Advertisment

ଏମରଜେନ୍ସି ଡ୍ୟୁଟିରେ ଅଛନ୍ତି...ଅଚିନ୍ତା ନିଦରେ ଘୁଙ୍ଗୁଡି ମାରୁଛନ୍ତି

ଏମିତି କିଛି ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜରେ। ଦକ୍ଷିଣ ଓଡିଶାର ବଡ ମେଡିକାଲ। ଚିକିତ୍ସା ପାଇଁ ନିଇତି ଏଠାକୁ ହଜାର ହଜାର ରୋଗୀ ଆସନ୍ତି। ହେଲେ ନିଜ ଦାୟିତ୍ୱକୁ କେମିତି ସରକାରୀ ବାବୁମାନେ ସଂପାଦନ କରୁଛନ୍ତି ତାହାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି

ଅଦ୍ୟତନ ହୋଇଛି
MKCG Hospital Niramaya Medicine Store

MKCG

Advertisment

ଭାଇ ଟିକିଏ ଶୁଣନ୍ତୁ...ଏମରଜେନ୍ସି ଅଛି....ପ୍ଲିଜ ଟିକିଏ ଶୁଣନ୍ତୁ...ବାସ୍‌ ଏମିତି କହି କହି କବାଟକୁ ଜୋରଦାର ବାଡେଇବାରେ ଲାଗିଥିଲେ ରୋଗୀଙ୍କ ସମ୍ପର୍କୀୟ। ହେଲେ ନାଇଟ୍‌ ଡ୍ୟୁଟିରେ ନିରାମୟ ଔଷଧ ଦୋକାନରେ କାର୍ଯ୍ୟରତ ବାବୁଙ୍କ ନିଦ କିନ୍ତୁ ଭାଙ୍ଗୁନଥିଲା । ଏମରଜେନ୍ସି ଡ୍ୟୁଟିରେ ଥିବା ପରେ ବି ନିଘୋଡ ନିଦରେ ବାବୁ ଏମିତି ଶୋଇଥିଲେ ଯେ ଯେତେ ଡାକିଲେ ବି ସେ ଶୁଣିନଥିଲେ । ରାତିରେ ଡ୍ୟୁଟିରେ ଥାଇ ବି ଅଚିନ୍ତା ନିଦରେ ମାରିଚାଲିଥିଲେ ଘୁଙ୍ଗୁଡି। ଆଉ ସେପଟେ ସାମ୍ନାପଟ କବାଟକୁ ବାଡେଇ ବାଡେଇ ଔଷଧ ଦେବା ଲାଗି ଅନୁରୋଧ କରୁଥିଲେ ରୋଗୀ ସମ୍ପର୍କୀୟ କିନ୍ତୁ ପାଇନଥିଲେ କିଛି ଔଷଧ।

Advertisment

ଏମିତି କିଛି ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜରେ। ଦକ୍ଷିଣ ଓଡିଶା ର ବଡ ମେଡିକାଲ। ଚିକିତ୍ସା ପାଇଁ ନିଇତି ଏଠାକୁ ହଜାର ହଜାର ରୋଗୀ ଆସନ୍ତି। ହେଲେ ନିଜ ଦାୟିତ୍ୱକୁ କେମିତି ସରକାରୀ ବାବୁମାନେ ସଂପାଦନ କରୁଛନ୍ତି ତାହାର ଦୃଶ୍ୟ ଏବେ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି। ଅଧା ରାତିରେ ରୋଗୀଙ୍କୁ ନେଇ ମେଡିକାଲ ଆସୁଛନ୍ତି ପରିବାର ଲୋକ। ହେଲେ ଡାକ୍ତରଙ୍କ ପରାମର୍ଶକ୍ରମେ ସଂପର୍କୀୟମାନେ ଯେତେବେଳେ ଔଷଧ ଆଣିବାକୁ ଯାଉଛନ୍ତି ତାଙ୍କୁ ଔଷଧ ଦେବା ତ ଦୂରର କଥା ବରଂ ଅଚିନ୍ତା ନିଦରେ ଶୋଉଛନ୍ତି ନିରାମୟ ଔଷଧ ଦୋକାନୀ। ଆଉ ଔଷଧ ନପାଇ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ରୋଗୀ।

ଅଧିକ ପଢ଼ନ୍ତୁ: ନିରାମୟ କାଉଣ୍ଟରରେ ରୋଗୀଙ୍କୁ ଏକ୍ସପାଏରୀ ମେଡିସିନ ଦିଆଯାଇଥିବା ଅଭିଯୋଗ

Advertisment

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସ୍ୱାସ୍ଥ୍ୟ କ୍ଷେତ୍ରରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ସହିତ କେମିତି ସବୁ ବର୍ଗର ଲୋକ ସରକାରୀ ମେଡିକାଲରେ ସବୁ ପ୍ରକାର ସୁବିଧା ପାଇବେ ସେନେଇ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଉଛନ୍ତି। ହେଲେ ବାସ୍ତବରେ କେମିତି ଅଧା ରାତିରେ ସରକାରୀ ବାବୁମାନେ ଡ୍ୟୁଟି କରନ୍ତି ତାହା ଏମକେସିଜି ମେଡିକାଲରୁ ସ୍ପଷ୍ଟ ହୋଇଛି।

(ରିପୋର୍ଟ- ଅଶୋକ ବ୍ରହ୍ମା, ବ୍ରହ୍ମପୁର)

MKCG Hospital
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ