• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପ୍ରେମ ଏକ ଅଲେଖା କାହାଣୀ । ପ୍ରେମ କି ବୁଝେ ଜାତି, ଧର୍ମ, ବର୍ଣ୍ଣ । ପ୍ରେମ ଏକ ଇନ୍ଦ୍ରଧନୁ । ହେଲେ ପ୍ରେମରେ ହିତାହିତ ଜ୍ଞାନ ଭୁଲି କାହାକୁ ହତ୍ୟା କରିବା କେତେଦୂର ଠିକ୍‌ । ପ୍ରେମ ପାଇଁ ଜଣେ ଭଉଣୀ ନିଜ ଭାଇର ହତ୍ୟାକାରୀ ସାଜିଛି । ରକ୍ଷା କରିବାକୁ କଥା ଦେଇଥିବା ମଣିଷକୁ ଜୀବନରୁ ମାରିଦେଇଛି । କାରଣ ତା’ର ପ୍ରେମ ସମ୍ପର୍କ ବିଷୟରେ ଜାଣି ପାରିଥିଲା ଭାଇ । ଭଉଣୀର ଭବିଷ୍ୟତ କଥା ଚିନ୍ତା କରି ବୁଝାଇବା ପାଇଁ ଚେଷ୍ଟା କରିଥିଲେ । ଆଉ ତା’ ପର ଦିନ ହଁ ଯୁବକ ଜଣକ ଉଭାନ୍ ହୋଇଯାଇଥିଲେ ।

ଝାଡ଼ଖଣ୍ଡର ପଞ୍ଚମନ୍ଦିର ପତରାତୁ ଅଞ୍ଚଳରେ ଏଭଳି ହୃଦୟବିଦାରକ ଘଟଣା ଘଟିଛି । ମାଜିଷ୍ଟ୍ରେଟ ଏବଂ ପୋଲିସ ଓ ଫରେନସିକ୍‌ ଟିମ ସହିତ ମୃତଦେହ ଉଦ୍ଧାର କରାଯାଇଛି । ପ୍ରାୟ ଦୁଇ ଘଣ୍ଟା ଖୋଳିବା ପରେ ମୃତଦେହ ମିଳିଛି । ଆଉ ଏହି ହତ୍ୟାକାଣ୍ଡ ପଛରେ ଜଣେ ଯୁବତୀଙ୍କ ହାତ ରହିଛି । ପ୍ରେମରେ କଣ୍ଟା ସାଜିବାରୁ ସେ ନିଜ ଭାଇକୁ ଜୀବନରୁ ମାରିଦେଇଛି ।

ଭଉଣୀ ସାଜିଲା ଭାଇର ହତ୍ୟାକାରୀ

ପତରାତୁ ଅଞ୍ଚଳର ରୋହିତ ୩୦ ଜୁନରେ ନିଖୋଜ ହୋଇଯାଇଥିଲେ । ୨୪ ଜୁନ୍ ୨୦୨୨ରେ ଆରମ୍ଭ ହୋଇଥିଲା କାହାଣୀ । ୨୧ ବର୍ଷିୟ ରୋହିତ କୁମାର ରାଞ୍ଚିରେ ଥିବା ତାଙ୍କ ଘର ଛାଡି ମାମୁଁଙ୍କ ଘରକୁ ଯାଇଥିଲେ । ସେ ସେଠାରେ ପ୍ରାୟ ଏକ ସପ୍ତାହ ରହିବା ପରେ ହଠାତ୍ ୩୦ ଜୁନ୍ ୨୦୨୨ରେ ଅଦୃଶ୍ୟ ହୋଇଥିଲା ।

ଏହି ଘଟଣା ପରେ ଘର ଲୋକ ତାଙ୍କୁ ଖୋଜି ଖୋଜି ନୟାନ୍ତ ହୋଇ ପଡ଼ିଥିଲେ । ମାମୁଁଘର ଲୋକ ରୋହିତଙ୍କ ପରିବାରକୁ ଏସମ୍ପର୍କରେ ଖବର ଦେଇଥିଲେ । ଏହି ଘଟଣା ପରେ ରୋହିତଙ୍କ ବାପା ପୁଅର ନିଖୋଜ ସମ୍ପର୍କରେ ପତରାତୁ ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ଏହା ରାଞ୍ଚିର ମାମଲା ବୋଲି କହି ପୋଲିସ କଥାକୁ ଗୁରୁତର ସହ ନେଇନଥିଲା । ମାସ ପରେ ମାସ ଗଲା ସିନା ରୋହିତର ଖୋଜଖବର ମିଳିଲାନି ।

ଅନେକ ହାରିଗୁହାରୀ ହେବା ପରେ ପୋଲିସ୍‌ ଛାନଭିନ୍‌ ଆରମ୍ଭ କରିଥିଲା । ପରିବାର ଲୋକଙ୍କ ପଚରାଉଚରା କରିବା ପରେ ଭଉଣୀ ଚଞ୍ଚଳା ଉପରେ ସନ୍ଦେହ ହୋଇଥିଲା । କାରଣ ତା’ କଥାରେ ତାଳମେଳ ରହୁନଥିଲା । ହେଲେ ପୋଲିସ୍‌କୁ ସେ ଭୁଲେଇବାକୁ ଅନେକ ଚେଷ୍ଟା କରିଥିଲେ ।

ପଚରାଉଚରା କରିବା ପରେ ଚଞ୍ଚଳା ସତ କଥା ମାନି ଯାଇଥିଲା । ଭାଇକୁ ହତ୍ୟା କରିବାକୁ ପ୍ରେମିକ ସହ ମିଶି ପୂରା ଷଡ଼ଯନ୍ତ୍ର ରଚିଥିଲା । ନିଜ ଘରୁ ଭାଇକୁ ନେଇ ମାମୁଁଘର ଯିବା ସହ ସେଠାରେ ତାକୁ ନିଦ ବଟିକା ଦେଇଦେଇଥିଲା । ଆଉ ଶୋଇଥିବା ସମୟରେ ଭାଇର ଜୀବନ ନେଇଯାଇଥିଲା । ଆଉ ତା’ପରେ ପ୍ରେମିକ ସହ ମିଶି ଏକ ନିଛାଟିଆ ସ୍ଥାନରେ ପୋତି ଦେଇଥିଲା ।