Advertisment

Shubhamitra Murder: ରାଜଧାନୀରେ ହତ୍ୟା, ଘଟଗାଁରେ ଡେଡବଡି...ଦୀପକ ରାଉତ ଓ ସମ୍ପର୍କୀୟ ଭାଇ ଗିରଫ

୨୭ ବର୍ଷିୟା ଲେଡି କନେଷ୍ଟବଳ ଶୁଭମିତ୍ରା ସାହୁ। ଭୁବନେଶ୍ବର ସୂର୍ଯ୍ୟନଗରରେ ରହୁଥିଲେ ଘର ଭଡ଼ା ନେଇ। ସେପଟେମ୍ବର ୬ରେ ସବୁଦିନ ଭଳି ଘରୁ ବାହାରି ଯାଇଥିଲେ ଡ୍ୟୁଟିକୁ। କିନ୍ତୁ ଆଉ ଫେରିଲେନି। ଖୋର୍ଦ୍ଧା ବେଗୁନିଆ ଥାନା ପିଚୁକୁଳିରେ ରହୁଥିବା ପରିବାର ଲୋକେ ଫୋନ୍ କରିଥିଲେ ଝିଅ ଶୁଭମିତ୍ରାଙ୍କୁ। ସୁଇଚ୍ଅଫ୍ ହୋଇଯାଇଥିଲା ତାଙ୍କ ମୋବାଇଲ୍। ବହୁତ ଚେଷ୍ଟା ପରେ ପତ୍ତା ନମିଳିବାରୁ ୭ ତାରିଖରେ କ୍ୟାପିଟାଲ ଥାନାରେ ଝିଅର ନିଖୋଜ ସଂପର୍କରେ ଏତଲା ଦେଇଥିଲେ ପରିବାର।

MURDER

MURDER

Advertisment

ଯାହା ଆଶଙ୍କା କରାଯାଉଥିଲା, ତାହା ହିଁ ଘଟିଲା। ଯାହା ଉପରେ ଅଙ୍ଗୁଳି ଉଠୁଥିଲା, ସିଏ ହିଁ ଥିଲା ହତ୍ୟାକାରୀ। ମାଟିତଳୁ ବାହାରିଲା ପ୍ରମାଣ...ଉଦ୍ଧାର ହେଲା ମୃତଦେହ...କ୍ୟାପିଟାଲରୁ କେନ୍ଦୁଝର ଯାଏଁ ଏବେ କମ୍ପନ। କାରଣ ୧୨ ଦିନ ଧରି ନିଖୋଜ ଥିବା ଲେଡ଼ି କନେଷ୍ଟବଳ ଶୁଭମିତ୍ରା ସାହୁ ଆଉ ନାହାଁନ୍ତି। ଯାହାଙ୍କୁ ୧୨ ଦିନ ତଳେ ରାଜଧାନୀରେ ହତ୍ୟା ହୋଇଛି। ଆଉ କେନ୍ଦୁଝର ଘଟଗାଁ ଅଞ୍ଚଳର ଜଙ୍ଗଲରେ ପୋତି ଦିଆଯାଇଛି। ରହସ୍ୟଭରା ଅପରାଧର ଷଡ଼ଯନ୍ତ୍ରର ଗୁମର ଖୋଲି ଆଜି ସତ ସାମ୍ନାକୁ ଆଣିଛି କମିଶନରେଟ୍ ପୋଲିସ। ସବୁରି ମନରେ ନାନା ଆଶଙ୍କା ଭିତରେ ଶେଷରେ ମାଟିତଳୁ ଉଦ୍ଧାର ହୋଇଛି ଶୁଭମିତ୍ରାଙ୍କ ମୃତଦେହ। 

Advertisment

୨୭ ବର୍ଷିୟା ଲେଡି କନେଷ୍ଟବଳ ଶୁଭମିତ୍ରା ସାହୁ। ଭୁବନେଶ୍ବର ସୂର୍ଯ୍ୟନଗରରେ ରହୁଥିଲେ ଘର ଭଡ଼ା ନେଇ। ସେପଟେମ୍ବର ୬ରେ ସବୁଦିନ ଭଳି ଘରୁ ବାହାରି ଯାଇଥିଲେ ଡ୍ୟୁଟିକୁ। କିନ୍ତୁ ଆଉ ଫେରିଲେନି। ଖୋର୍ଦ୍ଧା ବେଗୁନିଆ ଥାନା ପିଚୁକୁଳିରେ ରହୁଥିବା ପରିବାର ଲୋକେ ଫୋନ୍ କରିଥିଲେ ଝିଅ ଶୁଭମିତ୍ରାଙ୍କୁ। ସୁଇଚ୍ଅଫ୍ ହୋଇଯାଇଥିଲା ତାଙ୍କ ମୋବାଇଲ୍। ବହୁତ ଚେଷ୍ଟା ପରେ ପତ୍ତା ନମିଳିବାରୁ ୭ ତାରିଖରେ କ୍ୟାପିଟାଲ ଥାନାରେ ଝିଅର ନିଖୋଜ ସଂପର୍କରେ ଏତଲା ଦେଇଥିଲେ ପରିବାର। ପୋଲିସ ବି ଶୁଭମିତ୍ରାଙ୍କ ଫଟୋ ଜାରି କରି ପୁରସ୍କାର ରାଶି ଘୋଷଣା କରିଥିଲା। ତାହାରି ଭିତରେ ୧୨ ତାରିଖରେ ବାପା,ଭାଇ ସିପି ଅଫିସ୍ ଦ୍ବାରସ୍ଥ ହେବା ସହ ୧୫ ତାରିଖରେ ପୋଲିସ ମହାସଂଘକୁ ଭେଟି ଝିଅର ସନ୍ଧାନ ପାଇଁ ନିବେଦନ କରିଥିଲେ। କାରଣ ଝିଅର ନିଖୋଜ ପଛରେ ସିପି ଅଫିସର କିରାଣୀ ଦୀପକ ରାଉତର ହାତ ଥିବା ଆଶଙ୍କା କରୁଥିଲେ। 

ଶେଷରେ ପୋଲିସ ଦୀପକକୁ ସ୍କାନରରେ ରଖି ତଦନ୍ତ କରିବା ପରେ ମିଳିଲା ସୁରାଗ୍। ସେପଟେମ୍ବର ୬, ଶନିବାର ସଂଧ୍ୟା। ୟୁନିଟ-ସିକ୍ସ ସ୍ଥିତ ରୋଡ୍ ନମ୍ବର ୮। ଏକ ସରକାରୀ କ୍ବାର୍ଟର ସାମ୍ନାରେ ଥିବା ଜାମୁକୋଳି ଗଛ ତଳେ କାର୍ ଭିତରେ ହିଁ ଶୁଭମିତ୍ରାଙ୍କୁ ହତ୍ୟା କରିଥିଲା ଦୀପକ।  କାରରେ ହିଁ ହତ୍ୟା କରିଥିଲା ତଣ୍ଟିଚିପି। ଆଉ କେନ୍ଦୁଝର କୁସୁନପୁରରେ ରହୁଥିବା ସଂପର୍କୀୟ ଭାଇ ବିନୋଦକୁ କଲ୍ କରିଥିଲା। ବିନୋଦ କହିବା ପରେ କାରରେ ବସ୍ତାରେ ମୃତଦେହକୁ ବାନ୍ଧି ଦୀପକ ନେଇଯାଇଥିଲା ଘଟଗାଁ ଅଞ୍ଚଳକୁ। ଆଉ ଜଙ୍ଗଲରେ ପୋତି ଦେଇ ୭ ତାରିଖ ସକାଳେ ତାରିଣୀ ଦର୍ଶନ କରି ଫେରିଥିଲା ଭୁବନେଶ୍ବର। କିନ୍ତୁ ତାରିଣୀ ମନ୍ଦିର ପାଖରେ ଦୀପକର କାର୍ ଥିବା ଏକ ଫଟୋ ଧରାପକାଇଦେଲା ସବୁକିଛି।

Advertisment

ସେହିପରି ଶୁଭମିତ୍ରାଙ୍କ ମୋବାଇଲର ଲାଷ୍ଟ ଲୋକେସନ୍ ୟୁନିଟ୍-6 ସ୍ଥିତ ୮ ନମ୍ବର ରୋଡର ଜାମୁକୋଳି ଗଛ ଦେଖାଇଥିଲା ପୋଲିସକୁ। ତେଣେ ଦୀପକ ସେଦିନ ହିଁ କେନ୍ଦୁଝର ଯାଇଥିବା ଜଣାପଡ଼ିଥିଲା ମୋବାଇଲ୍ ଟ୍ରାକିଂରୁ। ଏସବୁ ତଥ୍ୟ ସହ ପ୍ରାୟ ୬୦ଟି ସିସିଟିଭି ଯାଞ୍ଚ କରି ପ୍ରମାଣ ପାଇବା ପରେ ପ୍ରତିଦିନ ଡ୍ୟୁଟିକୁ ଆସୁଥିବା ଦୀପକ ରାଉତକୁ ଧରି ସତ ଉଗାରିଥିଲା ପୋଲିସ। ଦ୍ବିତୀୟ ବିବାହ କରିଥିବା ଶୁଭମିତ୍ରାଙ୍କଠାରୁ ଦୀପକ ନେଇଥିବା ୧୦ ଲକ୍ଷ ଟଙ୍କାକୁ ନେଇ ବିବାଦ ଉପୁଜିବାରୁ ଏହି ହତ୍ୟାକାଣ୍ଡ ହୋଇଥିବା ସିପି କହିଛନ୍ତି।    

ଆଜି ପୋଲିସ ଉଭୟ ଦୀପକ ରାଉତ ଏବଂ ସମ୍ପର୍କୀୟ ଭାଇ ବିନୋଦକୁ ଗିରଫ କରିଥିବାବେଳେ ହତ୍ୟା ପଛର ଆର୍ଥିକ କାରବାର ନା ଆଉ କିଛି, ତାକୁ ନେଇ ଚାଲିଛି ଖୋଳତାଡ଼।

Advertisment
Murder Deadbody
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ