୟରେ,ବଲାଙ୍ଗିର ପ୍ୟାଲେସ ଲାଇନର ଯୁବ କଳାକାର ସୁଦାମ ଚରଣ ସିଂ, ଅନଲାଇନରେ ଆକ୍ଟିଂ କୋର୍ସ କରୁଥିଲେ । କୋର୍ସ ସମୟରେ ବଲିଉଡ୍‌ରେ ଓ ସିନେମାନେ କାମ କରିବା ପାଇଁ ଜଣେ ଛାତ୍ର ସୁଦାମଙ୍କୁ କହିଥିଲେ । ଏମିତିକି ନିଜକୁ ନିର୍ଦ୍ଦେଶକ ବୋଲାଉଥିବା ସଂଜୟ ମିଶ୍ର ନାମକ ଜଣେ ବ୍ୟକ୍ତିଙ୍କ ସହିତ ଯୋଗାଯୋଗ ବି କରାଇଥିଲେ । ଯୋଗାଯୋଗ ହେବା ପରେ ନିଜେ କିଛି ବଲିଉଡ ଅଭିନେତାଙ୍କ ସହ ଉଠାଇଥିବା ଫଟୋକୁ ସୁଦାମଙ୍କୁ ପଠାଇଥିଲେ ସମ୍ପୃକ୍ତ ବ୍ୟକ୍ତି ଜଣକ। ଖାଲି ଏତିକି ନୁହେଁ ବରଂ ସୁଦାମଙ୍କୁ ଅଭିନୟରେ ସୁଯୋଗ ଦେବା ପାଇଁ କହିଥିଲେ ସଂଜୟ।

ବିଶ୍ୱାସ ଜିତିବା ପରେ ସିକ୍ୟୁରିଟି ବାବଦରେ ସୁଦାମଙ୍କଠୁ ୭୭ ହଜାର ଟଙ୍କା ନେଇଥିଲେ ସଂଜୟ । ହେଲେ ସୁଟିଂ ପାଇଁ ସୁଦାମଙ୍କୁ ଆଉ ଡକାଯାଇନଥିଲା । ଅଭିନୟ କାହିଁକି ହେଉନି ସେନେଇ ପ୍ରଶ୍ନ କରିବା ସହ ଟଙ୍କା ମାଗିଥିଲେ ସୁଦାମ । ହେଲେ ଜାଣିବାକୁ ପାଇଥିଲେ ସିଏ ଠକାମୀର ଶିକାର ହୋଇଛନ୍ତି ।

Advertisment

ସୋସିଆଲ ମିଡିଆରେ ଏନେଇ ପୋଷ୍ଟ ମଧ୍ୟ ସେୟାର । ବିଭିନ୍ନ ଫେକ ଆଇ.ଡି ଖୋଲି ଏବେ ବି ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ବିଜ୍ଞାପନ ଦେଉଛନ୍ତି ନିଦେର୍ଶକ ସଂଜୟ ମିଶ୍ର । ବଲିଉଡ୍‌ ଓ ବିଭିନ୍ନ ସିନେମାରେ କାମ କରିବାକୁ କହି ନିଜେ କରିଥିଲା ନକଲି ସୁଟିଂ ସେଟ୍‌ରେ ସୁଟିଂ କରାଉଛନ୍ତି ସଂଜୟ । ଗୁରୁତ୍ୱପୂର୍ଣ୍ଣ କଥା ହେଲା, କେବଳ ସୁଦାମ ନୁହନ୍ତି ବରଂ ୫୫ ଜଣ ଠକ କଳାକାରଙ୍କୁ ଏମିତି ଚୁନା ଲଗାଇଛନ୍ତି ସଂଜୟ । ତେବେ ସତ ଜାଣିବା ପରେ ସଂଜୟ ମିଶ୍ର ଅଡିଓ ମେସେଜ ମାଧ୍ୟମରେ ସୁଦାମଙ୍କୁ ଧମକ ଚମକ ଦେଇଥିଲା ।

ତେବେ ପୂରା ଘଟଣାକୁ ନେଇ ସାଇବର ଥାନାରେ ଅଭିଯୋଗ କରିଛନ୍ତି ସୁଦାମ । ପୋଲିସ ଘଟଣାରେ ମାମଲା ରୁଜୁ କରିଛି ଏବଂ ଖୁବଶୀଘ୍ର ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି ।

ତେବେ ଆକ୍ଟିଂ କରିବାକୁ ଯାଇ ହଜାର ହଜାର ଟଙ୍କା ହରାଉଛନ୍ତି ଶହଶହ ଯୁବକ। ଯାହାକୁ ନେଇ ଏବେ ପୂରା ବଲାଙ୍ଗିର ଅଂଚଳରେ ବେଶ୍‌ ଚର୍ଚ୍ଚା ଚାଲିଛି ।

(ରିପୋର୍ଟର- ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର)

Scam Special Story
Advertisment
Advertisment