ଗୋଟିଏ ପରିବାରର ୩ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ, ବନ୍ଦ ଘରୁ ସମସ୍ତଙ୍କୁ ଉଦ୍ଧାର

ଗୁରୁବାର ବିଳମ୍ବିତ ରାତିରେ ବନ୍ଦ ଘରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସମସ୍ତଙ୍କୁ SCB ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ସୌମ୍ୟଙ୍କ ବାପା ଉମାଚରଣ ପଣ୍ଡା ଓ ସରୋଜିନୀ ପଣ୍ଡାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅତି ସଂକଟାପନ୍ନ ରହିଛି ।

Cuttack

ପରିବାରର ୩ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ । ଗୁରୁତର ଅବସ୍ଥାରେ ବାପା, ମାଆ ଓ ପୁଅ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ସିଡିଏ ସେକ୍ଟର ୬ ଅଞ୍ଚଳରେ । ପୂରା ପରିବାର ବିଷ ପିଇ ଦେଇଥିବା ସୂଚନା ମିଳିଛି । ବାଙ୍ଗାଲୋରର ଏକ ଆଇଟି କମ୍ପାନୀରେ ସଫ୍ଟୱେର ଇଞ୍ଜିନିୟର ଥିବା ସୌମ୍ୟ ରଞ୍ଜନ ପଣ୍ଡାଙ୍କ ସହ ତାଙ୍କ ବାପା ଉମାଚରଣ ପଣ୍ଡା ଓ ମା' ସରୋଜିନୀ ପଣ୍ଡା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି ।

ସୂଚନା ଅନୁସାରେ ଗୁରୁବାର ବିଳମ୍ବିତ ରାତିରେ ବନ୍ଦ ଘରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସମସ୍ତଙ୍କୁ SCB ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ସୌମ୍ୟଙ୍କ ବାପା ଉମାଚରଣ ପଣ୍ଡା ଓ ସରୋଜିନୀ ପଣ୍ଡାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅତି ସଂକଟାପନ୍ନ ରହିଛି । ସମସ୍ତେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ।

ତେବେ କାହିଁକି ଗୋଟିଏ ପରିବାରର ତିନି ଜଣ ସଦସ୍ୟ ଆତ୍ମହତ୍ୟା ଉଦ୍ୟମ କଲେ ତାହା ସ୍ପଷ୍ଟ ହୋଇନାହିଁ। ସେପଟେ ମର୍କତ ନଗର ଥାନା ପୋଲିସ ଏହି ମାମଲାର ତଦନ୍ତ ଜାରି ରଖିଛି ।