Advertisment

କେଡ଼େ ନିଷ୍ଠୁର ! ମଣିଷ ବି କ’ଣ ଏମତି କାମ କରିପାରେ ?

ଗୁରୁତର କୁକୁରଟି ସେମିତି ପଡ଼ି ପଡ଼ି ଯନ୍ତ୍ରଣା ପାଇ ପାଇ ଶେଷରେ ଜୀବନ ହାରିଦେଲା ।

ଅଦ୍ୟତନ ହୋଇଛି
DOG Killed

DOG Killed

Advertisment

ହେ ଭଗବାନ ! ମଣିଷ ହୋଇ ମଧ୍ୟ ପଶୁଠାରୁ ହୀନ କାମ । ବିବେକ ବୋଲି କିଛି ନାହିଁ କହିଲେ ଭୁଲ ହେବନି । ଏମିତି ଜନ୍ମ ନହେବା ଭଲ । ଆପଣ ଭାବୁଥିବେ ଆମେ ଏମିତି କାହିଁକି କହୁଛୁ । ଆଜ୍ଞା ଘଟଣା କହିଲେ ଆପଣ ବି ସମାନ କଥା କହିବେ । ଭଗବାନ କାହିଁକି ଏଭଳି ମଣିଷଙ୍କୁ ଜନ୍ମ ଦିଅନ୍ତି !

Advertisment

କିଛି ଅମାନୁଷିକ ବ୍ୟକ୍ତି କୁକୁର ଦେହରେ ବାଣ ଲଗାଇ ତାକୁ ମାରିଦେଇଥିବା ଅଭିଯୋଗ ହୋଇଛି । ଏଭଳି କାଣ୍ଡ ଖୋଦ୍ ରାଜଧାନୀ ଭୁବନେଶ୍ୱରର ରାଜମହଲ ଅଞ୍ଚଳରେ ଘଟିଛି । କିଛି ଦିନ ତଳେ ଏହି ଘଟଣା ଘଟିଥିଲା । କିଛି ଅମାନୁଷିକ ବ୍ୟକ୍ତି କୁକୁର ବେକରେ ଓ ତାର ଲାଞ୍ଚରେ ବାଣ ବାନ୍ଧି ଦେଇଥିଲେ । ଆଉ ତା‘ପରେ ସେଥିରେ ନିଆଁ ଲଗାଇଦେଇଥିଲେ । ବାଣ ଫୁଟିବାରୁ କୁକୁରଟି ଗୁରୁତର ହୋଇପଡ଼ିଥିଲା । ଆଉ ଗୁରୁତର କୁକରକୁ ସେମିତି ରାସ୍ତା କଡ଼ରେ ଛାଡ଼ି ଦେଇ ବ୍ୟକ୍ତି ମାନେ ପଳାଇଥିଲେ । କୁକୁରଟି ସେମିତି ପଡ଼ି ପଡ଼ି ଯନ୍ତ୍ରଣା ପାଇ ପାଇ ଶେଷରେ ଜୀବନ ହାରିଦେଲା ।

ଏହି ଘଟଣା ଜଣାପଡ଼ିବା ପରେ କ୍ୟାପିଟାଲ ଥାନାରେ ଇଣ୍ଟରନ୍ୟାସନାଲ ହ୍ୟୁମାନ ରାଇଟ କମିଶନ ପକ୍ଷରୁ ଏକ ଏତଲା ଦିଆଯାଇଛି । ଯେଉଁମାନେ କୁକୁର ଦେହରେ ବାଣ ବାନ୍ଧି ଥିଲେ, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି । ସିଡିଭିଓଙ୍କ ତରଫରୁ ଖାରବେଳନଗର ଥାନାରେ ମଧ୍ୟ ଅଭିଯୋଗ କରାଯାଇଛି । ଏହାର ତଦନ୍ତ କରାଯାଉଥିବା କହିଛନ୍ତି, ପଶୁ ଓ ମତ୍ସ୍ୟ ସଂପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

Advertisment

Inhumanity
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ