Advertisment

ଲାଞ୍ଚ ନେଉଥିଲେ ଥାନା ବାବୁ, ଧରିଲା ଭିଜିଲାନ୍ସ

ଭିନିଲାନସ ଏସପିଙ୍କ ନିର୍ଦ୍ଦେଶରେ ବରଗଡ ଭିଜିଲାନସ ଟିମ ଆଇଆଇସିଙ୍କୁ କାବୁ କରିବା ପାଇଁ ଯୋଜନା ତିଆରି କରିଥିଲା।

Vigilance Raid

Vigilance Raid

Advertisment

ଲାଞ୍ଚ ନେଇ ଭିଜିଲାନସ ହାବୁଡରେ ଧରାପଡିଛନ୍ତି ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ଅଧିକାରୀ ଆଲୋକ କୁମାର ବେହେରା। ଚାର୍ଜସିଟରୁ ନାମ କାଟିଦେବା ପାଇଁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ମାଡି ବସିଥିଲା ଭିଜିଲାନସ। ୨୦୨୦ ମସିହାରେ ସିନ୍ଧେକେଲା ଥାନା ଚାନ୍ଦୋତରା ଏସବିଆଇ ବ୍ୟାଙ୍କର ଏକ ଟଙ୍କା ହେରଫେର ମାମଲାର ତଦନ୍ତ କରୁଥିଲେ ଆଲୋକ କୁମାର ବେହେରା।

Advertisment

ସେହି ମାମଲାର ଚାର୍ଜସିଟରୁ ସେ ସମୟର ବ୍ୟାଙ୍କ ମ୍ୟାନେଜର ଅଜିତ କୁମାର ଘଢେଇଙ୍କ ନାଁ କାଟିଦେବା ପାଇଁ ୫୦ ହଜାର ଟଙ୍କା ଦାବି କରିଥିଲେ ଥାନା ଅଧିକାରୀ ଆଲୋକ କୁମାର ବେହେରା। ଏନେଇ ଅଜିତ ଘଡେଇ ଭିଜିଲାନସ ବିଭାଗକୁ ଜଣାଇଥିଲେ।

ଭିନିଲାନସ ଏସପିଙ୍କ ନିର୍ଦ୍ଦେଶରେ ବରଗଡ ଭିଜିଲାନସ ଟିମ ଆଇଆଇସିଙ୍କୁ କାବୁ କରିବା ପାଇଁ ଯୋଜନା ତିଆରି କରିଥିଲା। ପୂର୍ବ ଯୋଜନା ମୁତାବକ ଆଜି ଥାନା ଭିତରେ ଥାନା ଅଧିକାରୀ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ମାଡି ବସିଥିଲା ଭିଜିଲାନସ ଟିମ। ବଲାଙ୍ଗିର,ସମ୍ୱଲପୁର ଓ ବରଗଡ ଭିଜିଲାନସ ଟିମ ମିଳିତ ଭାବରେ ଚଢଉ କରିଥିଲେ । ବର୍ତ୍ତମାନ ମଧ୍ୟ ଭିଜିଲାନସ ଛାନଭିନ ଜାରୀ ରହିଛି ।

Advertisment

ରିପୋର୍ଟ: ମନରଞ୍ଜନ ଯୋଶୀ

Odisha Vigilance Raids
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ