Advertisment

Honeymoon Murder: ସ୍ୱାମୀକୁ ହତ୍ୟା କରି ଏମିତି ଖସିଯାଇଥିଲା ସୋନମ୍, ପୋଲିସ୍ କହିଲା...

କାରରେ ଯିବାବେଳେ ସୋନମ୍ ଗୋଟିଏ ବୁର୍ଖା ପନ୍ଧିଥିଲା । କୌଣସି ସ୍ଥାନରେ ମୁହଁ ଦେଖାଇନଥିଲା । ମୁହଁ ଘୋଡାଇ ପୂରା ଗୁପ୍ତ ଭାବେ ଯାଇଥିଲା । ଏପରିକି ହଜାରେ କିଲୋମିଟର ଭିତରେ ସେ ଖାଇବାକୁ କେଉଁଠି ଓହ୍ଲାଇନଥିଲା । ସେ ଚାହୁଁନଥିଲା ଗାଡି କେଉଁଠି ରହୁ ବୋଲି ।

ଅଦ୍ୟତନ ହୋଇଛି
murder

murder

Advertisment

ଧୀରେ ଧୀରେ ଖୋଲୁଛି ରହସ୍ୟ । ହନିମୁନରେ ଯାଇ ସ୍ୱାମୀକୁ ପ୍ରେମିକ ଦ୍ୱାରା ହତ୍ୟା କଲା । ଭାବିଥିଲା, ତାର ଚାଲ୍ ପଦାକୁ ଆସିବନି । କେହି କିଛି ଜାଣିପାରିବେନି । ସେଇଥିପାଇଁ ଇନ୍ଦୋରରୁ ମେଘାଳୟ ଯାଇ ଭିଆଇଲା ହତ୍ୟାକାଣ୍ଡ । ଫୋନରେ ନିଜ ଶାଶୁଙ୍କୁ କହିଥିଲା ବାହାଘର ପରେ ପ୍ରଥମ ବ୍ରତ ରଖୁଛି, ତେଣୁ ନଖାଇଲେ ଚଳିବ । ଜଣେ ପତିବ୍ରତା ନାରୀ ଭାବେ ଦେଖେଇ ହେବାକୁ ଚେଷ୍ଟା କରିଥିଲା । କିନ୍ତୁ ମନ ଭିତରେ ଭରି ରହିଥିଲା ବିଷ । ନିଜ ସ୍ୱାମୀଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟେଇବାକୁ କରିଥିଲା ଯୋଜନା । ଅଭିଯୁକ୍ତ ପତ୍ନୀ ସୋନମକୁ ପୋଲିସ ଗିରଫ କରିବା ପରେ ଘଟଣା ଉପରୁ ପରଦା ହଟୁଛି । ସୋନମକୁ ରିମାଣ୍ଡରେ ଆଣି ପଚରାଉଚରା କରୁଛି ପୋଲିସ୍ ।

Advertisment

ହତ୍ୟାକାଣ୍ଡ ପରେ କେମିତି ଖସିଯିବାରେ ସକ୍ଷମ ହୋଇଥିଲା ସୋନମ୍ ? ଏହା ଉପରେ ପୋଲିସ ଗୁଡେଇତୁଡେଇ ଅନେକ ପ୍ରଶ୍ନ ପଚାରୁଛି । କାରରେ ସୋନମ୍ ମେଘାଳୟରୁ ଯାଇ ଉତ୍ତ୍ରପ୍ରଦେଶର ବାରଣାସୀରେ ପହଞ୍ଚିଥିଲା । ଏହି କାରର ଡ୍ରାଇଭର୍ ମୋହିତକୁ ବି ପଚରାଉଚରା କରି ପୋଲିସ ତଥ୍ୟ ଉଗାଳୁଛି । ମୋହିତ ଏକ ଟ୍ରାଭେଲ୍ ଏଜେନସୀରେ କାମ କରେ । ଡ୍ରାଇଭର୍ ଦେଇଥିବା ବୟାନ ଅନୁଯାୟୀ, ସେ ଓ ପୀୟୂଷଙ୍କୁ ରାଜ ଭଡାରେ ଆଣିଥିଲା । ଜୁନ୍ ୮ ତାରିଖରେ ଗୋଟିଏ ଏର୍ଟିଗାରେ ଯାତ୍ରା ଆରମ୍ଭ କରିଥିଲେ । ହତ୍ୟାକାଣ୍ଡ ପରେ ଏହି କାରରେ ମେଘାଳୟରୁ ଯାଇ ଉତ୍ତରପ୍ରଦେଶରେ ପହଞ୍ଚିଥିଲେ । ପାଖାପାଖି ହଜାରେ କିଲୋମିଟର ରାସ୍ତା ।

ଅଧିକ ପଢ଼ନ୍ତୁ: ବିବାହ ପୂର୍ବରୁ ମା'କୁ ଧମକ ଦେଇଥିଲା ସୋନମ୍, ଯଦି ରାଜାଙ୍କୁ ବାହା ହୁଏ ତାହେଲେ....

Advertisment

କିନ୍ତୁ ଏହି କାରରେ ଯିବାବେଳେ ସୋନମ୍ ଗୋଟିଏ ବୁର୍ଖା ପନ୍ଧିଥିଲା । କୌଣସି ସ୍ଥାନରେ ମୁହଁ ଦେଖାଇନଥିଲା । ମୁହଁ ଘୋଡାଇ ପୂରା ଗୁପ୍ତ ଭାବେ ଯାଇଥିଲା । ଏପରିକି ହଜାରେ କିଲୋମିଟର ଭିତରେ ସେ ଖାଇବାକୁ କେଉଁଠି ଓହ୍ଲାଇନଥିଲା । ସେ ଚାହୁଁନଥିଲା ଗାଡି କେଉଁଠି ରହୁ ବୋଲି । ସୋନମ୍ ପ୍ରାଣହରାଇଛି ବୋଲି ଆଶଙ୍କା କରି ପୋଲିସ୍ ଯେତେବେଳେ ପାହାଡିଆ ଅଞ୍ଚଳରେ ଖୋଜାଖୋଜି କରୁଥିଲା, ସେତେବେଳେ ସୋନମ୍ ଯାଇ ଉଠିଥିଲା ଉତ୍ତର ପ୍ରଦେଶରେ ।

ସୋନମ୍ ବାରଣାସୀଠାରୁ ୯୦ କିଲୋମିଟର ଦୂର ଗାଜିପୁରରେ ଜୁନ୍ ୯ ତାରିଖରେ ପହଞ୍ଚିଥିଲା । ଜଣେ ଢ଼ାବା ମାଲିକଙ୍କ ମୋବାଇଲରୁ ତା ଭାଇ ପାଖକୁ ଫୋନ୍ କରିଥିଲା । ଏହାପରେ ପୋଲିସ ଟ୍ରାକ କରି ସୋନମକୁ ଧରିବାରେ ସକ୍ଷମ ହୋଇଥିଲା ।

Advertisment

ଏହାପରେ ସ୍ୱାମୀ ହତ୍ୟା ଅଭିଯୋଗରେ ଗିରଫ ହୋଇଥିଲା ସୋନମ୍ । ତା ପ୍ରେମିକ ଓ ଅନ୍ୟ ୩ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି ।

ଅଧିକ ପଢ଼ନ୍ତୁ: ପ୍ରେମିକ ରାଜ୍ ପାଇଁ ସ୍ବାମୀ ରାଜାକୁ ହତ୍ୟା; ହରର ହନିମୁନ୍, ବେୱଫା ସୋନମ୍ ! 

Murder Meghalaya Indore Honeymoon
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ