Advertisment

ହେଲମେଟ୍‌ ଚେକିଂ ବେଳେ ମାଡ଼ମରା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ଏସ୍‌ପି

ଗତ ରାତିରେ ବାଇକ୍ ଚାଳକ ଜଣକ ବିନା ହେଲମେଟରେ କେନ୍ଦ୍ରାପ଼ଡା ଅଭିମୁଖେ ଯାଉଥିବା ବେଳେ ପୁଲିସ ତାଙ୍କୁ ଅଟକାଇଥିଲା । ଏହାପରେ ହେଲମେଟ୍ କାହିଁ ବୋଲି ପ୍ରଶ୍ନ କରିଥିଲା । ତେବେ ପୁଲିସ ତାଙ୍କୁ ଦୁର୍ବ୍ୟବହାର କରିଥିବା ଚାଳକ ଅଭିଯୋଗ କରିଥିଲେ । ସେପଟେ ବାଇକ୍ ଚାଳକ ହେଲମେଟ୍ ପିନ୍ଧିନଥିବା ବେଳେ ପଚାରିବାରୁ ଡ୍ୟୁଟିରେ ଥିବା ମହିଳା SIଙ୍କୁ ଦୁର୍ବ୍ୟବହାର କରିଥିବା ପୁଲିସ କହିଥିଲା।

ଅଦ୍ୟତନ ହୋଇଛି
Police vs Public

Police vs Public

Advertisment

କେନ୍ଦ୍ରାପଡା: ହେଲମେଟ୍ ଚେକିଂ ବେଳେ ମାଡ଼ ଘଟଣାରେ ପଦକ୍ଷେପ ନେଲା ଜିଲ୍ଲା ପ୍ରଶାସନ। ହେଲମେଟ୍ ଚେକିଂ ବେଳେ ଜଣେ  ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ମାଡ ମାରିବା ପୋଲିସ ପାଇଁ ମହଙ୍ଗା ପଡିଛି। ଏହି ଘଟଣାରେ ୬ଜଣ ପୋଲିସ କର୍ମଚାରୀଙ୍କୁ କେନ୍ଦ୍ରାପଡ଼ା ଏସ୍‌ପି ସମ୍ବିତ ସମ୍ପଦ ନିଲମ୍ବିତ କରିଛନ୍ତି। ଜଣେ ହାବିଲଦାର ଓ ୫ କନଷ୍ଟେବଲଙ୍କୁ ଏସ୍‌ପି ନିଲମ୍ବିତ କରିଛନ୍ତି। କାଲି ହେଲମେଟ ଯାଞ୍ଚ ବେଳେ ସେନା କର୍ମଚାରୀଙ୍କୁ ପିଟିଥିବା ଅଭିଯୋଗ ପରେ ଆଜି ଏଭଳି ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ। 

Advertisment

ଗତ ରାତିରେ ବାଇକ୍ ଚାଳକ ଜଣକ ବିନା ହେଲମେଟରେ କେନ୍ଦ୍ରାପ଼ଡା ଅଭିମୁଖେ ଯାଉଥିବା ବେଳେ ପୁଲିସ ତାଙ୍କୁ ଅଟକାଇଥିଲା । ଏହାପରେ ହେଲମେଟ୍ କାହିଁ ବୋଲି ପ୍ରଶ୍ନ କରିଥିଲା । ତେବେ ପୁଲିସ ତାଙ୍କୁ ଦୁର୍ବ୍ୟବହାର କରିଥିବା ଚାଳକ ଅଭିଯୋଗ କରିଥିଲେ । ସେପଟେ ବାଇକ୍ ଚାଳକ ହେଲମେଟ୍ ପିନ୍ଧିନଥିବା ବେଳେ ପଚାରିବାରୁ ଡ୍ୟୁଟିରେ ଥିବା ମହିଳା SIଙ୍କୁ ଦୁର୍ବ୍ୟବହାର କରିଥିବା ପୁଲିସ କହିଥିଲା।  ଚେକିଂ କରୁଥିବା ପୋଲିସ ଓ ବାଇକ ଚାଳକଙ୍କ ମଧ୍ୟରେ ପ୍ରଥମେ ପାଟିତୁଣ୍ଡ ଏବଂ ପରେ ଧସ୍ତାଧସ୍ତି ହୋଇଥିଲା।

Driving Without Helmet Odisha Police Kendrapara
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ