Son Killed Father
ବାପା ମାଆଙ୍କୁ ହାଣିଲା ପୁଅ । ପୁଅର ଟାଙ୍ଗିଆ ଚୋଟରେ ବାପା ଓ ମାଙ୍କ ମୃତ୍ୟୁ। ଚମ୍ପୁଆ ଥାନା କାଳିକାପ୍ରସାଦ ପଂଚାୟତ ବସିରା ଗାଁରେ ଘଟିଛି ଏଭଳି ଘଟଣା l ଆଜି ସକାଳ ପ୍ରାୟ ୮ଟା ସମୟରେ କୌଣସି କାରଣ ବଶତଃ ଗୋରା ମୁଣ୍ଡା ଏବଂ ପୁଅ ଧ୍ୟାନ ମୁଣ୍ଡା ମଧ୍ୟରେ ପ୍ରବଳ ପାଟି ତୁଣ୍ଡ ହୋଇଥିଲା । ଉତ୍ୟକ୍ତ ହୋଇ ପୁଅ ଧ୍ୟାନ ମୁଣ୍ଡା ଉଭୟ ବାପା ଗୋରା ମୁଣ୍ଡା ଏବଂ ମା ପାଲି ମୁଣ୍ଡାକୁ ଟାଙ୍ଗିଆରେ ହାଣି ଦେଇଥିଲା । ଏଥିରେ ବାପା ଗୋରା ମୁଣ୍ଡାର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ମା ପାଲି ମୁଣ୍ଡାକୁ ଗୁରୁତର ଅବସ୍ଥାରେ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ମାଆଙ୍କର ମୃତ୍ୟୁ ହୋଇଛି । ଚମ୍ପୁଆ ଥାନା ପୋଲିସ ପୁଅକୁ ଅଟକ ରଖି ତଦନ୍ତ ଜାରି ରଖିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1711260489.jpg)