Advertisment

ଯୌନ ନିର୍ଯାତନା ମାମଲା; SI ମହିଳା ଅଫିସରଙ୍କୁ ମିଳୁନି ନ୍ୟାୟ, ସାଧାରଣ ମହିଳା କେତେ ସୁରକ୍ଷିତ ?

୨୦୧୯ ମସିହାର କଥା। ସଂପୃକ୍ତ ମହିଳା ସବ ଇନିସପେକ୍ଟରଙ୍କ ଅଭିଯୋଗ ଥିଲା, ଥାନାବାବୁ ରମେଶ ପ୍ରଧାନ ନିଜ ସରକାରୀ କ୍ବାର୍ଟର୍ସରେ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ । ଏ ସଂପର୍କରେ ୨୦୧୯ ନଭେମ୍ବର ୯ ତାରିଖରେ ଗଞ୍ଜାମ ପାଟପୁର ଥାନାରେ ଏକ ଅଭିଯୋଗ କରିଥିଲେ ।

undefined

Crime News

Advertisment

ନିଜ ବିଭାଗର ମହିଳା ଅଫିସରଙ୍କୁ ଯଦି ନ୍ୟାୟ ଦେଇପାରୁନି ପୋଲିସ, ତେବେ ସାଧାରଣ ମହିଳାଙ୍କ କଥା ପଚାରେ କିଏ । ଗଞ୍ଜାମ ପାଟପୁରର ତତ୍କାଳୀନ ଥାନାବାବୁ ତଥା ବର୍ତ୍ତମାନର ଫିରିଙ୍ଗିଆ ଆଇଆଇସି ରମେଶ ପ୍ରଧାନଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ଆଜିକୁ ପାଞ୍ଚ ବର୍ଷ ଧରି ନ୍ୟାୟ ପାଇଁ ଲଢ଼େଇ କରୁଛନ୍ତି ଜଣେ ମହିଳା SI । ୨୦୧୯ରୁ ଏ ଦ୍ୱାରରୁ ସେ ଦ୍ୱାର ବୁଲି ନ୍ୟାୟ ଭିକ୍ଷା କରିଛନ୍ତି ସେ । ଅଥଚ କେହି ଆଡ଼ ଆଖିରେ ଚାହିଁନାହାନ୍ତି । ଶେଷରେ NHRCଙ୍କ ନିର୍ଦ୍ଦେଶ ପରେ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି ।

Advertisment

ଜାଣୁଥିଲେ ସବୁକିଛି... ଶୁଣୁଥିଲେ ସବୁ କଥା... କିନ୍ତୁ ସବୁ ଜାଣିଶୁଣି ଅଜଣା ରହୁଥିଲେ ମିଳିମିଶି । ନିଜ ବିଭାଗର ଜଣେ ମହିଳା ଅଫିସରଙ୍କୁ ଯୌନ ନିର୍ଯାତନା ଭଳି ସଂଗୀନ ଅଭିଯୋଗକୁ ବାଆଁରେଇ ଏବେ ବିବାଦରେ ଖୋଦ୍ ପୋଲିସ ବିଭାଗ । ଯେଉଁ ମହିଳା ସବ ଇନିସପେକଟର ଆଜିକୁ ୫ ବର୍ଷ ଧରି ଯୌନ ନିର୍ଯାତନା ଅଭିଯୋଗ କରିଆସୁଥିଲେ, ଶେଷରେ ନିଜ ବିଭାଗ ନଶୁଣିବାରୁ ଜାତୀୟ ମାନବାଧିକାର କମିଶନ ବା NHRC କଲେ ହସ୍ତକ୍ଷେପ। ଆଉ କଡ଼ା ନିର୍ଦ୍ଦେଶ ପରେ ଏବେ ତତ୍ପରତା ଦେଖାଦେଇଛନ୍ତି ଡିଜିପି ।

ଗଞ୍ଜାମ ଜିଲ୍ଲା ପାଟପୁର ଥାନାର ତତ୍କାଳୀନ ଥାନା ବାହୁ ତଥା କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନାର ଏବେକାର ଆଇଆଇସି ରମେଶ ପ୍ରଧାନଙ୍କ ବିରୋଧରେ ମାମଲା ରୁଜୁ କରିଛି କ୍ରାଇମବ୍ରାଞ୍ଚ। ପାଟପୁରରେ ଥିବା ସମୟରେ ଅଧସ୍ତନ ଜଣେ ମହିଳା ସବ ଇନିସପେକ୍ଟରଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ମାମଲା ରୁଜୁ କରିବା ସହ ଜଣେ ମହିଳା DSPଙ୍କୁ ତଦନ୍ତ ଭାର ଦିଆଯାଇଥିବା କହିଛନ୍ତି ଡିଜିପି ଅରୁଣ କୁମାର ଷଡ଼ଙ୍ଗୀ ।

Advertisment

୨୦୧୯ ମସିହାର କଥା। ସଂପୃକ୍ତ ମହିଳା ସବ ଇନିସପେକ୍ଟରଙ୍କ ଅଭିଯୋଗ ଥିଲା, ଥାନାବାବୁ ରମେଶ ପ୍ରଧାନ ନିଜ ସରକାରୀ କ୍ବାର୍ଟର୍ସରେ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ । ଏ ସଂପର୍କରେ ୨୦୧୯ ନଭେମ୍ବର ୯ ତାରିଖରେ ଗଞ୍ଜାମ ପାଟପୁର ଥାନାରେ ଏକ ଅଭିଯୋଗ କରିଥିଲେ । କିନ୍ତୁ ୫ ବର୍ଷ ହୋଇଗଲା, ମାମଲା ରୁଜୁ ହେଲା ନାହିଁ । ଶେଷରେ ଜାତୀୟ ମାନବାଧିକାର କମିଶନଙ୍କ ଦ୍ବାରସ୍ଥ ହେବା ପରେ ମାମଲାକୁ ଗୁରୁତ୍ୱର ସହ ନେଇ ଘଟଣାର ତଦନ୍ତ ପାଇଁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଥିଲେ କମିଶନ ।

ତେବେ ନିଜ ବିଭାଗର ଜଣେ ମହିଳା ଅଧିକାରୀ ଏଭଳି ଏକ ସଂଗୀନ ଅଭିଯୋଗ ଆଣୁଥିବା ସତ୍ତ୍ୱେ ୫ ବର୍ଷ ଧରି କାହିଁକି ନିଷ୍କ୍ରିୟ ରହିଥିଲା ଗଞ୍ଜାମ ପୋଲିସ ? ସଂପୃକ୍ତ ଥାନାବାବୁଙ୍କ ବିରୋଧରେ ଅଭିଯୋଗ ପରେ ବି ସମାନ ପଦବିରେ ଅନ୍ୟତ୍ର ବଦଳି ପଛର ଉଦ୍ଦେଶ୍ୟ କ’ଣ ? ବିଭାଗର ଭାବମୂର୍ତ୍ତି କ୍ଷୁଣ୍ଣ ହେବା ଆଶଙ୍କାରେ ଏଭଳି ସମ୍ବେଦନଶୀଳ ଘଟଣାକୁ ରାଜ୍ୟ ପୋଲିସ ଚାପି ଦେବାକୁ ଚେଷ୍ଟା କରୁନଥିଲା ତ ?

Advertisment

ନିଜ ବିଭାଗର ମହିଳା ଅଫିସର ଆଣିଥିବା ଦୁଷ୍କର୍ମ ଅଭିଯୋଗର ମାମଲା ରୁଜୁ ପାଇଁ ୫ ବର୍ଷ ଲାଗିଯାଇଥିବାବେଳେ ଏବେ ଅପେକ୍ଷା, କେତେ ଶୀଘ୍ର କ୍ରାଇମବ୍ରାଞ୍ଚ ତଦନ୍ତ ସାରୁଛି ଏବଂ ଅଭିଯୋଗକାରିଣୀଙ୍କୁ କି ନ୍ୟାୟ ଦେଉଛି ।

Crime News Iic
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ