Rescue the body
ଯାଜପୁର ଜିଲ୍ଲା ବଡ଼ସୁଆର ପାଖ ଖରସ୍ରୋତା ନଦୀରେ ଭାସିଯାଇ ନିଖୋଜ ହୋଇଥିବା ସମସ୍ତ ୬ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ଆଜି ସକାଳୁ ଜଣକର ମୃତଦେହ ବନ୍ଧମୁଣ୍ଡା ପାଖରୁ ନଦୀ ଭିତରୁ ଉଦ୍ଧାର କରାଯାଇଛି । ସମସ୍ତ ମୃତଦେହ ମିଳିବା ସହିତ ସର୍ଚ ଅପରେସନ ବନ୍ଦ ହୋଇଛି।
ଶୁକ୍ରବାର ଦିନ ବଡ଼ସୁଆର ଗାଁରେ ସଂକୀର୍ତ୍ତନ ସହ ହୋଲି ଖେଳ ହୋଇଥିଲା । ହୋଲି ଖେଳିବା ପରେ ଗୋଟିଏ ପରିବାରର ୪ ଜଣ ଓ ତାଙ୍କ ଘରକୁ ବନ୍ଧୁବାନ୍ଧବ ଭାବେ ଆସିଥିବା ୨ ଜଣ ମିଶିକି ନଦୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବାବେଳେ ଜଣକ ପରେ ଜଣେ ୭ ଜଣ ଭାସି ଯାଇଥିଲେ ।
ସ୍ଥାନୀୟ ଲୋକେ ତତକ୍ଷଣାତ ଜଣକୁ ଉଦ୍ଧାର କରିଥିଲେ ପରେ ସେହିଦିନ ୨ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ଏହାସହ ଅନ୍ୟମାନଙ୍କୁ ଠାବ କରିବା ଲାଗି ଅଗ୍ନିଶମ ଓ ଓଡ୍ରାଫ୍ ଟିମ୍ ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇଥିଲା । ଗତକାଲି ନଦୀ ଗର୍ଭରୁ ଆଉ ୩ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିଲା । ଆଜି ସକାଳୁ ଆଉ ଜଣକର ମୃତଦେହ ଉଦ୍ଧାର କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1647751928.jpg)