Attack on IIC
କୋରାପୁଟ୍ ଜିଲ୍ଲା ନନ୍ଦପୁର ହାଟଶୁକୁରେ IIC ଙ୍କୁ ଆକ୍ରମଣ ଘଟଣାରେ ଆକ୍ସନ୍ ମୁଡରେ ପୋଲିସ । ଏନେଇ ନନ୍ଦପୁର ହାଟକୁଶରେ ୩ ପ୍ଲାଟୁନ ପୋଲିସ ଫୋର୍ସ ମୂତୟନ କରାଯାଇଛି । ସେପଟେ ଘଟଣାରେ ବହୁ ଲୋକଙ୍କୁ ଅଟକ ରଖି ପୋଲିସ ଜେରା ମଧ୍ୟ ଆରମ୍ଭ କରିଛି । ସମ୍ପୃକ୍ତ ଆସାମୀମାନଙ୍କୁ ଧରିବାକୁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଥିବା ପୋଲିସ ସୂଚନା ଦେଇଛି ।
ସେପଟେ ଅଞ୍ଚଳରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ହାଟକୁଶରେ ପୋଲିସ ଫ୍ଲାଗ ମାର୍ଚ୍ଚ କରିଛି । ଖୁବଶୀଘ୍ର ଆସାମୀ ମାନଙ୍କୁ ଧରି ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନନ୍ଦପୁର ଏସ୍ଡିପିଓ ସଂଜୟ ମହାପାତ୍ର କହିଛନ୍ତି । ତେବେ କାହିଁକି IIC ଙ୍କୁ ଆକ୍ରମଣ ହୋଇଛି, ତାହା ଅସ୍ପଷ୍ଟ ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us