Advertisment

ଶେଷରେ ମୁକୁଳିଲେ ସାମାଜିକ କର୍ମୀ ପ୍ରଫୁଲ୍ଲ ସାମନ୍ତରା

ପ୍ରଫୁଲ୍ଲଙ୍କୁ ଘରେ ଆଣି ଛାଡ଼ିଥିବା ବ୍ୟକ୍ତି ସାଦା ପୋଷାକରେ ଥିବାରୁ ପୋଲିସ କିମ୍ବା ଅନ୍ୟ କୌଣସି ବ୍ୟକ୍ତି ହୋଇଥାଇପାରନ୍ତି ବୋଲି ପ୍ରଫୁଲ୍ଲ ଆଶଙ୍କା କରୁଛନ୍ତି।

Prafulla Samantray

Prafulla Samantray

Advertisment

ଶେଷରେ ମୁକୁଳିଲେ ସାମାଜିକ କର୍ମୀ ପ୍ରଫୁଲ୍ଲ ସାମନ୍ତରା। ତାଙ୍କୁ ଗାଡ଼ିରେ ବସାଇ କିଛି ବ୍ୟକ୍ତି ବ୍ରହ୍ମପୁର ସ୍ଥିତ ହିଲପାଟଣା ଘରେ ଆଣି ଛାଡ଼ିଥିବା ସୂଚନା ମିଳିଛି। ରାତି ପ୍ରାୟ ୯ଟା ୪୦ରେ ଘରେ ଆଣି ଛାଡ଼ିଥିବା ସୂଚନା ମିଳିଛି। ପ୍ରଫୁଲ୍ଲଙ୍କୁ ଘରେ ଆଣି ଛାଡ଼ିଥିବା ବ୍ୟକ୍ତି ସାଦା ପୋଷାକରେ ଥିବାରୁ ପୋଲିସ କିମ୍ବା ଅନ୍ୟ କୌଣସି ବ୍ୟକ୍ତି ହୋଇଥାଇପାରନ୍ତି ବୋଲି ପ୍ରଫୁଲ୍ଲ ଆଶଙ୍କା କରୁଛନ୍ତି।

Advertisment

ଆଜି ଅପରାହ୍ନ ପ୍ରାୟ ୩ଟାବେଳେ ହୋଟେଲକୁ ଆସି କିଛି ଲୋକ ତାଙ୍କୁ ଉଠାଇ ନେଇଥିବା କୁହାଯାଉଥିଲା। ପ୍ରଫୁଲ୍ଲଙ୍କୁ ନେବା ପରଠୁ ତାଙ୍କ ମୋବାଇଲ୍ ସୁଇଚ୍ ଅଫ୍ ରହିଥିଲା। ମିଳିଥିବା ସୂଚନା ଅନୁଯାୟୀ, ଯୁବ କଂଗ୍ରେସ ପକ୍ଷରୁ ଆୟୋଜିତ ଏକ ପ୍ରେସମିଟ୍ ପାଇଁ ଯାଇଥିଲେ ପ୍ରଫୁଲ୍ଲ ସାମନ୍ତରାୟ। ତେବେ ପ୍ରଫୁଲ୍ଲଙ୍କୁ କେଉଁମାନେ ଏବଂ କାହିଁକି ଏଭଳି ଢଙ୍ଗରେ ନେଇଥିଲେ ତାକୁ ନେଇ ଏବେ ବି ନାନା ପ୍ରଶ୍ନ ଉଠୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ