nikki
ଗ୍ରେଟର ନୋଏଡା ଯୌତକ ଜନିତ ହତ୍ୟା ମାମଲା ନାଟକୀୟ ମୋଡ ନେଇଛି। ସ୍ୱାମୀ ଓ ଶାଶୁ ଘର ଲୋକଙ୍କ ଦ୍ୱାରା ହତ୍ୟାର ଶିକାର ହୋଇଥିବା ନିକ୍କି ଭାଟିଙ୍କ ପରିବାର ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ। ନିକ୍କିଙ୍କ ସ୍ୱାମୀ ଓ ଶାଶୁ ଘର ଲୋକଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ ଆସିଥିବା ବେଳେ ଏବେ ନିକ୍କିଙ୍କ ଭାଉଜ ସମସ୍ତଙ୍କୁ ଚକିତ କରିବା ଭଳି କଥା କଥା କହିଛନ୍ତି।
ନିକ୍କିଙ୍କ ପରିବାର ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି ଭାଉଣ ମୀନାକ୍ଷୀ। ନିକ୍କଙ୍କ ଭାଇ ରୋହିତଙ୍କ ପୂର୍ବତନ ପତ୍ନୀ ହେଉଛି ମୀନାକ୍ଷୀ। ସେ ଏବେ ନିକ୍କିଙ୍କ ବାପା ଓ ଭାଇଙ୍କ ବିରୋଧରେ ଯୌତୁକ ନିର୍ଯାତନାର ଅଭିଯୋଗ ଆଣି ହଇଚଇ ସୃଷ୍ଟି କରିଛନ୍ତି।
୨୦୧୬ରେ ରୋହିତ ଓ ମୀନାକ୍ଷୀଙ୍କ ବିବାହ ହୋଇଥିଲା। ହେଲେ ନିକ୍କଙ୍କ ପରିବାର ଲୋକ ତାଙ୍କୁ ଯୌତୁକ ପାଇଁ ନିର୍ଯାତନା ଦେଉଥିଲେ। ଏଥିପାଇଁ ରୋହିତଙ୍କ ଠାରୁ ସେ ଅଲଗା ହୋଇ ଯାଇଥିଲେ ବୋଲି ମୀନାକ୍ଷୀ କହିଛନ୍ତି। ତାଙ୍କ କହିବା କଥା ଯେ ବାହାଘର ବେଳେ ମୀନାକ୍ଷୀଙ୍କ ବାପା ଯୌତୁକରେ ଗୋଟିଏ ମାରୁତି ସୁଜିକ ସିଆଜ ଓ ୩୧ ତୋଲା ସୁନା ଦେଇଥିଲେ। ହେଲେ ନିକ୍କିଙ୍କ ପରିବାର ଲୋକ ଗୋଟିଏ ସ୍କପ୍ରିଓ ପାଇଁ ଦାବି କରି ତାଙ୍କୁ ନିର୍ଯାତନା ଦେଉଥିଲେ।
ମୀନାକ୍ଷୀ କହିଛନ୍ତି, “ସମୟ ଗଡ଼ିବା ସହ ନିର୍ଯାତନା ବଢ଼ିଥିଲା। ନିକ୍କି ଓ କାଞ୍ଚନ ମଧ୍ୟ ଏଥିରେ ସାମିଲ ଥିଲେ। ଦୁଇ ଭଉଣୀ ମୋତେ ମାଡ଼ ମାରୁଥିଲେ। ରୋହିତଙ୍କ ମା’ ଓ ବାପା ଭିକାରୀ ସିଂହ ମଧ୍ୟ ମୋତେ ନିର୍ଯାତନା ଦେଉଥିଲେ।” ମୀନାକ୍ଷୀ ଆହୁରି କହିଛନ୍ତି ଯେ ତାଙ୍କ ସ୍ୱାମୀ ରୋହିତ ତାଙ୍କୁ ସବୁବେଳେ ମାଡ଼ ମାରନ୍ତି ଓ ଏକଦା ସେ ତାଙ୍କ ଭାଇଙ୍କୁ ଗୁଳି ମଧ୍ୟ ମାରିଥିଲେ। ବଳପୂର୍ବକ ତାଙ୍କର ଦୁଇ ଥର ଗର୍ଭପାତ କରାଯାଇଥିବା ମଧ୍ୟ ମୀନାକ୍ଷୀ ଅଭିଯୋଗ କରିଛନ୍ତି।
୨୦୨୪ରେ ମୀନାକ୍ଷୀଙ୍କ ଭାଇ ଦୀପକ ଭାଟି ପୁଲିସ୍ରେ କରିଥିବା ଏଫଆଇଆର କପି ଏବେ ସାମ୍ନାକୁ ଆସିଛି। ଏଥିରେ ମୀନାକ୍ଷୀ ସାମ୍ନା କରୁଥିବା ନିର୍ଯାତନାର ଗୋଟି ଗୋଟି କରି ସବୁ କଥା ଉଲ୍ଲେଖ କରାଯାଇଥିଲା। ନିକ୍କିଙ୍କ ଶାଶୁ ଘର ଲୋକ ବିବାଦ ଘେରରେ ଥିବା ବେଳେ ମୀନାକ୍ଷୀ ସେମାନଙ୍କ ପକ୍ଷ ନେଇଛନ୍ତି। ସେ କହିଛନ୍ତି, “ସେମାନେ ଆଦୌ ସେମିତି ନୁହନ୍ତି। ସେମାନେ ବହୁତ ଭଲ।”
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/nikki_1756314248.jpg)