Advertisment

ଏମିତି ପୁଅକୁ ଧିକ୍‌ ! ବେଡ୍‌ରେ ପରିସ୍ରା କରିଦେଲେ ପାରାଲିସିସ୍‌ ବାପା, ତଣ୍ଟି ଚିପି ମାରିଦେଲା ପୁଅ...

୨୦ ‍ବର୍ଷୀୟ ଯୁବକ ନିଜର ପକ୍ଷାଘାତ ବାପାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ବେଡ୍‌ ଉପରେ ବାପା ପରିସ୍ରା କରି ଦେବାରୁ ପୁଅ ଏହି ହତ୍ୟା କରିଥିଲା।

ଅଦ୍ୟତନ ହୋଇଛି
Son kills Paralysed Father For Urinating On Bed

Son kills paralysed father for urinating on bed

Advertisment

ସବୁ ବାପାମା’ଙ୍କର ଆଶା ଥାଏ, ପରିଣତ ବୟସରେ ସନ୍ତାନମାନେ ସେମାନଙ୍କର ଦେଖାଶୁଣା କରିବେ। ହେଲେ ଆଜିକାଲିର କିଛି ପିଲା ବାପାମା’ଙ୍କୁ ପଚାରିବେ କ’ଣ ସେମାନଙ୍କର ଜୀବନ ନେବାକୁ ମଧ୍ୟ ପଛାଉ ନାହାନ୍ତି। କିଏ ସମ୍ପତ୍ତି ଲୋଭରେ ବାପାମା’ଙ୍କୁ ହତ୍ୟା କଲାଣି ତ ଆଉ କିଏ ସେବା କରିବାକୁ ପଡ଼ିବ ବୋଲି ବାପାମା’ଙ୍କୁ ନେଇ ବୃଦ୍ଧାଶ୍ରମରେ ଛାଡ଼ି ଦେଉଛନ୍ତି। ଦିଲ୍ଲୀର ଆନନ୍ଦ ପର୍ବତ ଅଞ୍ଚଳରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ୨୦ ‍ବର୍ଷୀୟ ଯୁବକ ନିଜର ପକ୍ଷାଘାତ ଆକ୍ରାନ୍ତ (ପାରାଲିସିସ୍‌) ବାପାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ପୁଅର ନାଁ ସୁମିତ ଶର୍ମା। ପୋଲିସ୍‌ ତାକୁ ଗିରଫ କରିଛି। 

Advertisment

ଅଧିକ ପଢ଼ନ୍ତୁ: ଏମିତି ପୁଅ କାହାକୁ ନମିଳୁ ! ବାପା ଗାଳି କଲେ ବୋଲି ଖଣ୍ଡ ଖଣ୍ଡ କରି କାଟିଦେଲା ପୁଅ

ପୋଲିସ୍‌ ତଦନ୍ତ ବେଳେ ସୁମିତଙ୍କ ଜଣେ ପଡ଼ୋଶୀଙ୍କ ବୟାନ ରେକର୍ଡ କରାଯାଇଥିଲା। ପଡ଼ୋଶୀଙ୍କ କହିବା ଅନୁସାରେ, ଘଟଣା ଦିନ ସନ୍ଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ ଜିତେନ୍ଦ୍ର ଶର୍ମା ଓ ତାଙ୍କ ପୁଅ ସୁମିତ ମିଶିକି ମଦ୍ୟପାନ କରିଥିଲେ। ହେଲେ ସୁମିତ ଅଭିଯୋଗ କରିଥିଲେ, ପଡ଼ୋଶୀ ତାଙ୍କ ବାପାଙ୍କ ହତ୍ୟା କରିଛନ୍ତି। ତେବେ ସୁମିତଙ୍କୁ ଲଗାତାର ପଚରାଉଚରା ପରେ ସେ ନିଜ ଅପରାଧ ସ୍ୱୀକାର କରିଥିଲା। 

Advertisment

ସୁମିତ ପୋଲିସ୍‌କୁ କହିଥିଲା, ତାଙ୍କ ବାପା ଜିତେନ୍ଦ୍ର ପାରାଲିସିସ୍‌ରେ ଆକ୍ରାନ୍ତ ଥିଲେ। ବାପାଙ୍କର ଦେଖାଶୁଣା ସେ ଏକାକୀ ହିଁ କରୁଥିଲେ। ଏପରିକି ତାଙ୍କ ବାପା ମଦ୍ୟପାନ ମଧ୍ୟ କରୁଥିଲେ। ଘଟଣା ଦିନ ଉଭୟ ମିଶି ସକାଳୁ ମଦ୍ୟପାନ କରିଥିଲେ। ତେବେ ସନ୍ଧ୍ୟା ବେଳେ ଜିତେନ୍ଦ୍ର ବେଡ୍‌ରେ ପରିସ୍ରା କରି ଦେଇଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ସୁମିତ, ଜିତେନ୍ଦ୍ରଙ୍କ ତଣ୍ଟି ଚିପି ହତ୍ୟା କରିଥିଲା। 

ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଜଣେ ବ୍ୟକ୍ତି ପୋଲିସ୍‌କୁ ଫୋନ୍‌ କରି ହତ୍ୟା ସମ୍ପର୍କରେସୂଚନା ଦେଇଥିଲେ। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଦେଖିବାକୁ ପାଇଥିଲା, ବେହୋସ ଅବସ୍ଥାରେ ବେଡ୍‌ ଉପରେ ଜିତେନ୍ଦ୍ର ପଡ଼ିଛନ୍ତି। ତାଙ୍କୁ ହସ୍ପିଟାଲ୍‌ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ମୃତଦେହର ପୋଷ୍ଟମର୍ଟମ କରାଯାଇଥିଲା। ତଣ୍ଟି ଚିପି ହତ୍ୟା କରାଯାଇଥିବା ରିପୋର୍ଟରେ ଜଣାପଡ଼ିଥିଲା। ପୋଲିସ୍‌ ସୂଚନା ଅନୁସାରେ, ମଦ ପିଇ ପତ୍ନୀଙ୍କୁ ଜିତେନ୍ଦ୍ର ମାର୍‌ପିଟ୍‌ କରିବାରୁ ପତ୍ନୀ ତାଙ୍କୁ କିଛି ବର୍ଷ ପୂର୍ବେ ଛାଡ଼ି ଦେଇଥିଲେ।

Advertisment
Murder Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ