କେନ୍ଦୁଝର ପୋଲିସ ଦ୍ୱାରା ସିମ୍ କାର୍ଡ଼ ରାକେଟର ପର୍ଦ୍ଦାଫାସ ହୋଇଛି । ଏହି ରାକେଟ ୩୦୦ରୁ ଅଧିକ ସାଇବର ଅପରାଧରେ ସଂପୃକ୍ତ ଥିବା ସୂଚନା ମିଳିଛି । ଏଥିରେ ଘଷିପୁରା ଅଞ୍ଚଳର ୪ ଜଣ ସାଇବର ଠକଙ୍କୁ ପୋଲିସ ଗିରଫ କରିଛି ।
Also Read
ସେମାନଙ୍କ ଠାରୁ ୫୩୮ଟି ସିମ୍, ୧୮ଟି ମୋବାଇଲ, ୫ଟି ବାୟୋମେଟ୍ରିକ ସ୍କାନର, ୨୫ଟି ଏଟିଏମ୍ କାର୍ଡ଼, ୨୫ଟି ଆଇଡି କାର୍ଡ, ଗୋଟିଏ ଲାପଟପ ସହ ୭ଟି ପାସବୁକ୍ ଜବତ କରିଛି ପୋଲିସ ।
ଧରାପଡିଥିବା ଅଭିଯୁକ୍ତ ଜାମତରା ଗ୍ୟାଙ୍ଗ ଲିଙ୍କରେ ବିହାର, ରାଜସ୍ଥାନ ସାଇବର ଅପରାଧୀଙ୍କୁ ଯୋଗାଉଥିଲେ ଆକ୍ଟିଭେଟେଡ ସିମ୍ । ୪ଜଣ ସାଇବର ଠକକୁ ଗିରଫ କରି କେନ୍ଦୁଝର ପୋଲିସ ୫୩୮ ସିମ କାର୍ଡ ସହ ବାୟୋମେଟ୍ରିକ ସ୍କାନର ଜବତ କରିଛି। ଏମାନେ ୩୦୦ରୁ ଅଧିକ ସାଇବର ଠକେଇରେ ସଂପୃକ୍ତ ଥିବା ଜଣାପଡ଼ିଛି। ଗିରଫ ୪ ଅଭିଯୁକ୍ତ କେନ୍ଦୁଝର ଜିଲ୍ଲା ଘସିପୁରା ଅଞ୍ଚଳର ଜାମତରା ଗ୍ୟାଙ୍ଗ ସାଇବର ଅପରାଧୀଙ୍କୁ ଦେଉଥିଲେ ସିମ୍ ।