Advertisment

Special Story: ଏମିତି ଜ୍ୱାଇଁ ଆମର ଦରକାର ନାହିଁ, ସ୍ତ୍ରୀ ପାଇଁ ଶ୍ୱଶୁର ଘରେ ସ୍ୱାମୀ ପକାଇଲା ବୋମା

ସ୍ତ୍ରୀକୁ ନ ଛାଡ଼ିବାରୁ ରକ୍ତ ଚାଉଳ ଚୋବାଉଥିଲା ଜ୍ୱାଇଁ । ଶ୍ୱଶୁର ଘର ଲୋକଙ୍କୁ ପାନେ ଦେବା ପାଇଁ ରଚିଥିଲା ପ୍ଲାନ ଆଉ ନିଶବ୍ଦ ରାତିରେ କରିଥିଲା ଭୟଙ୍କର ଆକ୍ରମଣ।

ଅଦ୍ୟତନ ହୋଇଛି
ସ୍ତ୍ରୀ ପାଇଁ, ଶ୍ୱଶୁର ଘରେ ବମିଂ

ସ୍ତ୍ରୀ ପାଇଁ, ଶ୍ୱଶୁର ଘରେ ବମିଂ

Advertisment

ଜ୍ବାଇଁର ବୋମା ମାଡ଼ରେ ଥରିଲା ଶ୍ବଶୁର ଘର। ସ୍ତ୍ରୀକୁ ନେବାକୁ ବାଇକରେ ଗ୍ୟାଙ୍ଗ୍‌ ନେଇ ଆସିଲା । ରାତି ଅଧରେ ବମିଂ କରି ଛିନ ଛତ୍ର କରିଦେଲା । ରାମ ନବମୀ ସକାଳୁ ନରସିଂହପୁର ଥାନା ଅନ୍ତର୍ଗତ ମୁସଲିମ ବସ୍ତିରେ ଫୁଟିଥିଲା ବୋମା । ସ୍ତ୍ରୀକୁ ନ ଛାଡ଼ିବାରୁ ରକ୍ତ ଚାଉଳ ଚୋବାଉଥିଲା ଜ୍ୱାଇଁ । ଶ୍ୱଶୁର ଘର ଲୋକଙ୍କୁ ପାନେ ଦେବା ପାଇଁ ରଚିଥିଲା ପ୍ଲାନ ଆଉ ନିଶବ୍ଦ ରାତିରେ କରିଥିଲା ଭୟଙ୍କର ଆକ୍ରମଣ।

Advertisment

ଅଧିକ ପଢ଼ନ୍ତୁ: ପ୍ରଭାତୀ ପରିଡ଼ାଙ୍କ ବଡ଼ ଘୋଷଣା, ଚଳିତ ମାସରେ ପୁନର୍ଗଠନ ହେବ ସ୍ବୟଂ ସହାୟକ ଗୋଷ୍ଠୀ

ସୂଚନାନୁସାର, ମୁସଲିମ ସାହିର ସୁଲତାନ ମହମ୍ମଦଙ୍କ ଝିଅ ସ୍ୱାଲେହା ପରବିନଙ୍କୁ ଖୋର୍ଦ୍ଧା ମକୁନ୍ଦ ପ୍ରସାଦ ଗ୍ରାମର ଅବଦୁଲ ମନସୁର ଚାରି ବର୍ଷ ତଳେ ବିବାହ କରିଥିଲେ । ତେବେ ବାହାଘର ପରେ ମଧ୍ୟ ଅବଦୁଲର ବିଭିନ୍ନ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଥିଲା। ଏପରିକି ସେ ଗୋରୁ ବେପାରଠୁ ନେଇ ନିଶା କାରବାରରେ ମଧ୍ୟ ଲିପ୍ତ ଥିଲା । ଯାହାକୁ ନେଇ କିଛିଦିନ ହେବ ଅବଦୁଲ ଓ ପରବିନଙ୍କ ଭିତରେ ଝଗଡ଼ା ଲାଗୁଥିଲା । ଫଳରେ ସେ ନିଜ ବାପଘରକୁ ପଳେଇ ଆସିଥିଲେ । ଆଉ ଯେତେ ଡାକିଲେ ମଧ୍ୟ ଫେରି ନଥିଲେ । ଫଳରେ ଅବଦୁଲ ଏହି କାଣ୍ଡ ଭିଆଇଥିଲେ ।

Advertisment

ତେବେ ଝିଅକୁ ନ ଛାଡ଼ିଲେ ଘରେ ବୋମାମାଡ଼ କରିବ ବୋଲି ଶ୍ୱଶୁର ଘର ଲୋକଙ୍କୁ ଆଗରୁ ଧମକ ଦେଉଥିଲା ଅବଦୁଲ । ରବିବାର ବିଳମ୍ୱିତ ରାତିରେ ଅବଦୁଲ ନିଜ ତିନି ସହଯୋଗୀଙ୍କ ସହ ଦୁଇଟି ବାଇକରେ ଆସି ଶ୍ୱଶୁର ଘର ଉପରେ ଦୁଇ ବୋମା ପକାଇଥିଲେ। ଯେଉଁଥିରେ ଘରର କବାଟ, ଝରକା ସହ ବିଭିନ୍ନ ଆସବାବପତ୍ର ନଷ୍ଟ ହୋଇଛି । ତେବେ ଏନେଇ ସୁଲତାନଙ୍କ ପରିବାର ପକ୍ଷରୁ ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି ।

ଅଭିଯୋଗ ପରେ ନରସିଂହପୁର ଥାନା ପୋଲିସ ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ୍ ସହ ପହଞ୍ଚିଛନ୍ତି । ଏହି ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ତେବେ ରାତି ଅଧରେ ଘର ଉପରକୁ ଏପରି ବୋମାମାଡ଼ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି କରିଛି ।

Advertisment

Odisha Bomb Blast Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ