Advertisment

Son Turns Attacker: ନିଶାଶକ୍ତପୁଅ ପୁଅର ଉନ୍ନତକାଣ୍ଡ; ପାଲଟିଲା ପିଶାଚ, ବାପାମା’ଙ୍କୁ ହାଣି କଲା ହତ୍ୟା...

ସାମାନ୍ୟ କଥା ପାଇଁ ବାପାମା’ଙ୍କୁ ଗୋରୁଗାଈ ପରି ନିସ୍ତୁକ ପିଟିଲା, ସେତିକିରେ ଶାନ୍ତ ହେଲାନି ରାଗ। ଘୋଷାଡ଼ି ଘୋଷାଡ଼ି ଦାଣ୍ଡକୁ ଆଣି ପଥରରେ ଛେଚିଲା ।

ଅଦ୍ୟତନ ହୋଇଛି
Son Turns Attacker

Son Turns Attacker

Advertisment

ଯାହାକୁ ଛୋଟରୁ ବଡ଼ କରିଥିଲେ...ଦୁନିଆ ଦେଖାଇଥିଲେ...ବିପଦ ଆସିଲେ ଗଛ ପରି ଛାଇ ଦେଉଥିଲେ...ସେହି ପୁଅ ପାଲଟିଗଲା ନୃଶଂସ। ଘଟାଇଲା ଜଘଂନ୍ୟକାଣ୍ଡ। ସାମାନ୍ୟ କଥା ପାଇଁ ବାପାମା’ଙ୍କୁ ଗୋରୁଗାଈ ପରି ନିସ୍ତୁକ ପିଟିଲା, ସେତିକିରେ ଶାନ୍ତ ହେଲାନି ରାଗ। ଘୋଷାଡ଼ି ଘୋଷାଡ଼ି ଦାଣ୍ଡକୁ ଆଣି ପଥରରେ ଛେଚିଲା । ଧାରୁଆ ଅସ୍ତ୍ରରେ ହାଣି କଲା ହତ୍ୟା। 

Advertisment

ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଧାନପାଳ ଗାଁରୁ ଆସିଛି ଏପରି ଅଭିଯୋଗ। ପୋଲିସ ଅଭିଯୁକ୍ତ ପୁଅ ହିମାଂଶୁକୁ ଗିରଫ କରିଛି। ଦୁଇ ପୁଅ ଓ ୨ ଝିଅକୁ ନେଇ  ହାଡ଼ିବନ୍ଧୁ ସାହୁ ଓ ଶାନ୍ତିଲତାଙ୍କର ଥିଲା ଛୋଟିଆ ସଂସାର। ପାଠପଢ଼ାଇ ୪ ସନ୍ତାନକୁ କରିଥିଲେ ମଣିଷ।  ବଡ଼ ପୁଅ ବାହାର ରାଜ୍ୟରେ ରହୁଥିବାବେଳେ ୨ ଝିଅ ବିବାହ କରି ସାରିଛନ୍ତି। ସାନ ପୁଅ ହିମାଂଶୁଙ୍କ ପାଖରେ ରହୁଥିଲେ ହାଡ଼ିବନ୍ଧୁ ଓ ତାଙ୍କ ସ୍ତ୍ରୀ। ଉଭୟଙ୍କ ବୟସ୍କ ହୋଇଗଲାଣି। ଅଣ୍ଟା ନଇଁ ଗଲାଣି, ଆଖିକି ଭଲକି ଦିଶୁନାହିଁ, ଚର୍ମ ମଧ୍ୟ ଧୁଡ଼ୁଧୁଡ଼ୁ ହୋଇଗଲାଣି, ଆଶାବାଡ଼ି ହଁ ସାହାଭରସା।  

ବାପାମା’ଙ୍କ ଏପରି ଅବସ୍ଥାରେ ମଧ୍ୟ ନିର୍ଦ୍ଦୟ ପୁଅକୁ ଆସିଲାନି ଟିକେ ଦରଦ। ପୁଅ ପାଲଟିଗଲା ପିଶାଚ। ଗତକାଲି ରାତିରେ ନିଶାସକ୍ତ ଅବସ୍ଥାରେ  ଘରକୁ ଫେରିଲା। ଏହା ଦେଖି ପୁଅ ଉପରେ ପାଟି କରିଥିଲେ ହାଡ଼ି ବନ୍ଧୁ ଓ ତାଙ୍କ ସ୍ତ୍ରୀ’। ଏଥିରେ ଉତ୍‌କ୍ଷିପ୍ତ ହୋଇଯାଇଥିଲା ହିମାଂଶୁ। ଉଭୟଙ୍କୁ ନିସ୍ତୁକ ଭାବରେ ପିଟିଥିଲା। ସେତିକିରେ ରାଗ  ଶାନ୍ତ ହୋଇନଥିଲା। ଉଭୟଙ୍କୁ ଟାଣି ଟାଣି ଘର ବାହାରକୁ ଆଣିଲା, ପଥରରେ ଛେଚିଥିଲା, ପରେ ଏକ ଧାରୁଆ ଅସ୍ତ୍ର ଆଣି ନୃଂଶସ ଭାବେ କରିଥିଲା ହତ୍ୟା।

Advertisment

ହିମାଂଶୁଙ୍କ ଦ୍ୱିତୀୟ ସ୍ତ୍ରୀ ପାଖରେ ଥିଲେ ସ୍ୱାମୀଙ୍କୁ ଅଟକାଇ ନଥିଲେ। ଗ୍ରାମବାସୀ ଘଟଣା ସଂପର୍କରେ ପୋଲିସକୁ ଜଣାଇଥିଲେ। ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି।

ଅଧିକ ପଢନ୍ତୁ: ବୋହୂଙ୍କୁ ଦୁଷ୍କର୍ମ କରି ହତ୍ୟା କଲା ଶ୍ବଶୁର, ୧୦ ଫୁଟ ଗାତରୁ ମିଳିଲା ମୃତଦେହ

Advertisment
Crime News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ